‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହୋଇଛନ୍ତି ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର : ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ବିଦ୍ୟାଳୟର ଉନ୍ନତି ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସାମାଜିକ ସମୀକ୍ଷା ସଫଳତାର ସହ ଶେଷ ହୋଇଛି । ପ୍ରତି ବ୍ଲକ୍‌ରୁ ଗୋଟିଏ ଲେଖାଏଁ ବିଦ୍ୟାଳୟ ଏବଂ ୫ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପ କରାଯାଇଥିବା ୯୨୬ଟି ବିଦ୍ୟାଳୟରେ ଏହି ସମୀକ୍ଷା ସଫଳ ହୋଇଛି । ଏହାପରେ ପ୍ରତି ମାସରେ ମୋ ସ୍କୁଲ ପ୍ରକଳ୍ପ ଶେଷ ହେଇଥିବା […]

ଭୁବନେଶ୍ୱର : ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ବିଦ୍ୟାଳୟର ଉନ୍ନତି ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସାମାଜିକ ସମୀକ୍ଷା ସଫଳତାର ସହ ଶେଷ ହୋଇଛି । ପ୍ରତି ବ୍ଲକ୍‌ରୁ ଗୋଟିଏ ଲେଖାଏଁ ବିଦ୍ୟାଳୟ ଏବଂ ୫ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପ କରାଯାଇଥିବା ୯୨୬ଟି ବିଦ୍ୟାଳୟରେ ଏହି ସମୀକ୍ଷା ସଫଳ ହୋଇଛି । ଏହାପରେ ପ୍ରତି ମାସରେ ମୋ ସ୍କୁଲ ପ୍ରକଳ୍ପ ଶେଷ ହେଇଥିବା ୧୦୦୦ଟି ଉଚ୍ଚ ବିଦ୍ୟାଳୟରେ ସାମାଜିକ ସମୀକ୍ଷା କରାଯିବ । ‘ମୋ ସ୍କୁଲ’ର ସାମାଜିକ ସମୀକ୍ଷକ ଭାବେ ପ୍ରକଳ୍ପର ଅଂଶୀଦାର, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଇଓ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ/ଏବିଇଓ/ସିଆର୍‌ସିସି ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ କରାଯାଇଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଲୋକସେବା-ଭବନଠାରେ ‘ମୋ ସ୍କୁଲ ଅଭିଯାନ’ର ୪୩ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଏହାସହ ବୈଠକରେ ଅନେକ କାର୍ଯ୍ୟକ୍ରମ ଓ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଉଚ୍ଚ ବିଦ୍ୟାଳୟର ଉତ୍ତମ ପରିଚାଳନା ସହ ଶୈକ୍ଷିକ ବିକାଶ ପାଇଁ ଚଳିତ ମାସରୁ ବ୍ଲକ୍‌ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ ଆରମ୍ଭ ହୋଇଛି । ପ୍ରଥମ ମାସରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉକ୍ତ ବ୍ଲକ୍‌ର ସମସ୍ତ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ- ସ୍କୁଲ କ୍ଲବ୍‌, ହାଉସ୍ ସିଷ୍ଟମ୍‌ର ପରିଚାଳନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ବିଦ୍ୟାଳୟର ଶୈକ୍ଷିକ ବିକାଶ ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଭିନ୍ନ ବ୍ଲକରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ବିକାଶ ଦିଗରେ ଦିଗଦର୍ଶନ ଦେଇଥିଲେ । ବୈଠକର ବିବରଣୀ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପ୍ରଦାନ କରାଯାଇଥିଲା । ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷା, ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇ ନିଜ ବିଦ୍ୟାଳୟ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଗତ ଏକ ମାସରେ ୧୨ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ସହ ସାମିଲ୍ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ୫କୋଟି ୪୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସହ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଦୁଇଗୁଣା ସହାୟତା ରାଶିକୁ ମିଶାଇ ମୋଟ ୧୬କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ୯୨୬ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଜଗତସିଂହପୁର ଜିଲ୍ଲା ସର୍ବାଧିକ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛି । ସେହିପରି ବାଲେଶ୍ୱରରୁ ୬୬ଲକ୍ଷ, ବଲାଙ୍ଗୀରରୁ ୪୧ଲକ୍ଷ, ଭଦ୍ରକରୁ ୨୯ଲକ୍ଷ ଓ ଗଞ୍ଜାମରୁ ୬୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ଗ୍ରହଣ କରାଯାଇଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି କରିବାକୁ ‘ମୋ ସ୍କୁଲ’ ଅଭିଯାନ ଓ ଜଲ୍ଲି ଫ୍ୟୁଚର ଫାଉଣ୍ଡେସନର ସହଭାଗିତାକୁ ନେଇ ବୈଠକ ଅନୁମୋଦନ । ଏହି ସହଭାଗିତାରେ ଭୁବନେଶ୍ୱରର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଇଂରାଜୀ ଭାଷାରେ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଇଛି । ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆୟୋଜିତ ହେବ ଶିଶୁ ମହୋତ୍ସବ ‘ସୁରଭି’ ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଚଳିତ ବର୍ଷ ‘ମୋ ସ୍କୁଲ’ ପକ୍ଷରୁ ସୁରଭିରେ ‘ଆକାଂକ୍ଷୀ ପାଭିଲିୟନ୍‌’ କରାଯିବ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛନ୍ତି । ଏହି ପାଭିଲିୟନ୍‌ରେ ‘ଛାତ୍ରଛାତ୍ରୀ ବାଇସ୍କୋପ୍‌’ ନିର୍ମାଣ କରାଯିବ । ବାଇସ୍କୋପ୍‌ରେ ୪ଟି ଲେନ୍ସରେ ୪ଟି କ୍ଲବ୍ ‘କ୍ରୀଡ଼ାଙ୍ଗନ’, ‘ସାହିତ୍ୟ ସୃଜନୀ’, ‘ଜିଜ୍ଞାସା’ ଓ ‘କୌଶଳୀ’କୁ ପ୍ରଦର୍ଶିତ କରାଯିବ । ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଏହି କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମ ପଢ଼ିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ଉପସ୍ଥାପିତ କରାଯିବ । ଏହି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପରିଷଦର ସଦସ୍ୟ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ଅଧିକାରୀ ଶ୍ରୀ ରତିକାନ୍ତ ମହାପାତ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗେବଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି)ର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀ, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ଓସେପାର ବିତ୍ତ ପରାମର୍ଶଦାତା ଶ୍ରୀମତୀ ସୁଦେଷ୍ଣା କର , ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

12 Oct 2023 By The Sakala

‘ମୋ ସ୍କୁଲ ଅଭିଯାନ’ରେ ସାମିଲ ହୋଇଛନ୍ତି ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱର : ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ବିଦ୍ୟାଳୟର ଉନ୍ନତି ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସାମାଜିକ ସମୀକ୍ଷା ସଫଳତାର ସହ ଶେଷ ହୋଇଛି । ପ୍ରତି ବ୍ଲକ୍‌ରୁ ଗୋଟିଏ ଲେଖାଏଁ ବିଦ୍ୟାଳୟ ଏବଂ ୫ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପ କରାଯାଇଥିବା ୯୨୬ଟି ବିଦ୍ୟାଳୟରେ ଏହି ସମୀକ୍ଷା ସଫଳ ହୋଇଛି । ଏହାପରେ ପ୍ରତି ମାସରେ ମୋ ସ୍କୁଲ ପ୍ରକଳ୍ପ ଶେଷ ହେଇଥିବା ୧୦୦୦ଟି ଉଚ୍ଚ ବିଦ୍ୟାଳୟରେ ସାମାଜିକ ସମୀକ୍ଷା କରାଯିବ । ‘ମୋ ସ୍କୁଲ’ର ସାମାଜିକ ସମୀକ୍ଷକ ଭାବେ ପ୍ରକଳ୍ପର ଅଂଶୀଦାର, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଇଓ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ/ଏବିଇଓ/ସିଆର୍‌ସିସି ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ କରାଯାଇଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଲୋକସେବା-ଭବନଠାରେ ‘ମୋ ସ୍କୁଲ ଅଭିଯାନ’ର ୪୩ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

ଏହାସହ ବୈଠକରେ ଅନେକ କାର୍ଯ୍ୟକ୍ରମ ଓ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଉଚ୍ଚ ବିଦ୍ୟାଳୟର ଉତ୍ତମ ପରିଚାଳନା ସହ ଶୈକ୍ଷିକ ବିକାଶ ପାଇଁ ଚଳିତ ମାସରୁ ବ୍ଲକ୍‌ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ ଆରମ୍ଭ ହୋଇଛି । ପ୍ରଥମ ମାସରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉକ୍ତ ବ୍ଲକ୍‌ର ସମସ୍ତ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ- ସ୍କୁଲ କ୍ଲବ୍‌, ହାଉସ୍ ସିଷ୍ଟମ୍‌ର ପରିଚାଳନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ବିଦ୍ୟାଳୟର ଶୈକ୍ଷିକ ବିକାଶ ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଭିନ୍ନ ବ୍ଲକରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ବିକାଶ ଦିଗରେ ଦିଗଦର୍ଶନ ଦେଇଥିଲେ । ବୈଠକର ବିବରଣୀ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପ୍ରଦାନ କରାଯାଇଥିଲା । ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷା, ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇ ନିଜ ବିଦ୍ୟାଳୟ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଗତ ଏକ ମାସରେ ୧୨ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ସହ ସାମିଲ୍ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ୫କୋଟି ୪୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସହ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଦୁଇଗୁଣା ସହାୟତା ରାଶିକୁ ମିଶାଇ ମୋଟ ୧୬କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ୯୨୬ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଜଗତସିଂହପୁର ଜିଲ୍ଲା ସର୍ବାଧିକ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛି । ସେହିପରି ବାଲେଶ୍ୱରରୁ ୬୬ଲକ୍ଷ, ବଲାଙ୍ଗୀରରୁ ୪୧ଲକ୍ଷ, ଭଦ୍ରକରୁ ୨୯ଲକ୍ଷ ଓ ଗଞ୍ଜାମରୁ ୬୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ଗ୍ରହଣ କରାଯାଇଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି କରିବାକୁ ‘ମୋ ସ୍କୁଲ’ ଅଭିଯାନ ଓ ଜଲ୍ଲି ଫ୍ୟୁଚର ଫାଉଣ୍ଡେସନର ସହଭାଗିତାକୁ ନେଇ ବୈଠକ ଅନୁମୋଦନ । ଏହି ସହଭାଗିତାରେ ଭୁବନେଶ୍ୱରର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଇଂରାଜୀ ଭାଷାରେ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଇଛି । ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆୟୋଜିତ ହେବ ଶିଶୁ ମହୋତ୍ସବ ‘ସୁରଭି’ ।

ଚଳିତ ବର୍ଷ ‘ମୋ ସ୍କୁଲ’ ପକ୍ଷରୁ ସୁରଭିରେ ‘ଆକାଂକ୍ଷୀ ପାଭିଲିୟନ୍‌’ କରାଯିବ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛନ୍ତି । ଏହି ପାଭିଲିୟନ୍‌ରେ ‘ଛାତ୍ରଛାତ୍ରୀ ବାଇସ୍କୋପ୍‌’ ନିର୍ମାଣ କରାଯିବ । ବାଇସ୍କୋପ୍‌ରେ ୪ଟି ଲେନ୍ସରେ ୪ଟି କ୍ଲବ୍ ‘କ୍ରୀଡ଼ାଙ୍ଗନ’, ‘ସାହିତ୍ୟ ସୃଜନୀ’, ‘ଜିଜ୍ଞାସା’ ଓ ‘କୌଶଳୀ’କୁ ପ୍ରଦର୍ଶିତ କରାଯିବ । ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଏହି କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମ ପଢ଼ିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ଉପସ୍ଥାପିତ କରାଯିବ । ଏହି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପରିଷଦର ସଦସ୍ୟ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ଅଧିକାରୀ ଶ୍ରୀ ରତିକାନ୍ତ ମହାପାତ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗେବଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି)ର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀ, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ଓସେପାର ବିତ୍ତ ପରାମର୍ଶଦାତା ଶ୍ରୀମତୀ ସୁଦେଷ୍ଣା କର , ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର