୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ

The Sakala Picture
Published On

ଭୁବନେଶ୍ବର: ଆଜି ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ବ୍ୟାପକ କାର୍ଯ୍ୟକ୍ରମ । ଏହି ଅବସରରେ ଚିଲଡ୍ରେନ ପାର୍କ ଓ ପ୍ରାଣୀ ଚିକିତ୍ସାଳୟର ନୂତନ ଅପରେସନ ଥିଏଟର, ଶିଶୁ ପଶୁପାଳନ କେନ୍ଦ୍ର ଉଦଘାଟନ କରାଯିବ । ଆଜିଠୁ ନୂଆ ପଶୁପକ୍ଷୀଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ । ମହୀଶୂର ଚିଡିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଜନ୍ତୁ ମିରକେଟ, କଳା ହଂସଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ । ମୁଖ୍ୟ […]

ଭୁବନେଶ୍ବର: ଆଜି ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ବ୍ୟାପକ କାର୍ଯ୍ୟକ୍ରମ । ଏହି ଅବସରରେ ଚିଲଡ୍ରେନ ପାର୍କ ଓ ପ୍ରାଣୀ ଚିକିତ୍ସାଳୟର ନୂତନ ଅପରେସନ ଥିଏଟର, ଶିଶୁ ପଶୁପାଳନ କେନ୍ଦ୍ର ଉଦଘାଟନ କରାଯିବ । ଆଜିଠୁ ନୂଆ ପଶୁପକ୍ଷୀଙ୍କୁ ଦେଖିବାକୁ ସୁଯୋଗ ପାଇବେ ପର୍ଯ୍ୟଟକ । ମହୀଶୂର ଚିଡିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଜନ୍ତୁ ମିରକେଟ, କଳା ହଂସଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ । ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେବେ ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ସଚିବ ମୋନା ଶର୍ମା, ମୁଖ୍ୟ ବନ୍ୟ ସଂରକ୍ଷକ ସୁଶୀଲ କୁମାର ପୋପ୍ଲେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଗତ ୬୨ବର୍ଷରେ ନନ୍ଦନକାନନକୁ ଅନେକ ପଶୁପକ୍ଷୀ ଆସିଛନ୍ତି । ଏଠାରୁ ଅନେକ ପଶୁପକ୍ଷୀ ଅନ୍ୟ ଚିଡିଆଖାନାକୁ ମଧ୍ୟ ଯାଇଛନ୍ତି । ପର୍ଯ୍ୟଟକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି ନନ୍ଦନକାନନ । ଛୁଟି ଦିନ ହେଉ ଅବା ମନୋରଞ୍ଜନ ପାଇଁ ହେଉ ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ନନ୍ଦନକାନନ ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର