ରାଜ୍ୟରେ ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ

The Sakala Picture
Published On

ଭୁବନେଶ୍ବର: ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଯାଏ ଦିନ ସକାଳ ୬ଟା ୩୦ ମିନିଟ୍‌ରୁ  ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ  ବିଦ୍ୟାଳୟ ଖୋଲା ରହିବ । ଆସନ୍ତା ୨୨ ତାରିଖଠାରୁ ସମସ୍ତ ବିଦ୍ୟାଳୟଗୁଡ଼ିକ ସ୍ଵାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ । ସୂଚନା ଅନୁଯାୟୀ, ପୂର୍ବରୁ ରାଜ୍ୟରେ […]

ଭୁବନେଶ୍ବର: ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୧ ତାରିଖ ଯାଏ ଦିନ ସକାଳ ୬ଟା ୩୦ ମିନିଟ୍‌ରୁ  ୧୦ଟା ୩୦ ମିନିଟ୍ ପର୍ଯ୍ୟନ୍ତ  ବିଦ୍ୟାଳୟ ଖୋଲା ରହିବ । ଆସନ୍ତା ୨୨ ତାରିଖଠାରୁ ସମସ୍ତ ବିଦ୍ୟାଳୟଗୁଡ଼ିକ ସ୍ଵାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନରେ ଅନଲାଇନ ଅଟୋ ଓ ଟାକ୍ସି ଚାଳକଙ୍କ ହିଂସା: ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି, ୩୫୪ ଗାଡ଼ି ଜବତ

ସୂଚନା ଅନୁଯାୟୀ, ପୂର୍ବରୁ ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗକୁ ନେଇ ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାପଳମାନେ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ ବୋଲି କୁହାଯାଇଥିଲା। ଅନୁକୂଳ ପାଣିପାଗ ଥିବା ଜିଲ୍ଲାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ଯନ୍ତ ବିଦ୍ୟାଳୟ ସମୟ ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ବଲାଙ୍ଗିରରେ ଚାଞ୍ଚଲ୍ୟ: ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଠାବ, ସନ୍ଦେହରେ ଜଣେ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର