ସରକାର ପରିବର୍ତ୍ତନ ପରେ ନାମ ପରିବର୍ତ୍ତନ ନିଶା: ‘ବସ୍‌‌’ ହେଲା ‘ସାଇକଲ୍‌‌’ କେବେ

The Sakala Picture
Published On

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୋ ବସ୍‌‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌‌’ କରାଗଲା। ହେଲେ ‘ମୋ ସାଇକେଲ୍‌‌’ କିନ୍ତୁ ‘ଆମ ସାକକଲ୍‌‌’ ହୋଇପାରିଲା ନାହିଁ। ‘ମୋ ସାଇକଲ୍‌‌’ ଆମ ସାଇକଲ କେବେ ହେବ ତାହା ରାଜଧାନୀର ସାଇକଲ ଚାଳକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ନାମ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ତାହା ଜଣାପଡ଼ୁ ନାହିଁ। ପୂର୍ବ ସରକାରଙ୍କ ଭଲ କାମକୁ ହାଇଜାକ୍‌‌ କରି ନିଜ ଯୋଜନା […]

ଭୁବନେଶ୍ୱର: ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ମୋ ବସ୍‌‌’ର ନାମ ପରିବର୍ତ୍ତନ କରାଯାଇ ‘ଆମ ବସ୍‌‌’ କରାଗଲା। ହେଲେ ‘ମୋ ସାଇକେଲ୍‌‌’ କିନ୍ତୁ ‘ଆମ ସାକକଲ୍‌‌’ ହୋଇପାରିଲା ନାହିଁ। ‘ମୋ ସାଇକଲ୍‌‌’ ଆମ ସାଇକଲ କେବେ ହେବ ତାହା ରାଜଧାନୀର ସାଇକଲ ଚାଳକଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ବିଷୟବସ୍ତୁ ପାଲଟିଛି। ନାମ ପଛରେ ଆଉ କିଛି ଷଡ଼ଯନ୍ତ୍ର ରହିଛି କି ତାହା ଜଣାପଡ଼ୁ ନାହିଁ। ପୂର୍ବ ସରକାରଙ୍କ ଭଲ କାମକୁ ହାଇଜାକ୍‌‌ କରି ନିଜ ଯୋଜନା ବୋଲି ଲୋକଙ୍କ ଜଣାଇବାକୁ ବାଟ ପ୍ରସ୍ତୁତ ହେଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏପରି ନୁହେଁ ଯେ ସରକାର ପରିବର୍ତ୍ତନ ହେବା ପରେ ‘ମୋ ସାଇକେଲ୍‌‌ ଯୋଜନାକୁ ବନ୍ଦକରି ଦିଆଯାଇଛି। ଖୋଦ୍‌‌ ବିଭାଗୀୟ ମନ୍ତ୍ରୀ ଏନେଇ ଗୃହରେ ଉତ୍ତର ରଖିଛନ୍ତି ଯେ ଏହାକୁ ବନ୍ଦ କରାଯାଇ ନାହିଁ। ସାଇକଲ୍‌‌ ଗୁଡ଼ିକୁ ମରାମତି କରାଯାଉଛି। ହେଲେ ଏପର୍ଯ୍ୟନ୍ତ ମରାମତି ପର୍ଯ୍ୟାୟରେ ହିଁ ମୋ ସାଇକଲ୍‌‌ ଯୋଜନା ଅଟକି ଗଲା। ରାଜଧାନୀର ରାଜରାସ୍ତାରେ ମୋ ସାଇକେଲ୍‌‌ ଗଡ଼଼ିପାରୁ ନାହିଁ। ମୋ ସାଇକେଲ୍‌‌କୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେବାରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌ (ବିଏସ୍‌‌ସିଏଲ୍‌‌) ଖରାପ ହୋଇ ପଡ଼ି ରହିଥିବା ମୋ ସାଇକେଲ୍‌‌ଗୁଡିକୁ ସଜାଡ଼ିବା ପାଇଁ ବିଭିନ୍ନ ସ୍ଥାନରୁ ସାଇକେଲ୍‌‌ ଗୁଡ଼ିକୁ ଗତବର୍ଷ ସେପ୍ଟେମ୍ବର ମାସରେ ଉଠାଇ ନେଇ ଗ୍ୟାରେଜ୍‌‌ରେ ରଖାଯାଇଥିଲା। ସାଇକେଲ୍‌‌ଗୁଡିକୁ ସଜାଡିବା ପରେ ପୁଣିଥରେ ଉଠାଯାଇଥିବା ସ୍ଥାନରେ ରଖାଯିବ ବୋଲି ସୂଚନା ଦିଆଯାଇଥିଲା। ହେଲେ ଏଗୁଡ଼ିକ ଏପର୍ଯ୍ୟନ୍ତ ଗ୍ୟାରେଜ୍‌‌ରୁ ବାହାରି ପାରୁନି କିମ୍ବା ମୋ ସାଇକଲ୍‌‌ରୁ ଆମ ସାଇକଲ୍‌‌ କେବେ ହେବ ବୋଲି କେହି କହୁ ନାହାନ୍ତି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ସୂଚନାଯୋଗ୍ୟ, ୨୦୧୮ ହକି ବିଶ୍ୱକପ୍‌‌ ସମୟରେ ହେକ୍ସି, ୟୋନୋ, ୟୁଲୁ କମ୍ପାନୀଠାରୁ ୨୫ହଜାର ଟଙ୍କା ଲେଖାଏ ଦେଇ ମୋଟ ୨ ହଜାର ସାଇକଲ୍‌‌ କିଣାଯାଇଥିଲା। ଏବାବଦରେ ୫ କୋଟି ଖର୍ଚ୍ଚ ହୋଇଥିଲା। ସହରରେ ସାଇକଲ ଟ୍ରାକ୍‌‌ ନିର୍ମାଣ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାଇକଲଗୁଡିକ ବ୍ୟବହାର ନ ହୋଇ ନଷ୍ଟ ହେବାରେ ଲାଗିଲା। ଏପରିକି କବାଡ଼ିଖାନାରେ ମୋ ସାଇକେଲ୍‌‌କୁ ସ୍କ୍ରାପ୍‌‌ ଆକାରରେ ବିକ୍ରି କରାଗଲା। ସେହିପରି ବହୁ ମୋ ସାଇକଲ୍‌‌ ଚୋରି ହୋଇଗଲା। ଏହିକୁ ନେଇ ସ୍ମାର୍ଟସିଟିକୁ ବିଭିନ୍ନ ମହଲରୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏବେ ତ ଆଉ ସାଇକଲ୍‌‌ ଦେଖାଯାଉ ନାହିଁ। ବରଂ ମୋ ସାଇକେଲ୍‌‌ ଗଡ଼଼ିବା ପାଇଁ ପ୍ରସ୍ତୁତ ହୋଇଥିବା ଟ୍ରାକ୍‌‌ର ରଙ୍ଗ ବି ଛାଡି ଗଲାଣି।।ଫଳରେ ଏବେ ଏଠାରେ ଆଉ ସାଧାରଣ ସାଇକେଲ୍‌‌ ବି ଗଡ଼଼ିପାରୁ ନାହିଁ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର