ବଦଳିବ ନାହିଁ ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ: ଉଚ୍ଚଶିକ୍ଷା ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ରେଭେନ୍ସା କଲେଜର ନାମ ପରିବର୍ତ୍ତନକୁ ନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଅଣତାରକା ପ୍ରଶ୍ନ କରିଥିଲେ। ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ କିମ୍ବା ଯୋଜନା ରାଜ୍ୟ ରଖିଛନ୍ତି କି। ଯଦି ଏଭଳି ଯୋଜନା କିମ୍ବା ପ୍ରସ୍ତାବ ବିଚାରଧିନ ଅଛି ତାର ରୂପରେଖ, କାରଣ ଓ ବିବରଣୀ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି। ଏହାର ଲିଖିତ […]

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିିତୀୟ ପର୍ଯ୍ୟାୟ। ରେଭେନ୍ସା କଲେଜର ନାମ ପରିବର୍ତ୍ତନକୁ ନେଇ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଅଣତାରକା ପ୍ରଶ୍ନ କରିଥିଲେ। ରେଭେନ୍ସା କଲେଜର ନାମ ପରିବର୍ତ୍ତନ କରିବାର କୌଣସି ପ୍ରସ୍ତାବ କିମ୍ବା ଯୋଜନା ରାଜ୍ୟ ରଖିଛନ୍ତି କି। ଯଦି ଏଭଳି ଯୋଜନା କିମ୍ବା ପ୍ରସ୍ତାବ ବିଚାରଧିନ ଅଛି ତାର ରୂପରେଖ, କାରଣ ଓ ବିବରଣୀ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଏହାର ଲିଖିତ ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜଣାଇଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ନାହିଁ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ସୂଚନା ଅନୁଯାୟୀ, ବିଧାନସଭା ଆରମ୍ଭରୁ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ପ୍ରବଳ ହୋହାଲ୍ଲା ଓ ନାରାବାଜି କରିଥିଲେ। ବିରୋଧୀ ବିଜେଡି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲା। କାହିଁକି ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସକୁ ବିଜୁ ଜୟନ୍ତୀ ଦିନରୁ ବାତିଲ କରାଗଲା ବୋଲି ବିଜଡ଼ି ପ୍ରଶ୍ନ କରିଥିଲୀ। ସେପଟେ କଂଗ୍ରେସ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ପ୍ରଥମେ ଦିନ ୧୨ଟା ଯାଏ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି । ପୁଣି ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର