‘ନନ୍ଦିଘୋଷ ଟିଭି’ର ପଞ୍ଚମ ସ୍ବନକ୍ଷତ୍ର: କନକ୍ଲେଭରେ ଯୋଗ ଦେଇ ବହୁତ ଖୁସି, ନନ୍ଦିଘୋଷ ଶବ୍ଦ ସହ ଓଡ଼ିଆ ଜାତିର ସମ୍ପର୍କ ଭାବାତ୍ମକ: ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର: ‘ନନ୍ଦିଘୋଷ ଟିଭି’ର ପଞ୍ଚମ ସ୍ବନକ୍ଷତ୍ର ଆଜି । ଏହି ଅବସରରେ ’ଜାତି ନନ୍ଦିଘୋଷ’ କନକ୍ଲେଭ କାର୍ଯ୍ୟକ୍ରମକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିବିଶେଷଙ୍କୁ ନବୀନ ସମ୍ମାନିତ କରିଥିଲେ।  ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇଥିଲେ । ନିଜ ବକ୍ତବ୍ୟରେ ନବୀନ କହିଥିଲେ, […]

ଭୁବନେଶ୍ବର: ‘ନନ୍ଦିଘୋଷ ଟିଭି’ର ପଞ୍ଚମ ସ୍ବନକ୍ଷତ୍ର ଆଜି । ଏହି ଅବସରରେ ’ଜାତି ନନ୍ଦିଘୋଷ’ କନକ୍ଲେଭ କାର୍ଯ୍ୟକ୍ରମକୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ସଫଳ ବ୍ୟକ୍ତିବିଶେଷଙ୍କୁ ନବୀନ ସମ୍ମାନିତ କରିଥିଲେ।  ହୋଟେଲ ସ୍ବସ୍ତି ପ୍ରିମିୟମ ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇଥିଲେ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ନିଜ ବକ୍ତବ୍ୟରେ ନବୀନ କହିଥିଲେ,  ନନ୍ଦିଘୋଷ କନକ୍ଲେଭରେ ଯୋଗଦେଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଓଡ଼ିଆ ଜାତିର ବିକାଶ ଯାତ୍ରାକୁ ନନ୍ଦିଘୋଷ ଟିଭି ଆହୁରି ଆଗକୁ ନେବ । ମିଡ଼ିଆ ହେଉଛି ଗଣତନ୍ତ୍ରର ଏକ ପ୍ରମୁଖ ମାଧ୍ୟମ । ତେଣୁ ଲୋକଙ୍କ ସ୍ବାର୍ଥ ପାଇଁ ମିଡ଼ିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ । କିଛି ସମୟ ପାଇଁ ସତକୁ ଲୁଚାଇ ହେବ, ହେଲେ ସବୁ ସମୟରେ ନୁହେଁ । ଆଜିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ନନ୍ଦିଘୋଷ ଟିଭି ଓ ‘ସକାଳ’ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ । ଏଥିସହିତ ସ୍ୱରହୀନଙ୍କ ସ୍ୱର ହେବାକୁ କନକ୍ଲେଭରେ ଗଣମାଧ୍ୟମକୁ ପରାମର୍ଶ  ଦେଇଥିଲେ ନବୀନ ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

କାର୍ଯ୍ୟକ୍ରମରେ ନାଟ୍ୟକାର ଓ ଗବେଷକ ରମେଶ ପ୍ରସାଦ ପାଣିଗ୍ରାହୀ, ଫିଲ୍ମ ନିର୍ଦ୍ଦେଶକ ତଥା ଅଭିନେତା ପ୍ରଶାନ୍ତ ନନ୍ଦ, ବରିଷ୍ଠ ସାମ୍ବାଦିକ ତଥା ରାଜ୍ୟ ସୂଚନା କମିଶନର ପୂର୍ବତନ ସଦସ୍ୟ ଦିଲ୍ଲୀପ ବିଶୋଇ, ହକି ଖେଳାଳୀ ତଥା ଅଲମ୍ପିୟାନ ନମିତା ଟପୋ, ହାଇଟେକ୍ ମେଡିକାଲର ଗ୍ରୁପ୍ ସିଇଓ ସୁରେଶ କୁମାର ପାଣିଗ୍ରାହୀ, ଗବେଷକ ତଥା ମହାକାଶ ବିଜ୍ଞାନୀ ଶୁଭେନ୍ଦୁ ମୋହନ ପଟ୍ଟନାୟକଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ସାଂସଦ ମାନସ ମଙ୍ଗରାଜ ନନ୍ଦିଘୋଷ ଟିଭିର ୫ ବର୍ଷର ସଫଳତା ବଖାଣିଥିଲେ। କାର୍ଯ୍ୟକ୍ରମରେ ନନ୍ଦିଘୋଷ ଟିଭି COO ଜବର ସିଂହ ପନଓ୍ବର, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ୫ଟି ପର୍ଯ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଜାତି ନନ୍ଦିଘୋଷ କନକ୍ଲେଭ, ବିତର୍କ: ୩୬ ପାଇଁ ବିକାଶ ନକ୍ସା, ନାରୀ: କେବଳ ଦୁଇଟି ଅକ୍ଷର ନୁହେଁ, ୟୁଟ୍ୟୁବ ରୋଜଗାରର ମାଧ୍ୟମ, ହାସ୍ୟ ଅଭିନୟ; ଦିଗବଳୟ ଯାଏ, ଏକ ରାଷ୍ଟ୍ର ଏକ ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ମାନସ ମନ୍ଥନ କରାଯିବ । ରାଜନୈତିକ ପ୍ରସଙ୍ଗରେ ଅତିଥି ବକ୍ତା ଭାବେ ସି-ଭୋଟର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ, ବିଶିଷ୍ଟ ଲେଖିକା ତଥା ରାଜ୍ୟସଭା ସାଂସଦ ଡ. ମହୁଆ ମାଜି ଯୋଗଦେଇଥିଲେ ।

ଅନ୍ୟାନ୍ୟ ପ୍ରସଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପ୍ୟାନେଲ ଆଲୋଚନାରେ ବଲିଉଡ ହାସ୍ୟ ଅଭିନେତା ବରୁଣ ଶର୍ମା, ସିଓ୍ବାଇଏସଡି ସହ-ପ୍ରତିଷ୍ଠାତା ଜଗଦାନନ୍ଦ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋୟୀ, ବିଏମସି ମେୟର ସୁଲୋଚନା ଦାସ, ଅଭିନେତ୍ରୀ ପୁଷ୍ପା ପଣ୍ଡା, ବିଧାୟିକା ସୋଫିଆ ଫିରଦୋଶ, ଡିଜିଟାଲ କ୍ରିଏଟର ସୁଧାଂଶୁ ଶେଖର ସାହୁ, ସୁଶ୍ରୀସଙ୍ଗୀତା ମିଶ୍ର, ସତ୍ୟନାରାୟଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର