ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ନନ୍ଦନକାନନର ସଫଳତା , ୯ ହଳଦିଆ ଆନାକୋଣ୍ଡା ଛୁଆ ଜନ୍ମ

The Sakala Picture
Published On

ନନ୍ଦନକାନନ : ନନ୍ଦନକାନନ ଆଜି ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ପୁଣି ଏକ ସଫଳତାର ପାହାଚ ଅତିକ୍ରମ କରିଛି। ଆଜି ପୁଣି ୯ଟି ଆନାକୋଣ୍ଡା ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଏବଂ ଓୟୁଏଟି ପ୍ରାଣୀ ପ୍ରସୂତି ବିଶେଷଜ୍ଞ ଡା. ବିଜୟ ସାହୁ ଏବଂ ଶୈଲ୍ୟ ବିଶେଷଜ୍ଞ ଡା. ଇନ୍ଦ୍ରମଣି ନାଥଙ୍କ ସଫଳ ପ୍ରୟାସରେ ଆଜି ଅପରାହ୍ଣରେ ମାଈ ହଳଦିଆ ଆନାକୋଣ୍ଡା ପୁଣି ୯ଟି ଛୁଆ ଜନ୍ମ କରିଛି। ଏହି ୯ଟି ଛୁଆଙ୍କ ଭିତରେ ଗୋଟିଏ […]

ନନ୍ଦନକାନନ : ନନ୍ଦନକାନନ ଆଜି ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ପୁଣି ଏକ ସଫଳତାର ପାହାଚ ଅତିକ୍ରମ କରିଛି। ଆଜି ପୁଣି ୯ଟି ଆନାକୋଣ୍ଡା ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଏବଂ ଓୟୁଏଟି ପ୍ରାଣୀ ପ୍ରସୂତି ବିଶେଷଜ୍ଞ ଡା. ବିଜୟ ସାହୁ ଏବଂ ଶୈଲ୍ୟ ବିଶେଷଜ୍ଞ ଡା. ଇନ୍ଦ୍ରମଣି ନାଥଙ୍କ ସଫଳ ପ୍ରୟାସରେ ଆଜି ଅପରାହ୍ଣରେ ମାଈ ହଳଦିଆ ଆନାକୋଣ୍ଡା ପୁଣି ୯ଟି ଛୁଆ ଜନ୍ମ କରିଛି। ଏହି ୯ଟି ଛୁଆଙ୍କ ଭିତରେ ଗୋଟିଏ ମଲା ଛୁଆ ଜନ୍ମ ହୋଇଛି। ବୁଧବାର ଗୋଟିଏ ଛୁଆ ଜନ୍ମ କରିଥିବା ମାଆ ଆନାକୋଣ୍ଡାର ଏକ୍ସରେ କରାଯିବାରୁ ତା’ ପେଟରେ ଆହୁରି ଛୁଆଥିବା ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ଗତକାଲି ରାତି ସାରା ନନ୍ଦନକାନନ ବରିଷ୍ଠ ପ୍ରାଣୀ ଚିକିତ୍ସକ ଶରତ ମିଶ୍ର, ଶରତ ସାହୁ ଓ ଜୀବବିଜ୍ଞାନୀ ପ୍ରାଣୀମିତ୍ର ରାଜେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମାଆ ଆନାକୋଣ୍ଡାଟି କିପରି ସୁରୁଖୁରୁରେ ଆହୁରି ଛୁଆ ଜନ୍ମ କରିବ ସେନେଇ ଚେଷ୍ଟା ଜାରି ରଖିଥିଲେ। ତାକୁ ସାଲାଇନ୍‍ ଓ କ୍ୟାଲ୍‍ସିୟମ ଔଷଧ ଦିଆଯାଇଥିଲା। ଯେତେବେଳେ ସେ ଗତକାଲି ଆଉ ଜନ୍ମ କରି ନ ଥିଲା ଆଜି ଓୟୁଏଟିରୁ ଡ. ଇନ୍ଦ୍ରମଣି ନାଥ ଓ ଡ. ବିଜୟ ସାହୁଙ୍କୁ ନନ୍ଦନକାନନ ଡକାଯାଇଥିଲା। ୩ଟି ମାଈ ଆନାକୋଣ୍ଡାଙ୍କୁ ଅଲ୍‍ଟ୍ରାସାଉଣ୍ଡ କରିବା ପରେ ଗତକାଲି ଜନ୍ମ କରିଥିବା ମାଆ ଆନାକୋଣ୍ଡା ପେଟରେ ଆହୁରି ୮/୯ଟି ଛୁଆ ଥିବା ଜାଣିବାକୁ ପାଇଥିଲେ। ତେବେ ସେ କାହିଁକି ଜନ୍ମ କରିପାରୁ ନାହିଁ କାରଣ ଖୋଜିଲା ବେଳକୁ ଗୋଟିଏ ଛୁଆ ବାଟରେ ଅଟକିଥିବା ଜାଣିଥିଲେ।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ତା’ପରେ ତାକୁ ଅସ୍ତ୍ରୋପଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ୱାରା ମାଆ ଆନାକୋଣ୍ଡା ପ୍ରତି ବିପଦ ଆସିବା ଆଶଙ୍କା କରି ଆସିଥିବା ବିଶେଷଜ୍ଞ ଅକ୍ସିଟୋସିନ୍‍ କରିଥିଲେ। ଏହାପରେ ବାଧା ଉପୁଜାଉଥିବା ଛୁଆଟି ପ୍ରାୟ ସାଢ଼େ ୪ଟା ସୁଦ୍ଧା ଜନ୍ମ ହୋଇଥିଲା। ଏହାପରେ ମାଆ ଆନାକୋଣ୍ଡାକୁ ଦ୍ୱିତୀୟ ଥର ଅକ୍ସିଟୋସିନ୍‍ ଦିଆଯାଇ ସରୀସୃପ ଉଦ୍ୟାନ ଖୁଆଡ଼କୁ ନିଆଯାଇଥିଲା। ଏଠାରେ ସାଢ଼େ ୫ଟା ସୁଦ୍ଧା ୭ଟି ଛୁଆ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨ଟି ନିଃଶ୍ୱାସପ୍ରଶ୍ୱାସ ନେଇ ନ ଥିଲେ। ବହୁ ଚେଷ୍ଟା କରିବା ପରେ ଗୋଟିଏ ଜୀବିତ ହୋଇଥିଲା ଓ ଆଉ ଗୋଟିଏ ମୃତ ଥିଲା। ଏହାର କିଛି ସମୟ ପରେ ପୁଣି ଗୋଟିଏ ଛୁଆ ଜନ୍ମ ହୋଇଥିଲା। ଏହିଭଳି ୯ଟି ଛୁଆ ଜନ୍ମ ହୋଇଥିଲେ। ନନ୍ଦନକାନନ ସ୍ୱାସ୍ଥ୍ୟ ବିଭାଗ ଦଳ ଜୀବିତ ୯ଟି ଆନାକୋଣ୍ଡା ଛୁଆଙ୍କୁ ସ୍ୱତନ୍ତ୍ର ଦେଖାଶୁଣାରେ ଲାଗିଛନ୍ତି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

ସେମାନଙ୍କୁ ଖାପ ଖୁଆଇଲା ଭଳି ସ୍ୱତନ୍ତ୍ର ପରିବେଶ ଓ ଉପଯୁକ୍ତ ତାପମାତ୍ରା ଅଲଗା ଅଲଗା ବକ୍ସରେ ରଖି ନିରୀକ୍ଷଣ କରାଯାଉଛି। ମାଆ ଆନାକୋଣ୍ଡାର ସ୍ୱାସ୍ଥ୍ୟାବସ୍ଥା ପର୍ଯ୍ୟବେକ୍ଷଣ କରାଯାଉଛି, ଆଉ ଏକ୍ସରେ କରାଯାଇନାହିଁ। ସାଧାରଣତଃ ମାଆ ଆନାକୋଣ୍ଡା ଯଦି ଜନ୍ମ କରିବାର ଥିବ ତେବେ ସେ କିଛି ଖାଇ ନ ଥାଏ। ଯଦି ଆଜି ରାତିରେ ସେ କିଛି ଖାଇଲା ତେବେ ଜଣାଯିବ ଯେ, ତା’ ପେଟରେ ଆଉ ଛୁଆ ନାହିଁ ବୋଲି ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି। ଆଜିର ୮ଟି ଓ ଗତକାଲିର ଗୋଟିଏ ଜୀବିତ ଛୁଆଙ୍କୁ ମିଶାଇ ନନ୍ଦନକାନନରେ ୧୪ଟି ହଳଦିଆ ଆନାକୋଣ୍ଡା ହେଲେ। ମାଡ୍ରାସରୁ ଆସିଥିବା ୮ଟିରୁ ୫ଟି ରହିଥିଲେ, ୩ଟି ମରିଯାଇଥିଲେ। ଗୋଟିଏ ଅଣ୍ଡିରା, ୩ଟି ମାଈ, ଗୋଟିଏର ଲିଙ୍ଗ ନିରୂପଣ ହୋଇନାହିଁ।
ସେହିଭଳି ନନ୍ଦନକାନନରେ ଖଣ୍ଡିଲାଞ୍ଜ ମାଙ୍କଡ଼ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଜି ସକାଳେ ଗୋଟିଏ ଖଣ୍ଡିଲାଞ୍ଜ ମାଙ୍କଡ଼ ଜନ୍ମ ହୋଇଛି। ମାଙ୍କଡ଼ଙ୍କ ପୁରୁଣା ଖୁଆଡ଼ ଭଙ୍ଗାଯାଇ ନୂତନ ଉନ୍ନତମାନର ଖୁଆଡ଼ ନିର୍ମାଣ ଚାଲିଛି। ସେନେଇ ଲାଞ୍ଜଖଣ୍ଡି ମାଙ୍କଡ଼ଙ୍କୁ ପ୍ରାଣୀ ଚିକିତ୍ସାଳୟ ସ୍ଥିତ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ରଖାଯାଇଛି। ସେଠାରେ ଆଜି ଏହି ମାଙ୍କଡ଼ ଛୁଆଟି ଜନ୍ମ ହୋଇଛି। ଫଳରେ ଖଣ୍ଡିଲାଞ୍ଜ ମାଙ୍କଡ଼ଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ୩ଟି ମାଈ, ୩ଟି ଅଣ୍ଡିରା ଥିବାବେଳେ ୨ଟିର ଲିଙ୍ଗ ନିରୂପଣ ହୋଇନାହିଁ।

09 Jul 2022 By The Sakala

ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ନନ୍ଦନକାନନର ସଫଳତା , ୯ ହଳଦିଆ ଆନାକୋଣ୍ଡା ଛୁଆ ଜନ୍ମ

ନନ୍ଦନକାନନ : ନନ୍ଦନକାନନ ଆଜି ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ପୁଣି ଏକ ସଫଳତାର ପାହାଚ ଅତିକ୍ରମ କରିଛି। ଆଜି ପୁଣି ୯ଟି ଆନାକୋଣ୍ଡା ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଏବଂ ଓୟୁଏଟି ପ୍ରାଣୀ ପ୍ରସୂତି ବିଶେଷଜ୍ଞ ଡା. ବିଜୟ ସାହୁ ଏବଂ ଶୈଲ୍ୟ ବିଶେଷଜ୍ଞ ଡା. ଇନ୍ଦ୍ରମଣି ନାଥଙ୍କ ସଫଳ ପ୍ରୟାସରେ ଆଜି ଅପରାହ୍ଣରେ ମାଈ ହଳଦିଆ ଆନାକୋଣ୍ଡା ପୁଣି ୯ଟି ଛୁଆ ଜନ୍ମ କରିଛି। ଏହି ୯ଟି ଛୁଆଙ୍କ ଭିତରେ ଗୋଟିଏ ମଲା ଛୁଆ ଜନ୍ମ ହୋଇଛି। ବୁଧବାର ଗୋଟିଏ ଛୁଆ ଜନ୍ମ କରିଥିବା ମାଆ ଆନାକୋଣ୍ଡାର ଏକ୍ସରେ କରାଯିବାରୁ ତା’ ପେଟରେ ଆହୁରି ଛୁଆଥିବା ଜଣାପଡ଼ିଥିଲା।

ଗତକାଲି ରାତି ସାରା ନନ୍ଦନକାନନ ବରିଷ୍ଠ ପ୍ରାଣୀ ଚିକିତ୍ସକ ଶରତ ମିଶ୍ର, ଶରତ ସାହୁ ଓ ଜୀବବିଜ୍ଞାନୀ ପ୍ରାଣୀମିତ୍ର ରାଜେଶ ମହାପାତ୍ର ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମାଆ ଆନାକୋଣ୍ଡାଟି କିପରି ସୁରୁଖୁରୁରେ ଆହୁରି ଛୁଆ ଜନ୍ମ କରିବ ସେନେଇ ଚେଷ୍ଟା ଜାରି ରଖିଥିଲେ। ତାକୁ ସାଲାଇନ୍‍ ଓ କ୍ୟାଲ୍‍ସିୟମ ଔଷଧ ଦିଆଯାଇଥିଲା। ଯେତେବେଳେ ସେ ଗତକାଲି ଆଉ ଜନ୍ମ କରି ନ ଥିଲା ଆଜି ଓୟୁଏଟିରୁ ଡ. ଇନ୍ଦ୍ରମଣି ନାଥ ଓ ଡ. ବିଜୟ ସାହୁଙ୍କୁ ନନ୍ଦନକାନନ ଡକାଯାଇଥିଲା। ୩ଟି ମାଈ ଆନାକୋଣ୍ଡାଙ୍କୁ ଅଲ୍‍ଟ୍ରାସାଉଣ୍ଡ କରିବା ପରେ ଗତକାଲି ଜନ୍ମ କରିଥିବା ମାଆ ଆନାକୋଣ୍ଡା ପେଟରେ ଆହୁରି ୮/୯ଟି ଛୁଆ ଥିବା ଜାଣିବାକୁ ପାଇଥିଲେ। ତେବେ ସେ କାହିଁକି ଜନ୍ମ କରିପାରୁ ନାହିଁ କାରଣ ଖୋଜିଲା ବେଳକୁ ଗୋଟିଏ ଛୁଆ ବାଟରେ ଅଟକିଥିବା ଜାଣିଥିଲେ।

ତା’ପରେ ତାକୁ ଅସ୍ତ୍ରୋପଚାର କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ୱାରା ମାଆ ଆନାକୋଣ୍ଡା ପ୍ରତି ବିପଦ ଆସିବା ଆଶଙ୍କା କରି ଆସିଥିବା ବିଶେଷଜ୍ଞ ଅକ୍ସିଟୋସିନ୍‍ କରିଥିଲେ। ଏହାପରେ ବାଧା ଉପୁଜାଉଥିବା ଛୁଆଟି ପ୍ରାୟ ସାଢ଼େ ୪ଟା ସୁଦ୍ଧା ଜନ୍ମ ହୋଇଥିଲା। ଏହାପରେ ମାଆ ଆନାକୋଣ୍ଡାକୁ ଦ୍ୱିତୀୟ ଥର ଅକ୍ସିଟୋସିନ୍‍ ଦିଆଯାଇ ସରୀସୃପ ଉଦ୍ୟାନ ଖୁଆଡ଼କୁ ନିଆଯାଇଥିଲା। ଏଠାରେ ସାଢ଼େ ୫ଟା ସୁଦ୍ଧା ୭ଟି ଛୁଆ ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରେ ୨ଟି ନିଃଶ୍ୱାସପ୍ରଶ୍ୱାସ ନେଇ ନ ଥିଲେ। ବହୁ ଚେଷ୍ଟା କରିବା ପରେ ଗୋଟିଏ ଜୀବିତ ହୋଇଥିଲା ଓ ଆଉ ଗୋଟିଏ ମୃତ ଥିଲା। ଏହାର କିଛି ସମୟ ପରେ ପୁଣି ଗୋଟିଏ ଛୁଆ ଜନ୍ମ ହୋଇଥିଲା। ଏହିଭଳି ୯ଟି ଛୁଆ ଜନ୍ମ ହୋଇଥିଲେ। ନନ୍ଦନକାନନ ସ୍ୱାସ୍ଥ୍ୟ ବିଭାଗ ଦଳ ଜୀବିତ ୯ଟି ଆନାକୋଣ୍ଡା ଛୁଆଙ୍କୁ ସ୍ୱତନ୍ତ୍ର ଦେଖାଶୁଣାରେ ଲାଗିଛନ୍ତି।

ସେମାନଙ୍କୁ ଖାପ ଖୁଆଇଲା ଭଳି ସ୍ୱତନ୍ତ୍ର ପରିବେଶ ଓ ଉପଯୁକ୍ତ ତାପମାତ୍ରା ଅଲଗା ଅଲଗା ବକ୍ସରେ ରଖି ନିରୀକ୍ଷଣ କରାଯାଉଛି। ମାଆ ଆନାକୋଣ୍ଡାର ସ୍ୱାସ୍ଥ୍ୟାବସ୍ଥା ପର୍ଯ୍ୟବେକ୍ଷଣ କରାଯାଉଛି, ଆଉ ଏକ୍ସରେ କରାଯାଇନାହିଁ। ସାଧାରଣତଃ ମାଆ ଆନାକୋଣ୍ଡା ଯଦି ଜନ୍ମ କରିବାର ଥିବ ତେବେ ସେ କିଛି ଖାଇ ନ ଥାଏ। ଯଦି ଆଜି ରାତିରେ ସେ କିଛି ଖାଇଲା ତେବେ ଜଣାଯିବ ଯେ, ତା’ ପେଟରେ ଆଉ ଛୁଆ ନାହିଁ ବୋଲି ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର ସୂଚନା ଦେଇଛନ୍ତି। ଆଜିର ୮ଟି ଓ ଗତକାଲିର ଗୋଟିଏ ଜୀବିତ ଛୁଆଙ୍କୁ ମିଶାଇ ନନ୍ଦନକାନନରେ ୧୪ଟି ହଳଦିଆ ଆନାକୋଣ୍ଡା ହେଲେ। ମାଡ୍ରାସରୁ ଆସିଥିବା ୮ଟିରୁ ୫ଟି ରହିଥିଲେ, ୩ଟି ମରିଯାଇଥିଲେ। ଗୋଟିଏ ଅଣ୍ଡିରା, ୩ଟି ମାଈ, ଗୋଟିଏର ଲିଙ୍ଗ ନିରୂପଣ ହୋଇନାହିଁ।
ସେହିଭଳି ନନ୍ଦନକାନନରେ ଖଣ୍ଡିଲାଞ୍ଜ ମାଙ୍କଡ଼ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଜି ସକାଳେ ଗୋଟିଏ ଖଣ୍ଡିଲାଞ୍ଜ ମାଙ୍କଡ଼ ଜନ୍ମ ହୋଇଛି। ମାଙ୍କଡ଼ଙ୍କ ପୁରୁଣା ଖୁଆଡ଼ ଭଙ୍ଗାଯାଇ ନୂତନ ଉନ୍ନତମାନର ଖୁଆଡ଼ ନିର୍ମାଣ ଚାଲିଛି। ସେନେଇ ଲାଞ୍ଜଖଣ୍ଡି ମାଙ୍କଡ଼ଙ୍କୁ ପ୍ରାଣୀ ଚିକିତ୍ସାଳୟ ସ୍ଥିତ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ରଖାଯାଇଛି। ସେଠାରେ ଆଜି ଏହି ମାଙ୍କଡ଼ ଛୁଆଟି ଜନ୍ମ ହୋଇଛି। ଫଳରେ ଖଣ୍ଡିଲାଞ୍ଜ ମାଙ୍କଡ଼ଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ୩ଟି ମାଈ, ୩ଟି ଅଣ୍ଡିରା ଥିବାବେଳେ ୨ଟିର ଲିଙ୍ଗ ନିରୂପଣ ହୋଇନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର