ଜୁନ ୩ରେ କେରଳ ଛୁଇଁବ ମୌସୂମୀ, ଓଡ଼ିଶା ପହଂଚିବାକୁ ହୋଇପାରେ ବିଳମ୍ବ

The Sakala Picture
Published On

ଏଥର ରାଜ୍ୟକୁ ବିଳମ୍ବରେ ଆସିବ ମୌସୁମୀ। ଜୁନ ୩ରେ କେରଳରେ ମୌସୂମୀ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ମୌସୁମୀ ଛୁଇଁବା ନେଇ ଆକଳନ କରାଯାଇଥିଲା ହେଲେ ପାଣିପାଗ ପରିବର୍ତ୍ତନ ପାଇଁ ୨ଦିନ ସମୟ ଲାଗିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେରଳ ଛୁଇଁବାର ୨ ସପ୍ତାହ ପରେ ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ। ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖରେ […]

ଏଥର ରାଜ୍ୟକୁ ବିଳମ୍ବରେ ଆସିବ ମୌସୁମୀ। ଜୁନ ୩ରେ କେରଳରେ ମୌସୂମୀ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ମୌସୁମୀ ଛୁଇଁବା ନେଇ ଆକଳନ କରାଯାଇଥିଲା ହେଲେ ପାଣିପାଗ ପରିବର୍ତ୍ତନ ପାଇଁ ୨ଦିନ ସମୟ ଲାଗିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେରଳ ଛୁଇଁବାର ୨ ସପ୍ତାହ ପରେ ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ। ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୫ଦିନ ଯାଏଁ କାଳବୈଶାଖୀ, ଘଡ଼ଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କାରଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନବରଙ୍ଗପୁରକୁ ଆଲର୍ଟ କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ ପବନ। ଜୁନ ୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ଭୁବନେଶ୍ୱରରେ ଆକାଶ ମେଘୁଆ ସହ ବର୍ଷା ହେବା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

30 May 2021 By The Sakala

ଜୁନ ୩ରେ କେରଳ ଛୁଇଁବ ମୌସୂମୀ, ଓଡ଼ିଶା ପହଂଚିବାକୁ ହୋଇପାରେ ବିଳମ୍ବ

ଏଥର ରାଜ୍ୟକୁ ବିଳମ୍ବରେ ଆସିବ ମୌସୁମୀ। ଜୁନ ୩ରେ କେରଳରେ ମୌସୂମୀ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ମୌସୁମୀ ଛୁଇଁବା ନେଇ ଆକଳନ କରାଯାଇଥିଲା ହେଲେ ପାଣିପାଗ ପରିବର୍ତ୍ତନ ପାଇଁ ୨ଦିନ ସମୟ ଲାଗିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେରଳ ଛୁଇଁବାର ୨ ସପ୍ତାହ ପରେ ଓଡ଼ିଶାରେ ସକ୍ରିୟ ହେବ ମୌସୁମୀ। ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୫ଦିନ ଯାଏଁ କାଳବୈଶାଖୀ, ଘଡ଼ଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କାରଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର, ଭଦ୍ରକ, ନବରଙ୍ଗପୁରକୁ ଆଲର୍ଟ କରାଯାଇଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ବହିବ ପବନ। ଜୁନ ୪ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ଭୁବନେଶ୍ୱରରେ ଆକାଶ ମେଘୁଆ ସହ ବର୍ଷା ହେବା ସମ୍ଭାବନା ରହିଛି।

https://www.thesakala.in/latest-odisha-news/moonsoon-will-touch-kerala-by-june3-but-late-in-odisha/article-2507
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର