ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା: ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତିହେଲେ ନବ ଦାସ

The Sakala Picture
Published On

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମନ୍ତ୍ରୀ ନବ ଦାସ। ପହଞ୍ଚିବା ପରେ ଗ୍ରୀନ କରିଡରରେ ଜରିଆରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏପଟେ ଆପୋଲୋରେ ଡାକ୍ତରୀ ଟିମ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଛି। ସେପଟେ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲରେ ପହଞ୍ଚିଛନ୍ତି। ତାଙ୍କ ଶୁଭେଚ୍ଛୁଙ୍କ ସମେତ ଅନେକ ଲୋକ ତାଙ୍କୁ […]

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମନ୍ତ୍ରୀ ନବ ଦାସ। ପହଞ୍ଚିବା ପରେ ଗ୍ରୀନ କରିଡରରେ ଜରିଆରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏପଟେ ଆପୋଲୋରେ ଡାକ୍ତରୀ ଟିମ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଛି। ସେପଟେ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲରେ ପହଞ୍ଚିଛନ୍ତି। ତାଙ୍କ ଶୁଭେଚ୍ଛୁଙ୍କ ସମେତ ଅନେକ ଲୋକ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

ସୂଚନା ଅନୁଯାୟୀ, ନବ ଦାସ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଗୁଳିମାଡ ହୋଇଥିଲା । ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଥିବା ବ୍ରଜରାଜନଗର ଏସଡିପିଓ କହିଥିଲେ । ବ୍ରଜରାଜନଗର ଗାନ୍ଧି ଛକରେ ଏହି ଗୁଳିମାଡ ହୋଇଥିଲା। ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ କରାଯାଇଥିବା ଜଣାପଡିଥିଲା। ଗୁଳିମାଡ ପରେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ରହିଛି। ତାଙ୍କ ଅବସ୍ଥା ଗରୁତର ରହିଥିବାରୁ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡାରୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଏୟାରଲିଫ୍ଟରେ ପହଞ୍ଚିବା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

29 Jan 2023 By The Sakala

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା: ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତିହେଲେ ନବ ଦାସ

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମନ୍ତ୍ରୀ ନବ ଦାସ। ପହଞ୍ଚିବା ପରେ ଗ୍ରୀନ କରିଡରରେ ଜରିଆରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏପଟେ ଆପୋଲୋରେ ଡାକ୍ତରୀ ଟିମ ସମ୍ପୂର୍ଣ୍ଣ ସଜାଗ ହୋଇ ରହିଛି। ସେପଟେ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପୋଲରେ ପହଞ୍ଚିଛନ୍ତି। ତାଙ୍କ ଶୁଭେଚ୍ଛୁଙ୍କ ସମେତ ଅନେକ ଲୋକ ତାଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ନବ ଦାସ ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଗୁଳିମାଡ ହୋଇଥିଲା । ପୁଲିସ କର୍ମୀ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଥିବା ବ୍ରଜରାଜନଗର ଏସଡିପିଓ କହିଥିଲେ । ବ୍ରଜରାଜନଗର ଗାନ୍ଧି ଛକରେ ଏହି ଗୁଳିମାଡ ହୋଇଥିଲା। ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ କରାଯାଇଥିବା ଜଣାପଡିଥିଲା। ଗୁଳିମାଡ ପରେ ସେ ଅଚେତ ହୋଇପଡିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ରହିଛି। ତାଙ୍କ ଅବସ୍ଥା ଗରୁତର ରହିଥିବାରୁ ଅଧିକ ଚିକିତ୍ସା ପାଇଁ ଝାରସୁଗୁଡାରୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଏୟାରଲିଫ୍ଟରେ ପହଞ୍ଚିବା ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର