ଆସନ୍ତାକାଲି ୫ଟି ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତକୁ ନେଇ ସାଂସଦ ମାନସ ମଙ୍ଗରାଜଙ୍କ ସମୀକ୍ଷା

The Sakala Picture
Published On

ସମ୍ବଲପୁର: ଶୁକ୍ରବାର ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯିବେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ବରେଇପାଲି ପଡିଆ ଓ ରେଙ୍ଗାଲି କିଲାସମା ଷ୍ଟାଡିୟମରେ ଦୁଇଟି ସାଧାରଣ ସଭାକୁ 5T ଅଧ୍ୟକ୍ଷ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇଟି ଯାକ ସାଧାରଣ ସଭାରେ ସେ ଲୋକଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କ  କିଛି ପ୍ରମୁଖ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବେ। 5T  ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ […]

ସମ୍ବଲପୁର: ଶୁକ୍ରବାର ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯିବେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ବରେଇପାଲି ପଡିଆ ଓ ରେଙ୍ଗାଲି କିଲାସମା ଷ୍ଟାଡିୟମରେ ଦୁଇଟି ସାଧାରଣ ସଭାକୁ 5T ଅଧ୍ୟକ୍ଷ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଦୁଇଟି ଯାକ ସାଧାରଣ ସଭାରେ ସେ ଲୋକଙ୍କ ଠାରୁ ଆବେଦନପତ୍ର ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କ  କିଛି ପ୍ରମୁଖ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇବେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

5T  ଅଧ୍ୟକ୍ଷଙ୍କ ଗସ୍ତ ପୂର୍ବରୁ ଗୁରୁବାର ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ତଥା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଦୁଇଟି ଯାକ ସ୍ଥାନ ପରିଦର୍ଶନ କରିଛନ୍ତି । 5T ଅଧ୍ୟକ୍ଷଙ୍କ ଗସ୍ତକୁ ସଫଳ କରିବା ପାଇଁ ହୋଇଥିବା ଆୟୋଜନର ସମୀକ୍ଷା କରିଛନ୍ତି ସାଂସଦ । ତାଙ୍କ ସହ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ ପୁଝାରୀ ଓ ଅନ୍ୟ ବିଜେଡି ନେତାମାନେ ମଧ୍ୟ ସଭାସ୍ଥଳକୁ ଯାଇଥିଲେ ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

5T ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସାଂସଦ ମାନସ ମଙ୍ଗରାଜ ସ୍ଥାନୀୟ ବିଜେଡି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ସମ୍ବଲପୁର ଗସ୍ତ ପୂର୍ବରୁ ଫାଇଭ-ଟି ଅଧ୍ୟକ୍ଷ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଦୁଇଟି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଭବାନୀପାଟଣା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ନୂଆ-ଓ କାର୍ଯ୍ୟକ୍ରମ ସହ ଶ୍ରୀକ୍ରିଷ୍ଣାନଗର ପଡିଆରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଶନିବାର ଫାଇଭ ଟି ଅଧ୍ୟକ୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମଲେଇ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିବେ । ଏହାପରେ ସେ ସମଲେଶ୍ବରୀ ମନ୍ଦିର ଯାଇ ମାଙ୍କ ଦର୍ଶନ କରିବେ । ଏହାପରେ ସେ ମଣ୍ଡଳିଆ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେବେ । କୁଚିଣ୍ଡା ଓ ରେଢାଖୋଲରେ ମଧ୍ୟ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର