ବିଧାନସଭା ମୁଲତବୀ ରହିବା ନେଇ ବିଜେପିକୁ କଡ଼ା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

The Sakala Picture
Published On

ଭୁବନେଶ୍ବର: ହଟ୍ଟଗୋଳ ଯୋଗୁ ଶନିବାର ବିଧାନସଭା ଅଧିବେଶନ ଆରମ୍ଭରୁ ଅପରାହ୍ନ ୪ଟା ଯାଏ ମୁଲତବି ରହିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ଆଜି ଗୃହ ବନ୍ଦ କରି ନଥିଲୁ କି ମଧ୍ୟଭାଗକୁ ଆସି ନଥିଲୁ । ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ । ଅନେକ ସମସ୍ୟା ଅଛି । ହେଲେ ସମୟ କମ୍‌ । ବିଜେପି ନଛୋଡ଼ବନ୍ଧା । ବିଜେପିର ଦୁଇ ସଦସ୍ୟ […]

ଭୁବନେଶ୍ବର: ହଟ୍ଟଗୋଳ ଯୋଗୁ ଶନିବାର ବିଧାନସଭା ଅଧିବେଶନ ଆରମ୍ଭରୁ ଅପରାହ୍ନ ୪ଟା ଯାଏ ମୁଲତବି ରହିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ଆଜି ଗୃହ ବନ୍ଦ କରି ନଥିଲୁ କି ମଧ୍ୟଭାଗକୁ ଆସି ନଥିଲୁ । ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ । ଅନେକ ସମସ୍ୟା ଅଛି । ହେଲେ ସମୟ କମ୍‌ । ବିଜେପି ନଛୋଡ଼ବନ୍ଧା । ବିଜେପିର ଦୁଇ ସଦସ୍ୟ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ସେମାନେ ନିଜ ପରମ୍ପରାରେ ପଡ଼ି ଯାଇଛନ୍ତି । ସଂସଦରେ କଂଗ୍ରେସ ନେତା କିଛି କହି ନଥିଲେ, ହେଲେ ନିଲମ୍ବନ ହୋଇଥିଲେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

କେବଳ ନରସିଂହ ମିଶ୍ର ନୁହଁନ୍ତି ବିଜେପି ବିଧାୟକଙ୍କ ବାଚସ୍ପତିଙ୍କ ଅସମ୍ମାନ ଘଟଣାକୁ ନେଇ ଅନ୍ୟ ବିଧାୟକମାନେ ମଧ୍ୟ ନିନ୍ଦା କରୁଛନ୍ତି । ବିଜେପି ରାଜ୍ୟର ଉନ୍ନତି ଚାହୁଁ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ, ସବୁର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ । ସେମାନେ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ବିଧି ବ୍ୟବସ୍ଥା ଉପରେ କଟାକ୍ଷ କରୁଛନ୍ତି । ନିଜ ଦଳ ନେତାଙ୍କ ଉପରେ ସେମାନଙ୍କର ଭରସା ନାହିଁ । ଏଭଳି ପରିସ୍ଥିତି ଦେଇ ବିଜେପି ଚାଲିଛି। ଦଳ ବାହାରେ ଥିବା କିଛି ଜନବିରୋଧୀ ଲୋକ, ଯିଏ ଲୋକଙ୍କ ଟଙ୍କା ଖାଇ ଦେଇଛନ୍ତି, କିଏ ଲୋକଙ୍କ ଉପରେ ଗାଡି ଚଢ଼ାଇଛନ୍ତି, ସେଭଳି ନେତାଙ୍କ ସାହାରା ନେବାକୁ ସେମାନେ ଚେଷ୍ଟା କରୁଛନ୍ତି । ତେଣୁ ବିଜେପି ନୂଆ ନେତା ସୃଷ୍ଟି କରି ପାରୁନାହିଁ କି ନୂଆ ନେତା ଭରସା କରି ପାରୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

30 Sep 2023 By The Sakala

ବିଧାନସଭା ମୁଲତବୀ ରହିବା ନେଇ ବିଜେପିକୁ କଡ଼ା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ଭୁବନେଶ୍ବର: ହଟ୍ଟଗୋଳ ଯୋଗୁ ଶନିବାର ବିଧାନସଭା ଅଧିବେଶନ ଆରମ୍ଭରୁ ଅପରାହ୍ନ ୪ଟା ଯାଏ ମୁଲତବି ରହିବା ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମେ ଆଜି ଗୃହ ବନ୍ଦ କରି ନଥିଲୁ କି ମଧ୍ୟଭାଗକୁ ଆସି ନଥିଲୁ । ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ । ଅନେକ ସମସ୍ୟା ଅଛି । ହେଲେ ସମୟ କମ୍‌ । ବିଜେପି ନଛୋଡ଼ବନ୍ଧା । ବିଜେପିର ଦୁଇ ସଦସ୍ୟ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ସେମାନେ ନିଜ ପରମ୍ପରାରେ ପଡ଼ି ଯାଇଛନ୍ତି । ସଂସଦରେ କଂଗ୍ରେସ ନେତା କିଛି କହି ନଥିଲେ, ହେଲେ ନିଲମ୍ବନ ହୋଇଥିଲେ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

କେବଳ ନରସିଂହ ମିଶ୍ର ନୁହଁନ୍ତି ବିଜେପି ବିଧାୟକଙ୍କ ବାଚସ୍ପତିଙ୍କ ଅସମ୍ମାନ ଘଟଣାକୁ ନେଇ ଅନ୍ୟ ବିଧାୟକମାନେ ମଧ୍ୟ ନିନ୍ଦା କରୁଛନ୍ତି । ବିଜେପି ରାଜ୍ୟର ଉନ୍ନତି ଚାହୁଁ ନାହିଁ ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବିରୋଧୀ ଯେଉଁ ପ୍ରଶ୍ନ ଉଠାଇବେ, ସବୁର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ । ସେମାନେ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି। ବିଧି ବ୍ୟବସ୍ଥା ଉପରେ କଟାକ୍ଷ କରୁଛନ୍ତି । ନିଜ ଦଳ ନେତାଙ୍କ ଉପରେ ସେମାନଙ୍କର ଭରସା ନାହିଁ । ଏଭଳି ପରିସ୍ଥିତି ଦେଇ ବିଜେପି ଚାଲିଛି। ଦଳ ବାହାରେ ଥିବା କିଛି ଜନବିରୋଧୀ ଲୋକ, ଯିଏ ଲୋକଙ୍କ ଟଙ୍କା ଖାଇ ଦେଇଛନ୍ତି, କିଏ ଲୋକଙ୍କ ଉପରେ ଗାଡି ଚଢ଼ାଇଛନ୍ତି, ସେଭଳି ନେତାଙ୍କ ସାହାରା ନେବାକୁ ସେମାନେ ଚେଷ୍ଟା କରୁଛନ୍ତି । ତେଣୁ ବିଜେପି ନୂଆ ନେତା ସୃଷ୍ଟି କରି ପାରୁନାହିଁ କି ନୂଆ ନେତା ଭରସା କରି ପାରୁ ନାହାନ୍ତି ବୋଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର