ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତି କାନ୍ତି, ୫ଟାରୁ ବନ୍ଦ ରହିବ ନବମୀ ସନ୍ଧ୍ୟା ଦର୍ଶନ

The Sakala Picture
Published On

ପୁରୀ: ଆଡପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ ଟା ଯାଏଁ ଜାରି ରହିବ।  ସକାଳ ୭ଟା ରୁ ଅପରାହ୍ନ ୫ ଟା ଯାଏଁ ଦର୍ଶନ ଚାଲିବ। ଅପରାହ୍ନ ୫ଟା ପରେ ଆଉ ଦର୍ଶନ ମିଳିବ ନାହିଁ । ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତି କାନ୍ତି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୭ ତାରିଖରେ ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର, ପୁଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। […]

ପୁରୀ: ଆଡପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ଅପରାହ୍ନ ୫ ଟା ଯାଏଁ ଜାରି ରହିବ।  ସକାଳ ୭ଟା ରୁ ଅପରାହ୍ନ ୫ ଟା ଯାଏଁ ଦର୍ଶନ ଚାଲିବ। ଅପରାହ୍ନ ୫ଟା ପରେ ଆଉ ଦର୍ଶନ ମିଳିବ ନାହିଁ । ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ନୀତି କାନ୍ତି ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୭ ତାରିଖରେ ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର, ପୁଲିସ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଅପରାହ୍ନ ୫ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ଭକ୍ତ ଦର୍ଶନର ସୁଯୋଗ ପାଇବେ। ତେବେ ବଡ଼ଦାଣ୍ଡରେ କିମ୍ବା ବ୍ୟାରିକେଡ଼ରେ ଥିବା ଭକ୍ତ ଆଉ ଦର୍ଶନ କରିପାରିବେ ନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଓ ଦଇତାପତି ନିଯୋଗ ସମ୍ପାଦକ ଏ ନେଇ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର