ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ହେଲା ଅଭିଯୁକ୍ତ ଗୋପାଳ

The Sakala Picture
Published On

କଟକ: ବଦଳିଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ଠିକଣା। ଝାରସୁଗୁଡ଼ାରୁ ଚୌଦ୍ବାର ସର୍କଲ ଜେଲକୁ ଆସିଲା ଗୋପାଳ। କଡ଼ା ସୁରକ୍ଷାରେ ବରିଷ୍ଠ ପୋଲିସ ଅଧିକାରୀ ଓ OSAP ଚତୁର୍ଥ ବାଟାଲିଅନ ଯବାନ ଗୋପାଳକୁ ଚୌଦ୍ବାର ସର୍କଲ ଜେଲକୁ ଆଣିଛନ୍ତି। ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଜତକୁ ପଠାଇ ଦିଆଯାଇଛି। ହାଇ ସିକ୍ୟୁରିଟି ସେଲରେ ରହିଛି ଗୋପାଳ। ୩ ଜଣ ସୁରକ୍ଷାକର୍ମୀ ତାକୁ ଜଗି ରହିଛନ୍ତି । ୨୪ଘଣ୍ଟିଆ ସିସିଟିଭି ସହାୟତାରେ ଅଭିଯୁକ୍ତ ଉପରେ ନଜର […]

କଟକ: ବଦଳିଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ଠିକଣା। ଝାରସୁଗୁଡ଼ାରୁ ଚୌଦ୍ବାର ସର୍କଲ ଜେଲକୁ ଆସିଲା ଗୋପାଳ। କଡ଼ା ସୁରକ୍ଷାରେ ବରିଷ୍ଠ ପୋଲିସ ଅଧିକାରୀ ଓ OSAP ଚତୁର୍ଥ ବାଟାଲିଅନ ଯବାନ ଗୋପାଳକୁ ଚୌଦ୍ବାର ସର୍କଲ ଜେଲକୁ ଆଣିଛନ୍ତି। ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଜତକୁ ପଠାଇ ଦିଆଯାଇଛି। ହାଇ ସିକ୍ୟୁରିଟି ସେଲରେ ରହିଛି ଗୋପାଳ। ୩ ଜଣ ସୁରକ୍ଷାକର୍ମୀ ତାକୁ ଜଗି ରହିଛନ୍ତି । ୨୪ଘଣ୍ଟିଆ ସିସିଟିଭି ସହାୟତାରେ ଅଭିଯୁକ୍ତ ଉପରେ ନଜର ରଖାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ପରବର୍ତ୍ତି ସମୟରେ ଜେଲ୍ ମାନୁଆଲ ଅନୁସାରେ ତାର ମାନସିକ ସ୍ଥିତି ଉପରେ ନଜର ରଖାଯିବ । ଯଦି ତାକୁ କେହି ଦେଖା କରିବାକୁ ଚାହିଁବେ ନିୟମ ଅନୁଯାୟୀ ଦେଖା କରିପାରିବେ । ଝାରସୁଗୁଡ଼ା ଜେଏମଏଫସି କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ବାରକୁ ସ୍ଥାନାନ୍ତର କରାଯାଇଛି। ୩ଟି ପର୍ଯ୍ଯାୟ ରିମାଣ୍ଡରେ ଆଣି ଗୋପାଳ ଠାରୁ ହତ୍ୟାର କାରଣ ଖୋଜିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । କୁହାଯାଉଛି ସବୁ ପ୍ରକାର ପ୍ରମାଣ ପାଇ ସାରିଛି ତଦନ୍ତକାରୀ ଟିମ୍। ଅଭିଯୁକ୍ତର ଲଭିଏ ସହିତ ନାର୍କୋ, ପଲିଗ୍ରାଫ ଟେଷ୍ଟ କରାଯାଇଛି। ୧୬୪ଧାରା ଅନୁସାରେ ଅଭିଯୁକ୍ତର ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

14 Feb 2023 By The Sakala

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ହେଲା ଅଭିଯୁକ୍ତ ଗୋପାଳ

କଟକ: ବଦଳିଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ଠିକଣା। ଝାରସୁଗୁଡ଼ାରୁ ଚୌଦ୍ବାର ସର୍କଲ ଜେଲକୁ ଆସିଲା ଗୋପାଳ। କଡ଼ା ସୁରକ୍ଷାରେ ବରିଷ୍ଠ ପୋଲିସ ଅଧିକାରୀ ଓ OSAP ଚତୁର୍ଥ ବାଟାଲିଅନ ଯବାନ ଗୋପାଳକୁ ଚୌଦ୍ବାର ସର୍କଲ ଜେଲକୁ ଆଣିଛନ୍ତି। ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଜତକୁ ପଠାଇ ଦିଆଯାଇଛି। ହାଇ ସିକ୍ୟୁରିଟି ସେଲରେ ରହିଛି ଗୋପାଳ। ୩ ଜଣ ସୁରକ୍ଷାକର୍ମୀ ତାକୁ ଜଗି ରହିଛନ୍ତି । ୨୪ଘଣ୍ଟିଆ ସିସିଟିଭି ସହାୟତାରେ ଅଭିଯୁକ୍ତ ଉପରେ ନଜର ରଖାଯାଇଛି ।

ପରବର୍ତ୍ତି ସମୟରେ ଜେଲ୍ ମାନୁଆଲ ଅନୁସାରେ ତାର ମାନସିକ ସ୍ଥିତି ଉପରେ ନଜର ରଖାଯିବ । ଯଦି ତାକୁ କେହି ଦେଖା କରିବାକୁ ଚାହିଁବେ ନିୟମ ଅନୁଯାୟୀ ଦେଖା କରିପାରିବେ । ଝାରସୁଗୁଡ଼ା ଜେଏମଏଫସି କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ବାରକୁ ସ୍ଥାନାନ୍ତର କରାଯାଇଛି। ୩ଟି ପର୍ଯ୍ଯାୟ ରିମାଣ୍ଡରେ ଆଣି ଗୋପାଳ ଠାରୁ ହତ୍ୟାର କାରଣ ଖୋଜିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । କୁହାଯାଉଛି ସବୁ ପ୍ରକାର ପ୍ରମାଣ ପାଇ ସାରିଛି ତଦନ୍ତକାରୀ ଟିମ୍। ଅଭିଯୁକ୍ତର ଲଭିଏ ସହିତ ନାର୍କୋ, ପଲିଗ୍ରାଫ ଟେଷ୍ଟ କରାଯାଇଛି। ୧୬୪ଧାରା ଅନୁସାରେ ଅଭିଯୁକ୍ତର ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର