ଓଡ଼ିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ବଢ଼ିଲା ତାତି

The Sakala Picture
Published On

ଭୁବନେଶ୍ବର: ଫେରିଗଲା ମୌସୁମୀ । ଆଶ୍ବିନରେ ଟାଇଁ ଟାଇଁ ଖରା । ଛତା ନ ଧରିଲେ ଘରୁ ବାହାରିବା ହେଉଛି ମୁସ୍କିଲ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ ଥିବାବେଳେ ଉପକୂଳରେ କଲବଲ କରୁଛି ତାତି ସହ ଅସହ୍ୟ ଗୁଳୁଗୁଳି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଦିନ ୧୧ ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା କହିଛି ପାଣିପାଗ ବିଭାଗ […]

ଭୁବନେଶ୍ବର: ଫେରିଗଲା ମୌସୁମୀ । ଆଶ୍ବିନରେ ଟାଇଁ ଟାଇଁ ଖରା । ଛତା ନ ଧରିଲେ ଘରୁ ବାହାରିବା ହେଉଛି ମୁସ୍କିଲ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ ଥିବାବେଳେ ଉପକୂଳରେ କଲବଲ କରୁଛି ତାତି ସହ ଅସହ୍ୟ ଗୁଳୁଗୁଳି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଦିନ ୧୧ ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା କହିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୭ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

୩୭ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ଭୁବନେଶ୍ୱର ରେ ୩୫ ଡିଗ୍ରୀ ତାପମାତ୍ରା ରହିଛି । ଭୁବନେଶ୍ବରରେ ୬୦ ପ୍ରତିଶତ ଆର୍ଦ୍ରତା ରହିଛି । ତାପମାତ୍ରା ଓ ଆର୍ଦ୍ରତା ମିଶି ୩୮ ଡିଗ୍ରୀ ତାତି ଅନୁଭବ ହେଉଛି । ୨୧ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ପାଇଁ ବଦଳିଛି ପାଗର ମିଜାଜ । ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

12 Oct 2023 By The Sakala

ଓଡ଼ିଶାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ବଢ଼ିଲା ତାତି

ଭୁବନେଶ୍ବର: ଫେରିଗଲା ମୌସୁମୀ । ଆଶ୍ବିନରେ ଟାଇଁ ଟାଇଁ ଖରା । ଛତା ନ ଧରିଲେ ଘରୁ ବାହାରିବା ହେଉଛି ମୁସ୍କିଲ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ପାରଦ ଥିବାବେଳେ ଉପକୂଳରେ କଲବଲ କରୁଛି ତାତି ସହ ଅସହ୍ୟ ଗୁଳୁଗୁଳି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଦିନ ୧୧ ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା କହିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ୭ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି ।

୩୭ ଡିଗ୍ରୀ ସହ ଚାନ୍ଦବାଲି ସବୁଠୁ ଉତ୍ତପ୍ତ ସହର ହୋଇଥିବାବେଳେ ଭୁବନେଶ୍ୱର ରେ ୩୫ ଡିଗ୍ରୀ ତାପମାତ୍ରା ରହିଛି । ଭୁବନେଶ୍ବରରେ ୬୦ ପ୍ରତିଶତ ଆର୍ଦ୍ରତା ରହିଛି । ତାପମାତ୍ରା ଓ ଆର୍ଦ୍ରତା ମିଶି ୩୮ ଡିଗ୍ରୀ ତାତି ଅନୁଭବ ହେଉଛି । ୨୧ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ପାଇଁ ବଦଳିଛି ପାଗର ମିଜାଜ । ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର