ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ

The Sakala Picture
Published On

ନବରଙ୍ଗପୁର: ଭାଲୁ ସହ ଲଢେଇ କରି ଜୀବନ ହାରିଲେ ଠିକାଦାର । ମୃତ ଠିକାଦାର ହେଲେ ବ୍ରିଜେଶ ଦ୍ଵିବେଦୀ । ତାଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁରେ ବୋଲି ସୂଚନା ମିଳିଛି । ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ପଞ୍ଚାୟତରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର -ବିଶାଖାପାଟଣମ ନିର୍ମାଣଧିନ ଜାତୀୟରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ ବ୍ରିଜେଶ । କର୍ଷସ୍ଥଳରେ ଥିବା […]

ନବରଙ୍ଗପୁର: ଭାଲୁ ସହ ଲଢେଇ କରି ଜୀବନ ହାରିଲେ ଠିକାଦାର । ମୃତ ଠିକାଦାର ହେଲେ ବ୍ରିଜେଶ ଦ୍ଵିବେଦୀ । ତାଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁରେ ବୋଲି ସୂଚନା ମିଳିଛି । ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ପଞ୍ଚାୟତରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର -ବିଶାଖାପାଟଣମ ନିର୍ମାଣଧିନ ଜାତୀୟରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ ବ୍ରିଜେଶ ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

କର୍ଷସ୍ଥଳରେ ଥିବା ରାସ୍ତାପାର୍ଶ୍ଵ କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ ବ୍ରିଜେଶ ଦ୍ଵିବେଦୀ । ଆଜି ଭୋରୁ ଶୌଚ ପାଇଁ ଯିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ମୁକୁଳିବା ପାଇଁ ୧ ଘଣ୍ଟା ଧରି ଭାଲୁ ସହ ଲଢ଼େଇ କରିଥିଲେ ବ୍ରିଜେଶ । ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଭାଲୁ ଆକ୍ରମଣରେ ଠିକାଦାର ବ୍ରିଜେଶ ଦ୍ଵିବେଦୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ବନ ବିଭାଗ କର୍ମଚାରୀ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

09 Dec 2023 By The Sakala

ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଠିକାଦାରଙ୍କ ମୃତ୍ୟୁ

ନବରଙ୍ଗପୁର: ଭାଲୁ ସହ ଲଢେଇ କରି ଜୀବନ ହାରିଲେ ଠିକାଦାର । ମୃତ ଠିକାଦାର ହେଲେ ବ୍ରିଜେଶ ଦ୍ଵିବେଦୀ । ତାଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁରେ ବୋଲି ସୂଚନା ମିଳିଛି । ନବରଙ୍ଗପୁର ବ୍ଲକ୍‌ ଭତରାସିଉନି ପଞ୍ଚାୟତରେ ଘଟିଛି ଏପରି ଏକ ହୃଦୟବିଦାରକ ଘଟଣା । ନବରଙ୍ଗପୁର ଵ୍ଳକ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର -ବିଶାଖାପାଟଣମ ନିର୍ମାଣଧିନ ଜାତୀୟରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ଥିଲେ ବ୍ରିଜେଶ ।

କର୍ଷସ୍ଥଳରେ ଥିବା ରାସ୍ତାପାର୍ଶ୍ଵ କ୍ୟାମ୍ପରେ ଶ୍ରମିକଙ୍କ ସହ ରହୁଥିଲେ ବ୍ରିଜେଶ ଦ୍ଵିବେଦୀ । ଆଜି ଭୋରୁ ଶୌଚ ପାଇଁ ଯିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ମୁକୁଳିବା ପାଇଁ ୧ ଘଣ୍ଟା ଧରି ଭାଲୁ ସହ ଲଢ଼େଇ କରିଥିଲେ ବ୍ରିଜେଶ । ଶ୍ରମିକ ଓ ଗାଁ ଲୋକ ଭାଲୁକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଭାଲୁ ଆକ୍ରମଣରେ ଠିକାଦାର ବ୍ରିଜେଶ ଦ୍ଵିବେଦୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ବନ ବିଭାଗ କର୍ମଚାରୀ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛି ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର