ରାଜ୍ୟ କଂଗ୍ରେସରେ ନେତୃତ୍ୱ ନଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଚାଲିଗଲାଣି- ମହମ୍ମଦ ମୋକିମ

The Sakala Picture
Published On

ଭୁବନେଶ୍ବର: ପୁଣି କଂଗ୍ରେସ ନେତୃତ୍ବଙ୍କୁ ନେଇ ଆଜି ମୋକିମଙ୍କ ତେରେଛା ବାଣ ମାରିଛନ୍ତି। ଜାନକୀ ପଟ୍ଟନାୟକ, ବସନ୍ତ ବିଶ୍ୱାଳ , ହେମନନ୍ଦ ବିଶ୍ୱାଳଙ୍କ ପରେ କଂଗ୍ରେସରେ ଚେହେରା ନାହାଁନ୍ତି। ଏଭଳି ନେତୃତ୍ୱ ନ ଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଆସିଗଲାଣି।  କଂଗ୍ରେସ ଲୋକଙ୍କ ପୁନଃ ଆସ୍ଥା ଭାଜନ ହେଲା ଭଳି ନେତା ନାହାଁନ୍ତି। ମୁଁ କଂଗ୍ରେସ ଦଳ ଭିତରେ ଅଛି। ବିଗତ ଦିନରେ ମୁଁ ସତ୍ୟ ପରିପ୍ରକାଶ କରିଛି ବୋଲି ଆଲୋଚନା ଉଠିଛି। ଆଶା କରିବି […]

ଭୁବନେଶ୍ବର: ପୁଣି କଂଗ୍ରେସ ନେତୃତ୍ବଙ୍କୁ ନେଇ ଆଜି ମୋକିମଙ୍କ ତେରେଛା ବାଣ ମାରିଛନ୍ତି। ଜାନକୀ ପଟ୍ଟନାୟକ, ବସନ୍ତ ବିଶ୍ୱାଳ , ହେମନନ୍ଦ ବିଶ୍ୱାଳଙ୍କ ପରେ କଂଗ୍ରେସରେ ଚେହେରା ନାହାଁନ୍ତି। ଏଭଳି ନେତୃତ୍ୱ ନ ଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଆସିଗଲାଣି।  କଂଗ୍ରେସ ଲୋକଙ୍କ ପୁନଃ ଆସ୍ଥା ଭାଜନ ହେଲା ଭଳି ନେତା ନାହାଁନ୍ତି। ମୁଁ କଂଗ୍ରେସ ଦଳ ଭିତରେ ଅଛି। ବିଗତ ଦିନରେ ମୁଁ ସତ୍ୟ ପରିପ୍ରକାଶ କରିଛି ବୋଲି ଆଲୋଚନା ଉଠିଛି। ଆଶା କରିବି କଂଗ୍ରେସର ବରିଷ୍ଠ ନେତା ଜାଗ୍ରତ ହୁଅନ୍ତୁ।  ସମୟ କମ, ସମୟ ଚାଲି ଗଲେ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହେବ କଂଗ୍ରେସକୁ ଟ୍ରାକକୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ଯ୍ୟନ୍ତ ଦଳରେ ଆରମ୍ଭ ହୋଇନି। ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନ କଲେ ସ୍ଥିତି ଆହୁରି ଖରାପ ହେବ। କଂଗ୍ରେସ ନେତା କଂଗ୍ରେସ ଭବନରେ ନ ରହି ଫିଲଡ ରେ ପରିଶ୍ରମ କରନ୍ତୁ ବୋଲି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସେପଟେ ମୋକିମଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। କହିଲେ ସେ ଯାହା ଅନୁଭବ କରିଥିବେ ତାହା କହିଥିବେ। ପୂର୍ବରୁ ସଂଖ୍ୟା ହଉଥିଲା ବୋଲି କେହି କହୁ ନ ଥିଲେ। ଏବେ ଦଳର ସଂଖ୍ୟା ହେଉ ନ ଥିବାରୁ ସେ କହୁଛନ୍ତି। ଧିରେ ଚାଲୁଥିବା ଗାଡି ଯେ ଜୋର୍ ରେ ଚାଲିବନି ତା ନୁହେଁ। ହେଲେ ୨୦୨୪ରେ ସରକାର ଗଠନ କରିବା ଅସମ୍ଭବ ନୁହେଁ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର