ଧର୍ମେନ୍ଦ୍ରଙ୍କ ଚିଠିର ଜବାବ ଦେଲା ବିଜେଡି, ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନ ବାଣରେ ବିଜେପି ଘାଇଲା

The Sakala Picture
Published On

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେବାକୁ ଯାଇ ତାଙ୍କୁ ପ୍ରଶ୍ନବାଣରେ କରିଛନ୍ତି ଘାଇଲା । ପଲଟା ପ୍ରଶ୍ନ କରି ଧର୍ମେନ୍ଦ୍ରଙ୍କୁ ମାଗିଛନ୍ତି ଉତ୍ତର । ସସ୍ମିତ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଫସଲ ବୀମା କିଭଳି ଚାଷୀଙ୍କ ପାଖରେ ପହଁଚିବ ସେ ଦାୟିତ୍ବ କେନ୍ଦ୍ରର । ପ୍ରଧାନମନ୍ତ୍ରୀ ଫସଲ ବୀମାକୁ କେନ୍ଦ୍ର ସରକାର ଅଟକେଇ ରଖିଥିଲେ । […]

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେବାକୁ ଯାଇ ତାଙ୍କୁ ପ୍ରଶ୍ନବାଣରେ କରିଛନ୍ତି ଘାଇଲା । ପଲଟା ପ୍ରଶ୍ନ କରି ଧର୍ମେନ୍ଦ୍ରଙ୍କୁ ମାଗିଛନ୍ତି ଉତ୍ତର ।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

ସସ୍ମିତ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଫସଲ ବୀମା କିଭଳି ଚାଷୀଙ୍କ ପାଖରେ ପହଁଚିବ ସେ ଦାୟିତ୍ବ କେନ୍ଦ୍ରର । ପ୍ରଧାନମନ୍ତ୍ରୀ ଫସଲ ବୀମାକୁ କେନ୍ଦ୍ର ସରକାର ଅଟକେଇ ରଖିଥିଲେ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କୃଷିମନ୍ତ୍ରୀଙ୍କ ଏନେଇ ବାରମ୍ବାର କେନ୍ଦ୍ରକୁ ଅନୁରୋଧ ଓ ଚାଷୀଙ୍କ ଦାବି ପରେ କେନ୍ଦ୍ର ଏବେ ବୀମା ରାଶି ପ୍ରଦାନ କରୁଛି । ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ଅଟକା ଯାଇଥିଲା । ଯାହାକୁ ନେଇ ପଦମପୁର ଚାଷୀଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳୁଛି ।’

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଆଗକୁ ସେ କହିଛନ୍ତି, ‘ଚାଷୀ ପ୍ରସଙ୍ଗରେ ବିଜେଡି ରାଜନୀତି କରିବାକୁ ବିଶ୍ବାସ କରେନି । ବିଜେପି ଚାଷୀଙ୍କ ହକ ଅଟକାଇଥିଲା । ଆଶା କରିବୁ ବିଜେପି ଚାଷୀ ଓ ଚାଷକୁ ନେଇ ରଜନୀତି କରିବନି । ତେଣୁ ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଫସଲ ବୀମା ପ୍ରଦାନ କରିବା ଉଚିତ ।’

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସସ୍ମିତ । ସେ କହିଛନ୍ତି, ‘ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବେ ଜାଣିଛନ୍ତି, ତାଙ୍କ ଚିଠିର କୌଣସି ଭିତ୍ତି ନାହିଁ । Hdfc ବ୍ୟାଙ୍କକୁ କେନ୍ଦ୍ର ସରକାର ଏନପ୍ୟାନେଲ କରିଛନ୍ତି । କେନ୍ଦ୍ର ସରକାର କିଭଳି ଏକ ଦୁର୍ନୀତିଗ୍ରସ୍ତ ବ୍ୟାଙ୍କକୁ ଏନପ୍ୟାନେଲ କେମିତି କଲେ ତା’ର ଉତ୍ତର ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଦେବା ଉଚିତ । ବିଜେପି ଶାସିତ ରାଜ୍ୟରେ ଏହି ବ୍ୟାଙ୍କ କାମ କରୁଛି । ସେଠାରେ ମଧ୍ୟ ଅନିୟମିତତା ହୋଇଥିବ । ଏହାର ଉତ୍ତର ଦିଅ ।’

କେନ୍ଦ୍ର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଅଟକାଇ ରଖିଥିଲା ତାହାର ଉତ୍ତର ରଖୁ । କେନ୍ଦ୍ର ପଦମପୁର ଓ ବରଗଡ଼ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଘୋଷଣା କରିଛନ୍ତି । ପଦମପୁରରେ ଆଗକୁ ଉପନିର୍ବାଚନ ହେବାକୁ ଯାଉଛି ଓ ଏଠାରେ ଚାଷୀଙ୍କ ଆକ୍ରୋଶ ବିଜେପି ପ୍ରତି ରହିଛି । ଏମିତି ସ୍ଥିତିରେ ଏଠାରେ ଚାଷୀ ପାଇଁ ଫସଲ ବୀମା ଘୋଷଣା କରିଛି କେନ୍ଦ୍ର । ତେବେ ରାଜ୍ୟର ଅନ୍ୟ ଚଷୀମାନଙ୍କୁ କ’ଣ ପାଇଁ ଏହି ସୁବିଧା ଦିଆଯିବ ନାହିଁ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

16 Nov 2022 By The Sakala

ଧର୍ମେନ୍ଦ୍ରଙ୍କ ଚିଠିର ଜବାବ ଦେଲା ବିଜେଡି, ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନ ବାଣରେ ବିଜେପି ଘାଇଲା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେବାକୁ ଯାଇ ତାଙ୍କୁ ପ୍ରଶ୍ନବାଣରେ କରିଛନ୍ତି ଘାଇଲା । ପଲଟା ପ୍ରଶ୍ନ କରି ଧର୍ମେନ୍ଦ୍ରଙ୍କୁ ମାଗିଛନ୍ତି ଉତ୍ତର ।

ସସ୍ମିତ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଫସଲ ବୀମା କିଭଳି ଚାଷୀଙ୍କ ପାଖରେ ପହଁଚିବ ସେ ଦାୟିତ୍ବ କେନ୍ଦ୍ରର । ପ୍ରଧାନମନ୍ତ୍ରୀ ଫସଲ ବୀମାକୁ କେନ୍ଦ୍ର ସରକାର ଅଟକେଇ ରଖିଥିଲେ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କୃଷିମନ୍ତ୍ରୀଙ୍କ ଏନେଇ ବାରମ୍ବାର କେନ୍ଦ୍ରକୁ ଅନୁରୋଧ ଓ ଚାଷୀଙ୍କ ଦାବି ପରେ କେନ୍ଦ୍ର ଏବେ ବୀମା ରାଶି ପ୍ରଦାନ କରୁଛି । ଏଥିରୁ ସ୍ପଷ୍ଟ ଯେ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ଅଟକା ଯାଇଥିଲା । ଯାହାକୁ ନେଇ ପଦମପୁର ଚାଷୀଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳୁଛି ।’

ଆଗକୁ ସେ କହିଛନ୍ତି, ‘ଚାଷୀ ପ୍ରସଙ୍ଗରେ ବିଜେଡି ରାଜନୀତି କରିବାକୁ ବିଶ୍ବାସ କରେନି । ବିଜେପି ଚାଷୀଙ୍କ ହକ ଅଟକାଇଥିଲା । ଆଶା କରିବୁ ବିଜେପି ଚାଷୀ ଓ ଚାଷକୁ ନେଇ ରଜନୀତି କରିବନି । ତେଣୁ ବିଜେପି ନେତୃତ୍ବାଧିନ କେନ୍ଦ୍ର ସରକାର ଫସଲ ବୀମା ପ୍ରଦାନ କରିବା ଉଚିତ ।’

ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ସସ୍ମିତ । ସେ କହିଛନ୍ତି, ‘ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବେ ଜାଣିଛନ୍ତି, ତାଙ୍କ ଚିଠିର କୌଣସି ଭିତ୍ତି ନାହିଁ । Hdfc ବ୍ୟାଙ୍କକୁ କେନ୍ଦ୍ର ସରକାର ଏନପ୍ୟାନେଲ କରିଛନ୍ତି । କେନ୍ଦ୍ର ସରକାର କିଭଳି ଏକ ଦୁର୍ନୀତିଗ୍ରସ୍ତ ବ୍ୟାଙ୍କକୁ ଏନପ୍ୟାନେଲ କେମିତି କଲେ ତା’ର ଉତ୍ତର ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଦେବା ଉଚିତ । ବିଜେପି ଶାସିତ ରାଜ୍ୟରେ ଏହି ବ୍ୟାଙ୍କ କାମ କରୁଛି । ସେଠାରେ ମଧ୍ୟ ଅନିୟମିତତା ହୋଇଥିବ । ଏହାର ଉତ୍ତର ଦିଅ ।’

କେନ୍ଦ୍ର କାହିଁକି ପ୍ରଧାନମନ୍ତ୍ରୀ ଫସଲ ବୀମା ଅଟକାଇ ରଖିଥିଲା ତାହାର ଉତ୍ତର ରଖୁ । କେନ୍ଦ୍ର ପଦମପୁର ଓ ବରଗଡ଼ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଘୋଷଣା କରିଛନ୍ତି । ପଦମପୁରରେ ଆଗକୁ ଉପନିର୍ବାଚନ ହେବାକୁ ଯାଉଛି ଓ ଏଠାରେ ଚାଷୀଙ୍କ ଆକ୍ରୋଶ ବିଜେପି ପ୍ରତି ରହିଛି । ଏମିତି ସ୍ଥିତିରେ ଏଠାରେ ଚାଷୀ ପାଇଁ ଫସଲ ବୀମା ଘୋଷଣା କରିଛି କେନ୍ଦ୍ର । ତେବେ ରାଜ୍ୟର ଅନ୍ୟ ଚଷୀମାନଙ୍କୁ କ’ଣ ପାଇଁ ଏହି ସୁବିଧା ଦିଆଯିବ ନାହିଁ ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର