ଓଡ଼ିଶା ଛାଡ଼ିଲା ମୌସୁମୀ ବାୟୁ, ଚଳିତବର୍ଷ ରାଜ୍ୟରେ ସ୍ବାଭାବିକ ହୋଇଛି ମୌସୁମୀ ବର୍ଷା

The Sakala Picture
Published On

ଭୁବନେଶ୍ୱର: ମୌସୁମୀ ବାୟୁ ଓଡ଼ିଶା ଛାଡ଼ିଛି। ୧୩ ତାରିଖରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବିଦାୟ ନେଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ସେହିପରି ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ […]

ଭୁବନେଶ୍ୱର: ମୌସୁମୀ ବାୟୁ ଓଡ଼ିଶା ଛାଡ଼ିଛି। ୧୩ ତାରିଖରେ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳରୁ ମୌସୁମୀ ବିଦାୟ ନେଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଯାଜପୁର, ନୟାଗଡ଼଼, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ସେହିପରି ବଲାଙ୍ଗିର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳରୁ ଫେରିଯାଇଥିବା ବେଳେ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସାଧାରଣତଃ ଅକ୍ଟୋବର ୧୦ରୁ ରାଜ୍ୟରୁ ମୌସୁମୀ ଅପସାରଣ ଆରମ୍ଭ ହୋଇ ୧୫ ତାରିଖ ସୁଦ୍ଧା ସାରା ରାଜ୍ୟରୁ ମୌସୁମୀ ବିଦାୟ ନେଇଥାଏ। ଚଳିତ ବର୍ଷ ମଧ୍ୟ ସ୍ୱାଭାବିକ ସମୟରେ ମୌସୁମୀ ଓଡ଼ିଶା ଛାଡ଼ିଛି। ଚଳିତବର୍ଷ ଜୁନ୍‌ ୮ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା। ମୌସୁମୀ ପ୍ରଥମେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଥିଲା। ସ୍ୱାଭାବିକଠାରୁ ୨ଦିନ ଆଗୁଆ ଛୁଇଁଥିଲେ ମଧ୍ୟ ପାଗ ଅନୁକୂଳ ନହେବାରୁ ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁ ପାରିନଥିଲା। ଯେଉଁଥିପାଇଁ ରାଜ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ଷା ହୋଇ ନଥିଲା। ଜୁନ୍‌ ୨୪ତାରିଖରେ ମୌସୁମୀ ସାରା ଓଡ଼ିଶାକୁ ବ୍ୟାପିବା ପରେ ବର୍ଷାର ପରିମାଣ ବୃଦ୍ଧି ହୋଇଥିଲା। ବିଳମ୍ୱରେ ହେଲେ ମଧ୍ୟ ପ୍ରବଳ ବର୍ଷା ଓ ବାରମ୍ୱାର ଲଘୁଚାପ ଯୋଗୁଁଁ ରାଜ୍ୟରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱଭାବିକ ରହିଛି।

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ସୂଚନା‌ଯୋଗ୍ୟ, ଚଳିତ ବର୍ଷ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଥିଲା। ଏମିତିକି ମହାନଦୀରେ ମଧ୍ୟ ଏକ ଛୋଟଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର