ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ହାତରେ ଗୋପାଳର ହାତଲେଖା ଡାଏରୀ, ଖୋଲିପାରେ ଷଡ଼ଯନ୍ତ୍ରର ରହସ୍ୟ

The Sakala Picture
Published On

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ଏଏସ୍‌‌ଆଇ ଗୋପାଳକୃଷ୍ଣଙ୍କ ଡ଼ାଏରୀ। ଗୋପାଳ ପ୍ରତିଦିନ ଯେଉଁ ଡ଼ାଏରୀ ଲେଖୁଥିଲେ ତାହା ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋପାଳର ସରକାରୀ କ୍ୱାର୍ଟର ଯାଞ୍ଚ ବେଳେ ଏହି ଡ଼ାଏରୀ ଓ କିଛି କାଗଜପତ୍ରକୁ କ୍ରାଇମବ୍ରାଞ୍ଚ ଜବତ କରିଛି। ତଦନ୍ତକାରୀ ଅଧିକାରୀମାନେ ଏହି ଡାଏରୀ ଏବଂ ଜବତ କାଗଜପତ୍ରକୁ ତନ୍ନତନ୍ନ ଯାଞ୍ଚ କରୁଛନ୍ତି। ଏହି ସବୁ କାଗଜପତ୍ରକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି […]

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ରର ରହସ୍ୟ ଖୋଲିପାରେ ଏଏସ୍‌‌ଆଇ ଗୋପାଳକୃଷ୍ଣଙ୍କ ଡ଼ାଏରୀ। ଗୋପାଳ ପ୍ରତିଦିନ ଯେଉଁ ଡ଼ାଏରୀ ଲେଖୁଥିଲେ ତାହା ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋପାଳର ସରକାରୀ କ୍ୱାର୍ଟର ଯାଞ୍ଚ ବେଳେ ଏହି ଡ଼ାଏରୀ ଓ କିଛି କାଗଜପତ୍ରକୁ କ୍ରାଇମବ୍ରାଞ୍ଚ ଜବତ କରିଛି। ତଦନ୍ତକାରୀ ଅଧିକାରୀମାନେ ଏହି ଡାଏରୀ ଏବଂ ଜବତ କାଗଜପତ୍ରକୁ ତନ୍ନତନ୍ନ ଯାଞ୍ଚ କରୁଛନ୍ତି। ଏହି ସବୁ କାଗଜପତ୍ରକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଶୌଚାଳୟରେ ହାତଲେଖା କିଛି କାଗଜପତ୍ର ଫିଙ୍ଗିବା ସମ୍ପର୍କରେ କ୍ରାଇମ୍‌‌ବ୍ରାଞ୍ଚ ଦ୍ୱିତୀୟ ଦିନରେ ଗୋପାଳଙ୍କୁ ପଚରାଉଚରା କରିଛି। ଅଭିଯୁକ୍ତର ବୟାନ ଆଧାରରେ ଶୌଚାଳୟର ଟାଙ୍କି ଏବଂ ବନ୍ଦ ସରକାରୀ କ୍ୱାଟର୍ସରୁ କିଛି କାଗଜପତ୍ର ଜବତ ହୋଇଛି। ଜବତ କାଗଜ ଖଣ୍ଡଗୁଡିକୁ ଏକାଠି କରି ସେଥିରୁ ତଥ୍ୟ ବାହାର କରିବା ପାଇଁ ହସ୍ତଲିଖନ ବିଶେଷଜ୍ଞ (ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟ) ସହାୟତା ନିଆଯାଉଛି। ସରକାରୀ କ୍ୱାର୍ଟର୍ସ ଏବଂ ଶୌଚାଳୟରୁ ଜବତ ହୋଇଥିବା କାଗଜ ଟୁକୁରାକୁ ଅଭିଯୁକ୍ତ ଗୋପାଳ ଚିହ୍ନଟ କରିଛି। ଏହି କାଗଜ ଟୁକୁଡ଼ାରେ ସେ କିଛି ଲେଖିଥିବା ମଧ୍ୟ ସେ ସ୍ୱୀକାର କରିଛି। ତଥାପି ଏହାକୁ ପ୍ରମାଣ କରିବା ପାଇଁ ଉକ୍ତ ଜବତ ଡାଏରୀ ଏବଂ ୨୨ଖଣ୍ଡ କାଗଜ ଟୁକୁଡ଼ାକୁ ରାଜ୍ୟ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ। ରିପୋର୍ଟ ଆସିବା ପରେ ଜବତ ହୋଇଥିବା କାଗଜରେ ଗୋପାଳ ଲେଖିଥିଲେ କି ନାହିଁ ସ୍ପଷ୍ଟ ହେବ ବୋଲି କ୍ରାଇମ୍‌‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଏହା ସହ ଲିଭି ଯାଇଥିବା ଲେଖାକୁ ଉଦ୍ଧାର କରିବା ପାଇଁ ମଧ୍ୟ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଅନ୍ୟପକ୍ଷରେ କ୍ରାଇମ୍‌‌ବ୍ରାଞ୍ଚର ଆଉ ଏକ ଟିମ୍‌‌ ଗୋପାଳଙ୍କ ତୃତୀୟ ଗୁଳିରେ ଆହତ ଜୀବନ କୁମାର ନାୟକଙ୍କ ବୟାନ ରେକର୍ଡ କରିଛି। ଜୀବନ ସହ ଘଟଣା ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟ ବୟାନ ନେଇଛି କ୍ରାଇମ୍‌‌ବ୍ରାଞ୍ଚ। ଗୋପାଳର ମେଡ଼ିକାଲ ରିପୋର୍ଟ, ବ୍ୟାଙ୍କ୍‌‌ ଆକାଉଣ୍ଟ ଆଦିକୁ ପୁଣି ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଗୋପାଳର ଦୁଇ ଜଣ ସାଙ୍ଗ,ପରିବାର ଏବଂ ଗ୍ରାମବାସୀଙ୍କୁ ଆଜି ମଧ୍ୟ କ୍ରାଇମ୍‌‌ବ୍ରାଞ୍ଚର ଏକ ଟିମ୍‌‌ ଜେରା କରିଛି। ଆଜି କ୍ରାଇମ୍‌‌ବ୍ରାଞ୍ଚ ଅଭିଯୁକ୍ତ ଗୋପାଳର ବାଇକ୍‌‌କୁ ଜବତ କରିଛି। ଉକ୍ତ ବାଇକ୍‌‌ରେ ଗୋପାଳ ଆସି ସଭା ସ୍ଥଳରୁ କିଛି ଦୂରରେ ରଖିଥିଲେ। ସେଠାରୁ ବାଇକ୍‌‌ ରଖିବା ପରେ ମନ୍ତ୍ରୀକୁ ହତ୍ୟା କରି ଫେରାର ହେବାର ଯୋଜନା କରିଥିଲା ଗୋପାଳ। କିନ୍ତୁ ଗୁଳି ମାଡ଼ ପରେ ସେ ମନ୍ତ୍ରୀ ସମର୍ଥକ ଏବଂ ସ୍ଥାନୀୟ ପୁଲିସ ହାତରେ ଧରା ପଡ଼ି ଯାଇଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ବ୍ରହ୍ମପୁରରେ ଗତ ୪ ଦିନ ହେବ ତନାଘନା କରୁଛି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଟିମ୍‌‌। ବହିସ୍କୃତ ଏଏସ୍‌‌ଆଇ ଗୋପାଳ ଦାସଙ୍କ ପରିବାର ଲୋକ, ସମ୍ପର୍କୀୟ, ବନ୍ଧୁ ଏବଂ ତାଙ୍କୁ ଲିଙ୍କ୍‌‌ ଥିବା ବିଭିନ୍ନ ଲୋକଙ୍କୁ ପଚରାଉଚରା ଜାରି ରଖିଛି। ଆଜି ସକାଳୁ କ୍ରାଇମ୍‌‌ବ୍ରାଞ୍ଚ ଟିମ୍‌‌ ରାଜ୍ୟ ସ୍ଥାନୀୟ ରାଜସ୍ୱ ନିରୀକ୍ଷଣ ଡାକ ବଙ୍ଗଳାଠାରୁ ବାହାରି ବ୍ରହ୍ମପୁର ନୂଆ ବସ୍‌‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ଏଠାରେ ଗୋପାଳଙ୍କ ଲାଗି ଯେଉଁ ବସ୍‌‌ରେ ମେଡିସିନ୍‌‌ ପଠାଯାଉଥିଲା ସେହି ଓଏସ୍‌‌ଆର୍‌‌ଟିସି ବ୍ରହ୍ମପୁର-ଝାରସୁଗୁଡ଼ା ବସ୍‌‌ର କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ବସ୍‌‌ର ୪ ଜଣ ଡ୍ରାଇଭର ଓ ଦୁଇ କଣ୍ଡକ୍ଟରଙ୍କୁ ନୂଆ ବସ୍‌‌ଷ୍ଟାଣ୍ଡ ପୁଲିସ ଫାଣ୍ଡିକୁ ନେଇ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ୍‌‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର