ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ ଘଟଣା: ବିଧାୟକ ସୁରେଶ ରାଉତରାୟ କହିଲେ ଉଭୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିବି

The Sakala Picture
Published On

ଭୁବନେଶ୍ବର: ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସର ଦୁଇ ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ଦଳ ବିରୋଧୀ କାମ କରିଛନ୍ତି କି ନାହିଁ, ମୁଁ ଜାଣିନି।  AICC କିଛି ତଥ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ମୁଁ ଦିଲ୍ଲୀ ଯାଇ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସହ ଆଲୋଚନା କରି ସମାଧାନ କରି ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିବି। ଭୁଲ ସମସ୍ତଙ୍କ ଦ୍ୱାରା ହୁଏ। ସେମାନଙ୍କ ଦ୍ୱାରା ହୋଇଛି, […]

ଭୁବନେଶ୍ବର: ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସର ଦୁଇ ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ଦଳ ବିରୋଧୀ କାମ କରିଛନ୍ତି କି ନାହିଁ, ମୁଁ ଜାଣିନି।  AICC କିଛି ତଥ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ମୁଁ ଦିଲ୍ଲୀ ଯାଇ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସହ ଆଲୋଚନା କରି ସମାଧାନ କରି ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିବି। ଭୁଲ ସମସ୍ତଙ୍କ ଦ୍ୱାରା ହୁଏ। ସେମାନଙ୍କ ଦ୍ୱାରା ହୋଇଛି, ମୁଁ ବି ଭୁଲ କରେ। ତେବେ ସେମାନଙ୍କୁ ଦଳକୁ ଫେରାଇ ଆଣିବା କଥା। ୨୦୨୪ ନିର୍ବାଚନରେ ଏହାର କିଛିଟା ଫରକ ତ ପଡିବ। ହେଲେ କଂଗ୍ରେସ କାହା ପାଇଁ ଅପେକ୍ଷା କରିନି, ଏହା ୧୪୦ ବର୍ଷର ଦଳ। ସେମାନେ ଫେରି ଆସିଲେ ଭଲ ହୁଅନ୍ତା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଖବର ଅନୁଯାୟୀ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତକାଲି ଏଆଇସିସି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କରିଥିଲା AICC । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଗତକାଲି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଥିଲା।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର