ପାରିବାରିକ କଳହ: ଜ୍ୱାଇଁର ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁର ଜୀବନ
ଫୁଲବାଣୀ: ନିଶାସକ୍ତ ଜ୍ୱାଇଁର ଉନ୍ମୁକ୍ତ କାଣ୍ଡ । ଜ୍ବାଇଁର ଟାଙ୍ଗିଆ ଚୋଟରେ ବୃଦ୍ଧା ଶାଶୁ ମୃତ । ପାରିବାରିକ କଳହକୁ କେନ୍ଦ୍ର କରି ଶାଶୁର ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ୱାଇଁ । କ.ନୂଆଗାଁ ଥାନା ସିର୍ତିଗୁଡା ପଞ୍ଚାୟତର କୁଡୁପାକିଆ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ପରିବାର ଲୋକ ବାଲିଗୁଡା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପରେ ସେଠାରେ ଶାଶୁ ପେଟି ମଳିକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, କୁଡୁପାକିଆ ଗାଁର ଜ୍ୱାଇଁ ସୁରତ ପ୍ରଧାନ ପାରିବାରିକ କଳହ ପରେ ତାଙ୍କ ସ୍ତ୍ରୀଙ୍କୁ ପ୍ରଥମେ ଟାଙ୍ଗିଆରେ ଆକ୍ରମଣ ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ଶାଶୁ ପେଟି ମଳିକ ବିରୋଧ କରିଥିଲେ । ଅତ୍ୟଧିକ କ୍ରୋଧରେ ଜ୍ୱାଇଁ ଶାଶୁଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଶାଶୁଙ୍କୁ ଆକ୍ରମଣ ପରେ ଜ୍ୱାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି । କ.ନୂଆଗାଁ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।