ରାଜ୍ୟରେ ୧ କୋଟି ଟପିଲା ଟିକାକରଣ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି । ରାଜ୍ୟରେ ଟିକାକରଣର ରେକର୍ଡକୁ […]

ଭୁବନେଶ୍ୱର: ଓଡ଼ିଶାରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କୋ-ୱିନ୍ ପୋର୍ଟଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏଯାବତ୍ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ପ୍ରଥମ ଡୋଜ୍ ଭାବେ ୮୨ ଲକ୍ଷ ୬୯ ହଜାର ୨୨୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୮ ଲକ୍ଷ ୩୪ ହଜାର ୩୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ୧୫୬୫ଟି ସରକାରୀ ଡାକ୍ତରଖାନା ସହ ୩୭ଟି ଘରୋଇ ମେଡିକାଲରେ ଟିକାକରଣ କରାଯାଉଛି ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

୪୪ ଲକ୍ଷ ୩୧ ହଜାର ୩୧୫ ଜଣ ପୁରୁଷ ଟିକା ନେଇଥିବା ବେଳେ ୩୮ ଲକ୍ଷ ୩୬ ହଜାର ୩୯୩ ଜଣ ମହିଳା କୋଭିଡ୍ ଟିକା ନେଇଛନ୍ତି । ସେହିଭଳି ୮୯ ଲକ୍ଷ ୨୭ ହଜାର ୨୪୯ ଡୋଜ୍ କୋଭିସିଲ୍ଡ ଦିଆଯାଇଥିବା ବେଳେ ୧୧ ଲକ୍ଷ ୭୬ ହଜାର ୩୫୮ ଡୋଜ୍ କୋଭାକ୍ସିନ୍ ଦିଆଯାଇଛି । ରାଜ୍ୟରେ ମୋଟ ଟିକାକରଣରୁ ମାତ୍ର ୦.୦୦୦୪ ପ୍ରତିଶତ ପାର୍ଶ୍ୱ ପ୍ରତିକ୍ରିୟା ଜନିତ ମାମଲା ଆସିଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪ ଲକ୍ଷ ୧୦ ହଜାର ୯୨୨ ଡୋଜ୍ ଟିକା ଦିଆଯାଇଛି । ୯ ଲକ୍ଷ ୩୮ ହଜାର ୯୮୧ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪ ଲକ୍ଷ ୭୧ ହଜାର ୯୪୧ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି । ଏବେ ରାଜ୍ୟ ପାଖରେ ୨୦ ତାରିଖ ସୁଦ୍ଧା କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଟିକାର ୬ ଲକ୍ଷ ୧୧ ହଜାର ୧୯୦ ଡୋଜ୍ ଥିବାବେଳେ କୋଭାକ୍ସିନର ୭୭ ହଜାର ୧୧୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା ଟିକାରୁ କୋଭାକ୍ସିନର ୩ ଲକ୍ଷ ୫୨ ହଜାର ୨୩୦ ଡୋଜ୍ ଓ କୋଭିସିଲ୍ଡର ୩ ଲକ୍ଷ ୫୪ ହଜାର ୯୦ ଡୋଜ୍ ରହିଛି ।

21 Jun 2021 By The Sakala

ରାଜ୍ୟରେ ୧ କୋଟି ଟପିଲା ଟିକାକରଣ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଓଡ଼ିଶାରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଇତି ମଧ୍ୟରେ ରାଜ୍ୟରେ କୋଟିଏରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦିଆଯାଇ ସାରିଲାଣି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖଯୋଦ୍ଧା, ବରିଷ୍ଠ ନାଗରିକ ଓ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ।

ରାଜ୍ୟରେ ଟିକାକରଣର ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । କୋ-ୱିନ୍ ପୋର୍ଟଲରୁ ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟରେ ଏଯାବତ୍ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ପ୍ରଥମ ଡୋଜ୍ ଭାବେ ୮୨ ଲକ୍ଷ ୬୯ ହଜାର ୨୨୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୮ ଲକ୍ଷ ୩୪ ହଜାର ୩୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ୧୫୬୫ଟି ସରକାରୀ ଡାକ୍ତରଖାନା ସହ ୩୭ଟି ଘରୋଇ ମେଡିକାଲରେ ଟିକାକରଣ କରାଯାଉଛି ।

୪୪ ଲକ୍ଷ ୩୧ ହଜାର ୩୧୫ ଜଣ ପୁରୁଷ ଟିକା ନେଇଥିବା ବେଳେ ୩୮ ଲକ୍ଷ ୩୬ ହଜାର ୩୯୩ ଜଣ ମହିଳା କୋଭିଡ୍ ଟିକା ନେଇଛନ୍ତି । ସେହିଭଳି ୮୯ ଲକ୍ଷ ୨୭ ହଜାର ୨୪୯ ଡୋଜ୍ କୋଭିସିଲ୍ଡ ଦିଆଯାଇଥିବା ବେଳେ ୧୧ ଲକ୍ଷ ୭୬ ହଜାର ୩୫୮ ଡୋଜ୍ କୋଭାକ୍ସିନ୍ ଦିଆଯାଇଛି । ରାଜ୍ୟରେ ମୋଟ ଟିକାକରଣରୁ ମାତ୍ର ୦.୦୦୦୪ ପ୍ରତିଶତ ପାର୍ଶ୍ୱ ପ୍ରତିକ୍ରିୟା ଜନିତ ମାମଲା ଆସିଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୪ ଲକ୍ଷ ୧୦ ହଜାର ୯୨୨ ଡୋଜ୍ ଟିକା ଦିଆଯାଇଛି । ୯ ଲକ୍ଷ ୩୮ ହଜାର ୯୮୧ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୪ ଲକ୍ଷ ୭୧ ହଜାର ୯୪୧ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି । ଏବେ ରାଜ୍ୟ ପାଖରେ ୨୦ ତାରିଖ ସୁଦ୍ଧା କେନ୍ଦ୍ର ଦେଇଥିବା କୋଭିସିଲ୍ଡ ଟିକାର ୬ ଲକ୍ଷ ୧୧ ହଜାର ୧୯୦ ଡୋଜ୍ ଥିବାବେଳେ କୋଭାକ୍ସିନର ୭୭ ହଜାର ୧୧୦ ଡୋଜ୍ ରହିଛି । ସେହିଭଳି ରାଜ୍ୟ କିଣିଥିବା ଟିକାରୁ କୋଭାକ୍ସିନର ୩ ଲକ୍ଷ ୫୨ ହଜାର ୨୩୦ ଡୋଜ୍ ଓ କୋଭିସିଲ୍ଡର ୩ ଲକ୍ଷ ୫୪ ହଜାର ୯୦ ଡୋଜ୍ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର