ଆସନ୍ତା ୮ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୮ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହା ଆନ୍ଧ୍ର ପ୍ରଦେଶରେ ପହଞ୍ଚିସାରିଥିବା ବେଳେ ତାମିଲନାଡୁର ମଧ୍ୟ ଅନେକ ଅଞ୍ଚଳକୁ ପ୍ରବେଶ କରି ସାରିଛି ବୋଲି ସୋଆ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି। କେନ୍ଦ୍ର କହିଛି ଯେ ଜୁନ ୮ କିମ୍ବା ୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଆସନ୍ତା ୨ କିିମ୍ବା ୩ ଦିନ ମଧ୍ୟରେ […]

ଭୁବନେଶ୍ୱର : ଆସନ୍ତା ୮ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହା ଆନ୍ଧ୍ର ପ୍ରଦେଶରେ ପହଞ୍ଚିସାରିଥିବା ବେଳେ ତାମିଲନାଡୁର ମଧ୍ୟ ଅନେକ ଅଞ୍ଚଳକୁ ପ୍ରବେଶ କରି ସାରିଛି ବୋଲି ସୋଆ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି। କେନ୍ଦ୍ର କହିଛି ଯେ ଜୁନ ୮ କିମ୍ବା ୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଆସନ୍ତା ୨ କିିମ୍ବା ୩ ଦିନ ମଧ୍ୟରେ ମୌସୁମୀ ଅଧିକ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିବ। ଏହାସହିତ ଜୁନ ୧୦ ବା ୧୧ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମ ବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ଆସିବା ପାଇଁ ସହାୟକ ହେବ। ସେହିପରି ଏହି ଲଘୁଚାପ ଟି ଅବପାତର ରୂପ ନେବା ସହ ଜୁନ୍‍ ୧୦ ତାରିଖ ରାତିରୁ ଏହା ପ୍ରଭାବରେ ବର୍ଷା ହେବ। ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ରାଜ୍ୟରେ ଆସନ୍ତା ୨ ଦିିନ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନଥିବା ବେଳେ ୮ ତାରିଖରୁ କିଛି ଅଞ୍ଚଳରେ ବର୍ଷା ହେବ। ୯ ତାରିଖରୁ ଏହା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ତେବେ ୧୧ ତାରିଖରେ ହେବାକୁ ଥିବା ଲଘୁଚାପ ଯୋଗୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାସହିତ ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଡ. ବିଶ୍ୱାସ କହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷା ହୋଇନାହିଁ। ଏହା ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ବଲାଙ୍ଗିର ଓ ସୁନ୍ଦରଗଡରେ ତାପମାତ୍ରା ୪୦ ଡିଗ୍ରୀ ଲେଖାଏ ରେକର୍ଡ ହୋଇଥିବା ବେଳେ ବାକି ସମସ୍ତ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର