ମା’କୁ ମାରି ପୋଡିଦେଲା ନୃଶଂସ ପୁଅ, ବୃଦ୍ଧା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

The Sakala Picture
Published On

ନିମାପଡା: ନିମାପଡା ବଳଙ୍ଗା ଥାନା ଗୋପୀନାଥପୁର ପାଟଣା ଗାଁରେ ଚାଞ୍ଚଲ୍ୟ । ନିଜ ମା’କୁ ମାରି ପୋଡି ଦେଲା ନୃଶଂସ ପୁଅ । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତ ରାତିରେ ମା’ ସୁଲୋଚନା ସେନାପତିଙ୍କୁ ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଘର ପଛପଟରେ ଥିବା ବାଡିରେ କିରୋସିନ୍ ଲଗାଇ ପୋଡି ଦେଇଥିଲା ନୃଶଂସ ପୁଅ ଧଡିଆ […]

ନିମାପଡା: ନିମାପଡା ବଳଙ୍ଗା ଥାନା ଗୋପୀନାଥପୁର ପାଟଣା ଗାଁରେ ଚାଞ୍ଚଲ୍ୟ । ନିଜ ମା’କୁ ମାରି ପୋଡି ଦେଲା ନୃଶଂସ ପୁଅ । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ସୂଚନା ଅନୁସାରେ, ଗତ ରାତିରେ ମା’ ସୁଲୋଚନା ସେନାପତିଙ୍କୁ ମାରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଘର ପଛପଟରେ ଥିବା ବାଡିରେ କିରୋସିନ୍ ଲଗାଇ ପୋଡି ଦେଇଥିଲା ନୃଶଂସ ପୁଅ ଧଡିଆ ସେନାପତି । ଆଉ ସକାଳୁ ସକାଳୁ ଅତି ଚତୁରତାର ସହିତ ମା ନିଖୋଜ ଥିବା ଥାନାରେ ଏତଲା ଦେଇଥିଲା । ସେପଟେ ପୋଲିସ ନିକଟରେ ଖବର ପହଁଚିଥିଲା ଗାଁରେ ଜଣେ ମହିଳାଙ୍କ ଅଧାପୋଡା ମୃତ ଦେହ ପଡିଛି । ଖବର ପାଇବା ପରେ ବଳଙ୍ଗା ପୋଲିସ ଆସି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି । ମୃତ ଦେହର ଅବଶିଷ୍ଟାଂଶକୁ ପୋଲିସ ଉଦ୍ଧାର କରିବା ସହ ପାଖରେ ପଡିଥିବା ମୋବାଇଲ, କିରୋସିନ୍ ଜାରକୁ ଜବତ କରିଛି । ଫରେନସିକ୍ ଟିମ୍ ପହଞ୍ଚି ପାରିପାଶ୍ୱର୍କ ସ୍ଥିତିର ଯାଞ୍ଚ କରିବା ସହ ପୂରା ଅଂଚଳର ଫଟୋଗ୍ରାଫି ଓ ମ୍ୟାପିଂ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ଅନ୍ୟପଟେ ମୃତ ମହିଳା ଜଣକ ସୁଲୋଚନା ସେନାପତି ବୋଲି ଗାଁ ଲୋକେ କହୁଥିବାବେଳେ ପୁଅ ଧଡିଆ ସେନାପତି ଏହାକୁ ଅସ୍ୱୀକାର କରୁଛନ୍ତି । ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି ପୁଅ କହୁଛି କି, ଉଦ୍ଧାର ହୋଇଥିବା ମୃତ ଦେହ ତାଙ୍କ ମା’ଙ୍କର ନୁହେଁ । ତାଙ୍କ ମା’ ନିଖୋଜ ଅଛନ୍ତି । ଅଭିଯୁକ୍ତକୁ ପୁଅକୁ କଠୋର ଶାସ୍ତି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର