ବଞ୍ଚିଗଲା ମମତା, ମରିଗଲା ମା’ । କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ଚାଲିଗଲା ମା’ ର ଜୀବନ

The Sakala Picture
Published On

ଯାଜପୁର: ନିଜ ପିଲା ଉପରେ କଷ୍ଟ ପଡିଲେ କେମିତିବା ସହିବ ମା’ । ନିଜ ଜୀବନକୁ ବାଜି ଲଗେଇଦେବ ପଛେ ନିଜ ପିଲାକୁ ଟିକେ ବି କଷ୍ଟ ହେଲେ ସହିପାରିବନି ମା’ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ ଗ୍ରାମରେ । ନିଜ ବର୍ଷକର ଛୁଆ ଆଡ଼କୁ ମାଡ଼ି ଯାଉଥିବା ମୃତ୍ୟୁକୁ ନିଜ ଜୀବନ ଦେଇ ଛୁଆକୁ ବଞ୍ଚାଇଛି ମା’ । ସୂଚନା ମୁତାବକ ଦଶରଥପୁର ବ୍ଲକ […]

ଯାଜପୁର: ନିଜ ପିଲା ଉପରେ କଷ୍ଟ ପଡିଲେ କେମିତିବା ସହିବ ମା’ । ନିଜ ଜୀବନକୁ ବାଜି ଲଗେଇଦେବ ପଛେ ନିଜ ପିଲାକୁ ଟିକେ ବି କଷ୍ଟ ହେଲେ ସହିପାରିବନି ମା’ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ ଗ୍ରାମରେ । ନିଜ ବର୍ଷକର ଛୁଆ ଆଡ଼କୁ ମାଡ଼ି ଯାଉଥିବା ମୃତ୍ୟୁକୁ ନିଜ ଜୀବନ ଦେଇ ଛୁଆକୁ ବଞ୍ଚାଇଛି ମା’ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ କାଳବୈଶାଖୀ ଆଶଙ୍କା: ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ସୂଚନା ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗାଁର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ୨୦୧୯ ମସିହା ଅପ୍ରିଲରେ ଦେଉଳବାଡ଼ର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ’ ରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ପ୍ରିୟଦର୍ଶିନୀ । ଆଉ ସ୍ନେହ ଶ୍ରଦ୍ଧାରେ ପ୍ରିୟଦର୍ଶିନୀ ପୁଅକୁ ପାଳି ଆସୁଥିଲେ । ବିଧିର ବିଧାନ ଥିଲା କିଛି ଅଲଗା । ପ୍ରିୟଦର୍ଶିନୀଙ୍କ ଖୁସିର ସଂସାରରେ ଯେପରି କାହାରି ନଜର ଲାଗିଗଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

ପୁଅକୁ ଶୁଆଇ ଘର କାମରେ ବ୍ୟସ୍ତ ଥିଲେ ପ୍ରିୟଦର୍ଶିନୀ । ମାଆ ପ୍ରୀୟଦର୍ଶିନୀ କିଛି ସମୟ ପରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ନାଗ ସାପ ପୁଅ ନିକଟକୁ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ବିପଦ ପୁଅର ଅତି ନିକଟରେ ପହଞ୍ଚିବାର ଦେଖି ମାଆ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣି ଆଣିବା ସମୟରେ ସାପଟି ଚୋଟ ମାରିଥିଲା ।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ସାପ କାମୁଡ଼ିବା ପରେ ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡ଼ିଛି ଦେଉଳବାଡ଼ । ପୁଅ ପାଇଁ ମାଆ ମରିବାକୁ ମଧ୍ୟ ପଛାଏ ନାହିଁ ତାକୁ ପ୍ରମାଣିତ କରିଛନ୍ତି ପ୍ରିୟଦର୍ଶିନୀ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

09 Jul 2021 By The Sakala

ବଞ୍ଚିଗଲା ମମତା, ମରିଗଲା ମା’ । କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ଚାଲିଗଲା ମା’ ର ଜୀବନ

ଯାଜପୁର: ନିଜ ପିଲା ଉପରେ କଷ୍ଟ ପଡିଲେ କେମିତିବା ସହିବ ମା’ । ନିଜ ଜୀବନକୁ ବାଜି ଲଗେଇଦେବ ପଛେ ନିଜ ପିଲାକୁ ଟିକେ ବି କଷ୍ଟ ହେଲେ ସହିପାରିବନି ମା’ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ ଗ୍ରାମରେ । ନିଜ ବର୍ଷକର ଛୁଆ ଆଡ଼କୁ ମାଡ଼ି ଯାଉଥିବା ମୃତ୍ୟୁକୁ ନିଜ ଜୀବନ ଦେଇ ଛୁଆକୁ ବଞ୍ଚାଇଛି ମା’ ।

ସୂଚନା ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗାଁର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ୨୦୧୯ ମସିହା ଅପ୍ରିଲରେ ଦେଉଳବାଡ଼ର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେ’ ରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ପ୍ରିୟଦର୍ଶିନୀ । ଆଉ ସ୍ନେହ ଶ୍ରଦ୍ଧାରେ ପ୍ରିୟଦର୍ଶିନୀ ପୁଅକୁ ପାଳି ଆସୁଥିଲେ । ବିଧିର ବିଧାନ ଥିଲା କିଛି ଅଲଗା । ପ୍ରିୟଦର୍ଶିନୀଙ୍କ ଖୁସିର ସଂସାରରେ ଯେପରି କାହାରି ନଜର ଲାଗିଗଲା ।

ପୁଅକୁ ଶୁଆଇ ଘର କାମରେ ବ୍ୟସ୍ତ ଥିଲେ ପ୍ରିୟଦର୍ଶିନୀ । ମାଆ ପ୍ରୀୟଦର୍ଶିନୀ କିଛି ସମୟ ପରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ନାଗ ସାପ ପୁଅ ନିକଟକୁ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ବିପଦ ପୁଅର ଅତି ନିକଟରେ ପହଞ୍ଚିବାର ଦେଖି ମାଆ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣି ଆଣିବା ସମୟରେ ସାପଟି ଚୋଟ ମାରିଥିଲା ।

ସାପ କାମୁଡ଼ିବା ପରେ ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡ଼ିଛି ଦେଉଳବାଡ଼ । ପୁଅ ପାଇଁ ମାଆ ମରିବାକୁ ମଧ୍ୟ ପଛାଏ ନାହିଁ ତାକୁ ପ୍ରମାଣିତ କରିଛନ୍ତି ପ୍ରିୟଦର୍ଶିନୀ । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର