କୋଇଲା ଖଣି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ନେଇ କ’ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର, ପ୍ରଶ୍ନକଲେ ସାଂସଦ- ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ

The Sakala Picture
Published On

ନୂଆଦିଲ୍ଲୀ : ଆମ ରାଜ୍ୟ ଓଡ଼ିଶା ଖଣି ଖାଦନରେ ଭରା। ଦେଶରେ ଚାଲୁଥିବା ବିଭିନ୍ନ କଳକାରଖାନା ଓଡ଼ିଶାର ଖଣି ଉପରେ ନିର୍ଭରଶୀଳ। ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟର ଶତ ପ୍ରତିଶତ ଓଡ଼ିଶାରୁ ହିଁ ଉତ୍ପାଦିନ ହୁଏ। ସେହିପରି ଦେଶର ୭୫ ପ୍ରତିଶତ ବକ୍ସାଇଟ,୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ହିଁ ଉତ୍ପାଦନ ହେଉଛି। ଦେଶକୁ ଓଡ଼ିଶା ଖଣିରୁ କୋଟି କୋଟି ରାଜସ୍ବ ଯାଉଥିଲେ ମଧ୍ୟ ଖଣି ଖୋଳାଯାଉଥିବା ଅଞ୍ଚଳରେ ବାୟୁ ପ୍ରଦୂଷଣ […]

ନୂଆଦିଲ୍ଲୀ : ଆମ ରାଜ୍ୟ ଓଡ଼ିଶା ଖଣି ଖାଦନରେ ଭରା। ଦେଶରେ ଚାଲୁଥିବା ବିଭିନ୍ନ କଳକାରଖାନା ଓଡ଼ିଶାର ଖଣି ଉପରେ ନିର୍ଭରଶୀଳ। ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟର ଶତ ପ୍ରତିଶତ ଓଡ଼ିଶାରୁ ହିଁ ଉତ୍ପାଦିନ ହୁଏ। ସେହିପରି ଦେଶର ୭୫ ପ୍ରତିଶତ ବକ୍ସାଇଟ,୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ହିଁ ଉତ୍ପାଦନ ହେଉଛି। ଦେଶକୁ ଓଡ଼ିଶା ଖଣିରୁ କୋଟି କୋଟି ରାଜସ୍ବ ଯାଉଥିଲେ ମଧ୍ୟ ଖଣି ଖୋଳାଯାଉଥିବା ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତି ସରକାର କମ୍‌ ଦୃଷ୍ଟି ନିକ୍ଷେପ କରୁଛନ୍ତି। ଯାହାକୁ ନେଇ ରାଜ୍ୟ ସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ଏନେଇ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସଂସଦରେ ଲିଖିତ ପ୍ରଶ୍ନ କରିଥିଲେ କି କେନ୍ଦ୍ର ସରକାର କୋଇଲା ଖଣି ଦ୍ବାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ କି ପଦକ୍ଷେପ ନେଇଛନ୍ତି । ଏଥି ସହିତ କେନ୍ଦ୍ର ସରକାର କୋଇଲା ଖଣିମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏପରିକି କୋଇଲା ଖଣିଗୁଡିକ କେନ୍ଦ୍ର ସରକାରଙ୍କ ଗାଇଡଲାଇନର ଅନୁପାଳନ କରୁଛନ୍ତି କି ନାହିଁ ତାର ତଦାରଖ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ସମ୍ମିଳିତ ବ୍ୟବସ୍ଥା ଗ୍ରହଣ କରାଯାଉଛି କି ନାହିଁ ସେନେଇ ମଧ୍ୟ ବିଜେଡି ସାଂସଦ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ତେବେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ସାରା ଦେଶର କୋଇଲା ଖଣିରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତିନୋଟି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ଅନୁଯାୟୀ ପ୍ରକଳ୍ପ ପ୍ରସ୍ତାବକଙ୍କୁ ପରିବେଶର ପ୍ରଭାବ ଅଧ୍ୟୟନ କରିବାକୁ ପଡିବ ଏବଂ ପରିବେଶର ସୁରକ୍ଷା ନିଶ୍ଚିତ କରିବାକୁ ଉପଯୁକ୍ତ ପରିବେଶ ପରିଚାଳନା ଯୋଜନା ଗ୍ରହଣ କରିବାକୁ ପଡିବ । ସେହିଭଳି କୋଇଲା ଖଣି ମାନକ ବିଜ୍ଞପ୍ତି ଅନୁଯାୟୀ ପୂରୁଣା ଓ ନୂଆ ଖଣିଗୁଡିକ କୋର ଏରିଆରେ ପ୍ରଦୂଷଣ ରୋକିବା ପାଇଁ କି ପଦକ୍ଷେପ ଗ୍ରହଣ କରିବା ଉଚିତ ସେ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଏଥି ସହିତ ନ୍ୟାସନାଲ୍ ଆମ୍ବିଏଣ୍ଟ୍ ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡସରେ ଖଣିଗୁଡିକ ଚାରିପାଖରେ ଥିବା ବଫର୍ ଜୋନରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଖଣି ଖନନ ଓ ବିକାଶ ସମୟରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାର ଅନୁପାଳନ କରାଯାଉଛି କି ନାହିଁ ତାହା କେନ୍ଦ୍ରୀୟ କୋଇଲା ପିଏସୟୁ ଗୁଡିକ ଯାଞ୍ଚ କରିଥାନ୍ତି । ଖଣି ଲିଜଧାରୀମାନେ ମଧ୍ୟ ପ୍ରତି ଛଅ ମାସରେ କେନ୍ଦ୍ର ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ଦେଇଥାନ୍ତି । ଖଣି ଅଞ୍ଚଳରେ ଶିଳ୍ପାୟନ ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କ୍ଷମତା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର