ଓଡ଼ିଶାରେ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ସ୍ୱାସ୍ଥ୍ୟସେବା ରୂପାନ୍ତରଣ ପ୍ରକ୍ରିୟାରେ ହେବ ସହାୟକ- ରାଜ୍ୟ ସ୍ବାସ୍ଥ୍ୟ ସଚିବ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଭାବେ ଭୁବନେଶ୍ୱରରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ନେସ୍ନାଲ ସେଣ୍ଟର ଫର ଡ଼ିଜିଜ୍ କଣ୍ଟ୍ରାଲ-ଏନ୍.ସି.ଡି.ସି) ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆଜି ଏକ ପଞ୍ଜିକୃତ-ଜମି ହସ୍ତାନ୍ତର ସଭା ଅନୁଷ୍ଠିତ ହୋଇଥିଲା । ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏହି ବୈଠକରେ ଶ୍ରୀମତୀ ପଣ୍ଡିତ୍ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ  ନବୀନ […]

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଭାବେ ଭୁବନେଶ୍ୱରରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ନେସ୍ନାଲ ସେଣ୍ଟର ଫର ଡ଼ିଜିଜ୍ କଣ୍ଟ୍ରାଲ-ଏନ୍.ସି.ଡି.ସି) ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆଜି ଏକ ପଞ୍ଜିକୃତ-ଜମି ହସ୍ତାନ୍ତର ସଭା ଅନୁଷ୍ଠିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏହି ବୈଠକରେ ଶ୍ରୀମତୀ ପଣ୍ଡିତ୍ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ ଧରଣର ରୂପାନ୍ତରଣ ପ୍ରକ୍ରିୟା ଚାଲୁରହିଛି । ଏନ୍.ସି.ଡ଼ି.ସି.ର ପ୍ରତିଷ୍ଠା ଏ ଦିଗରେ ଆଉ ଏକ ମାଇଲ ଖୁଣ୍ଟ ହେବ ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଶ୍ରୀମତୀ ପଣ୍ଡିତ୍ ଆହୁରି ମଧ୍ୟ କହିଥିଲେ ଯେ, ଆର୍.ଏମ୍.ଆର୍.ସି, ଆଇ.ଏଲ୍.ଏସ୍, ଏମ୍ସ୍ ଆଦି କେନ୍ଦ୍ରୀୟ ଅନୁଷ୍ଠାନ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପୂର୍ଣ୍ଣ ସହଭାଗିତାରେ କାର୍ଯ୍ୟକରି ଆସୁଛି ଯାହାକି ବିପର୍ଯ୍ୟୟ ସଂପର୍କିତ ରୋଗ ଏବଂ ମହାମାରୀ ନିୟନ୍ତ୍ରଣରେ ବହୁ ଫଳପ୍ରଦ ହୋଇଛି । ଏନ୍.ସି.ଡ଼ି.ସି. ରାଜ୍ୟର ଜନ ସ୍ୱାସ୍ଥ୍ୟ (ପବ୍ଲିକ୍ ହେଲ୍ଥ୍) ସେବା ବର୍ଦ୍ଦନରେ ବେଶ୍ ସହାୟକ ହେବ ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ମହା ନିର୍ଦ୍ଦେଶକ ପ୍ରଫେସର ଡ଼ାକ୍ତର ଅତୁଲ୍ ଗୋଏଲ୍ ପ୍ରାକୃତିକ ବିପର୍ଯ୍ୟୟର ବିଶ୍ୱସ୍ତରୀୟ ଦୃଷ୍ଟାନ୍ତ ମୂଳକ ପରିଚାଳନା ଏବଂ ମହାମାରୀ ନିୟନ୍ତ୍ରଣରେ ରାଜ୍ୟ ସଫଳତାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏନ୍.ସି.ଡ଼ି.ସି. ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଞ୍ଚଳି୍କ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ରୋଗ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏହା ରାଜ୍ୟର ଦକ୍ଷତାକୁ ବହୁଗୁଣିତ କରିବ ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ଏନ୍.ସି.ଡ଼ି.ସି ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ବିନା ପ୍ରିମିୟମ୍ରେ ଜମି ଯୋଗାଇ ଦେବା ପାଇଁ ନିଷ୍ପତ୍ତି କରିଥିଲେ । ତଦନୁଯାୟୀ ଭୁବନେଶ୍ୱର ଅନ୍ତର୍ଗତ ଅନ୍ଧାରୁଆ ମୌଜାରେ ୩.୧୨୫ ଏକର ଜମି ଚିହ୍ନଟ କରାଯାଇଥିଲା । ଆଜି ଏହି ଜମିର ପଞ୍ଜୀକରଣ ଏବଂ ହସ୍ତାନ୍ତର କାର୍ଯ୍ୟ ସଂପନ୍ନ ହେଲା ।

ରାଜ୍ୟ ସରକାରଙ୍କ ତରଫରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକ ଏବଂ ଭାରତ ସରକାରଙ୍କ ତରଫରୁ ମହାନିର୍ଦ୍ଦେଶକ ପ୍ରଫେସର ଗୋଏଲ୍ ଏହି ପଞ୍ଜୀକରଣ କବଲା ସ୍ୱାକ୍ଷର କରିଥିଲେ । ଏହି କେନ୍ଦ୍ର ରାଜ୍ୟରେ ସମନ୍ୱିତ ରୋଗ ନିରୀକ୍ଷଣ, ମହାମାରୀ ପରବର୍ତ୍ତୀ ନିରୀକ୍ଷଣ, ପବ୍ଲିକ୍ ହେଲ୍ଥ୍ କ୍ଷେତ୍ରରେ ସୃଷ୍ଟି ହେଉଥିବା ନୂଆ ଆହ୍ୱାନ, ବିଭିନ୍ନପ୍ରକାର ଭୁତାଣୁର ପୁନଃପୌନିକ ଦୃଶ୍ୟମାନତା ଆଦି କ୍ଷେତ୍ରରେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଦକ୍ଷତା ବୃଦ୍ଧି କରିବ । ଏହି କେନ୍ଦ୍ରର ପ୍ରତିଷ୍ଠା ଓ ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ଶାସନ ସଚିବ ଶ୍ରୀମତୀ ପଣ୍ଡିତ୍ କହିଥିଲେ ।

ନ୍.ସି.ଡ଼ି.ସି.ର ଯୁଗ୍ମ ନିର୍ଦ୍ଦେଶକ ଡ଼ାକ୍ତର ଶିଖା ବର୍ଦ୍ଧନ୍, ଆଂଚଳିକ ନିର୍ଦ୍ଦେଶକ ଡ଼ାକ୍ତର ସୁଚିତ୍ରା ସାସ୍ମଲ୍, ଓଡ଼ିଶା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ନିରଞ୍ଜନ ମିଶ୍ର, ଖୋର୍ଦ୍ଧା ସି.ଡ଼ି.ଏମ୍.ଓ ଡ଼ାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର