ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି: ଶ୍ରୀଲଙ୍କା ଯିବ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ

The Sakala Picture
Published On

ଭୁବନେଶ୍ୱର: ପଡେ଼ାଶୀ ରାଜ୍ୟ ଏବଂ ଦେଶମାନଙ୍କ ସହ ଓଡ଼ିଶାର ରହିଥିବା ପ୍ରାଚୀନ ଐତିହାସିକ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ ଜଳପଥରେ ଯାଇ ବିଦେଶ ବଜାରରେ ପହଞ୍ଚିବ। ଏଥିସହ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ, ଇଲେକ୍ଟ୍ରୋନିକ୍ସ, ମସଲା ଓ ସାମୁଦ୍ରିକ ଖାଦ୍ୟ ବିଦେଶ ଯିବ। ଅପରପକ୍ଷେ ବିଦେଶରୁ ଦରକାରୀ ସାମଗ୍ରୀ ଓଡ଼ିଶାରେ ପହଞ୍ଚିବ। ଆସନ୍ତା ମାସରୁ ପାରାଦୀପ ବନ୍ଦରରୁ ନୌ ବାଣିଜ୍ୟର ଏକ ନୂଆ ପରମ୍ପରା ଆରମ୍ଭ ହେବାକୁ […]

ଭୁବନେଶ୍ୱର: ପଡେ଼ାଶୀ ରାଜ୍ୟ ଏବଂ ଦେଶମାନଙ୍କ ସହ ଓଡ଼ିଶାର ରହିଥିବା ପ୍ରାଚୀନ ଐତିହାସିକ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ ଜଳପଥରେ ଯାଇ ବିଦେଶ ବଜାରରେ ପହଞ୍ଚିବ। ଏଥିସହ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ, ଇଲେକ୍ଟ୍ରୋନିକ୍ସ, ମସଲା ଓ ସାମୁଦ୍ରିକ ଖାଦ୍ୟ ବିଦେଶ ଯିବ। ଅପରପକ୍ଷେ ବିଦେଶରୁ ଦରକାରୀ ସାମଗ୍ରୀ ଓଡ଼ିଶାରେ ପହଞ୍ଚିବ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ଆସନ୍ତା ମାସରୁ ପାରାଦୀପ ବନ୍ଦରରୁ ନୌ ବାଣିଜ୍ୟର ଏକ ନୂଆ ପରମ୍ପରା ଆରମ୍ଭ ହେବାକୁ ଯାଉଛି। ପାରାଦୀପ ବନ୍ଦର ଜରିଆରେ ପଣ୍ୟ ରପ୍ତାନୀ ଓ ଆମଦାନୀ ପାଇଁ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଥିବା ବିଶ୍ୱର ବୃହତମ କଣ୍ଟେନର୍‌ ସିପିଂ କମ୍ପାନୀ ଏମ୍‌ଏସ୍‌ସି ଜରିଆରେ ନୌ ବାଣିଜ୍ୟ ଆରମ୍ଭ ହେବ। ଗୋଟିଏ ଥରରେ ୨୫୦ ନିୟୁତ ଟନ୍‌ ସାମଗ୍ରୀ ରପ୍ତାନୀ ଓ ଆମଦାନୀ ହୋଇପାରିବ। ଅନ୍ତର୍ଜାତୀୟ ଜଳପଥରେ ରପ୍ତାନୀ ଓ ଆମଦାନୀ ପାଇଁ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାର କୌଣସି ପରିହନ କମ୍ପାନୀ ସହ ରାଜୀନାମା ସ୍ୱାକ୍ଷର କରିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏସ୍‌ଏମ୍‌ଇ) ଉତ୍ପାଦର ରପ୍ତାନୀ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପ୍ରଥମ ଥର ପାରାଦୀପରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରପ୍ତାନୀ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ପାରାଦୀପ ବନ୍ଦରରେ ପଣ୍ୟ କାରବାର ୧୦୦ ନିୟୁତ ମେଟ୍ରିକ୍‌ ଟନ୍‌ରେ ପହଞ୍ଚି ସାରିଥିବା ବେଳେ ଓଡ଼ିଶାର ଉତ୍ପାଦ ବିଦେଶ ମାଟିରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ନେଇଥିବା ପଦେକ୍ଷପ ସ୍ୱରୂପ ଏହି ପରିମାଣ ଆଗକୁ ଆହୁରି ବଢ଼ିବା ସମ୍ଭାବନା ଅଛି। ପରିବହନ ପାଇଁ କମ୍ପାନୀମାନଙ୍କୁ ୬୫% ରିହାତି ପ୍ରଦାନ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୧୨୭,୦୦୦ କୋଟି ଟଙ୍କାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ କାରବାର ହୋଇଥିଲା। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଆଗକୁ ନେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

09 Mar 2024 By The Sakala

ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି: ଶ୍ରୀଲଙ୍କା ଯିବ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ

ଭୁବନେଶ୍ୱର: ପଡେ଼ାଶୀ ରାଜ୍ୟ ଏବଂ ଦେଶମାନଙ୍କ ସହ ଓଡ଼ିଶାର ରହିଥିବା ପ୍ରାଚୀନ ଐତିହାସିକ ନୌବାଣିଜ୍ୟ ପରମ୍ପରାର ପୁନରାବୃତ୍ତି ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ ଜଳପଥରେ ଯାଇ ବିଦେଶ ବଜାରରେ ପହଞ୍ଚିବ। ଏଥିସହ ଖଣିଜ ଦ୍ରବ୍ୟ, କୃଷି ଉତ୍ପାଦ, ଇଲେକ୍ଟ୍ରୋନିକ୍ସ, ମସଲା ଓ ସାମୁଦ୍ରିକ ଖାଦ୍ୟ ବିଦେଶ ଯିବ। ଅପରପକ୍ଷେ ବିଦେଶରୁ ଦରକାରୀ ସାମଗ୍ରୀ ଓଡ଼ିଶାରେ ପହଞ୍ଚିବ।

ଆସନ୍ତା ମାସରୁ ପାରାଦୀପ ବନ୍ଦରରୁ ନୌ ବାଣିଜ୍ୟର ଏକ ନୂଆ ପରମ୍ପରା ଆରମ୍ଭ ହେବାକୁ ଯାଉଛି। ପାରାଦୀପ ବନ୍ଦର ଜରିଆରେ ପଣ୍ୟ ରପ୍ତାନୀ ଓ ଆମଦାନୀ ପାଇଁ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଥିବା ବିଶ୍ୱର ବୃହତମ କଣ୍ଟେନର୍‌ ସିପିଂ କମ୍ପାନୀ ଏମ୍‌ଏସ୍‌ସି ଜରିଆରେ ନୌ ବାଣିଜ୍ୟ ଆରମ୍ଭ ହେବ। ଗୋଟିଏ ଥରରେ ୨୫୦ ନିୟୁତ ଟନ୍‌ ସାମଗ୍ରୀ ରପ୍ତାନୀ ଓ ଆମଦାନୀ ହୋଇପାରିବ। ଅନ୍ତର୍ଜାତୀୟ ଜଳପଥରେ ରପ୍ତାନୀ ଓ ଆମଦାନୀ ପାଇଁ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାର କୌଣସି ପରିହନ କମ୍ପାନୀ ସହ ରାଜୀନାମା ସ୍ୱାକ୍ଷର କରିଛନ୍ତି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏସ୍‌ଏମ୍‌ଇ) ଉତ୍ପାଦର ରପ୍ତାନୀ ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ପ୍ରଥମ ଥର ପାରାଦୀପରୁ ଶ୍ରୀଲଙ୍କା ପର୍ଯ୍ୟନ୍ତ ରପ୍ତାନୀ ଆରମ୍ଭ ହେବ।

ପାରାଦୀପ ବନ୍ଦରରେ ପଣ୍ୟ କାରବାର ୧୦୦ ନିୟୁତ ମେଟ୍ରିକ୍‌ ଟନ୍‌ରେ ପହଞ୍ଚି ସାରିଥିବା ବେଳେ ଓଡ଼ିଶାର ଉତ୍ପାଦ ବିଦେଶ ମାଟିରେ ପହଞ୍ଚାଇବା ଲାଗି ରାଜ୍ୟ ସରକାର ନେଇଥିବା ପଦେକ୍ଷପ ସ୍ୱରୂପ ଏହି ପରିମାଣ ଆଗକୁ ଆହୁରି ବଢ଼ିବା ସମ୍ଭାବନା ଅଛି। ପରିବହନ ପାଇଁ କମ୍ପାନୀମାନଙ୍କୁ ୬୫% ରିହାତି ପ୍ରଦାନ କରାଯିବ। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ୧୨୭,୦୦୦ କୋଟି ଟଙ୍କାର ଏମ୍‌ଏସ୍‌ଏମ୍‌ଇ ଉତ୍ପାଦ କାରବାର ହୋଇଥିଲା। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଆଗକୁ ନେବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର