ପୁରୀରେ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ: ପ୍ରାଥମିକ ପର୍ଯ୍ଯାୟରେ ୪ଟି ଭାଷାରେ ଆରମ୍ଭ ହେବ ପାଠ୍ୟକ୍ରମ, ସେବାୟତ ପିଲାଙ୍କ ପାଇଁ ରହିବ ୫୦% ସଂରକ୍ଷଣ

The Sakala Picture
Published On

ପୁରୀ: ଆଦର୍ଶ  ଗୁରୁକୂଳ ପ୍ରତିଷ୍ଠା ପାଇଁ ଚାଲିଥିବା ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଏହି ବୈଠକଟି ବସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏ ନେଇ ଏମଓୟୁ ସ୍ୱାକ୍ଷର ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷର ହୋଇଛି। ୧୯.୩୮ ଏକର ଜାଗାରେ ହେବ ଆଦର୍ଶ ଗୁରୁକୂଳ। ଗୁରୁକୂଳ ପ୍ରତିଷ୍ଠା ପାଇଁ ମାନ୍ଯବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୬ କୋଟି ଏବଂ ରାଜ୍ୟ ସରକାରଙ୍କ ଅଭଡା ଯୋଜନାରେ […]

ପୁରୀ: ଆଦର୍ଶ  ଗୁରୁକୂଳ ପ୍ରତିଷ୍ଠା ପାଇଁ ଚାଲିଥିବା ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଏହି ବୈଠକଟି ବସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏ ନେଇ ଏମଓୟୁ ସ୍ୱାକ୍ଷର ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷର ହୋଇଛି। ୧୯.୩୮ ଏକର ଜାଗାରେ ହେବ ଆଦର୍ଶ ଗୁରୁକୂଳ। ଗୁରୁକୂଳ ପ୍ରତିଷ୍ଠା ପାଇଁ ମାନ୍ଯବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୬ କୋଟି ଏବଂ ରାଜ୍ୟ ସରକାରଙ୍କ ଅଭଡା ଯୋଜନାରେ ଅବଶିଷ୍ଟ ଟଙ୍କା ବ୍ଯୟରେ ଗୁରୁକୂଳ ନିର୍ମାଣ ହେବ। ମାଟିତୋଟା ଅଞ୍ଚଳରେ ୧୯ ଏକର ପରିମିତ ଯାଗାରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ପ୍ରାଥମିକ ପର୍ଯ୍ୟାୟରେ ସେବାୟତ ପିଲାଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ରହିବ। ୨୦୨୪ ଆରମ୍ଭରୁ ୪ଟି ଭାଷାରେ ପାଠ୍ଯକ୍ରମ ଆରମ୍ଭ ହେବ। ଏଥିରେ ପିଲାମାନଙ୍କୁ କେବଳ ଲିଟରେଟ ନୁହେଁ ଜଗନ୍ନାଥ ସଂସ୍କୃତି ପରମ୍ପରା , ଗ୍ଲୋବାଲ ଶିଶୁ, ହୋଲିଷ୍ଟିକ ଏଜୁକେସନ ଆଦି ଶିକ୍ଷା ଦିଆଯିବ। ଆସନ୍ତା ଅକ୍ଷୟ ତୃତୀୟା ଦିନ ଗୁରୁକୁଳର ଭୂମିପୂଜନ କରାଯିବ ବୋଲି ବିର୍ଲ୍ଲା ଫାଉଣ୍ଡେସନ ଅଧିକାରୀ ଓ ପରିଚାଳନା କମିଟି ସଦସ୍ଯ ପ୍ରତିକ୍ରିୟା ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

16 Nov 2022 By The Sakala

ପୁରୀରେ ନିର୍ମାଣ ହେବ ଆଦର୍ଶ ଗୁରୁକୂଳ: ପ୍ରାଥମିକ ପର୍ଯ୍ଯାୟରେ ୪ଟି ଭାଷାରେ ଆରମ୍ଭ ହେବ ପାଠ୍ୟକ୍ରମ, ସେବାୟତ ପିଲାଙ୍କ ପାଇଁ ରହିବ ୫୦% ସଂରକ୍ଷଣ

ପୁରୀ: ଆଦର୍ଶ  ଗୁରୁକୂଳ ପ୍ରତିଷ୍ଠା ପାଇଁ ଚାଲିଥିବା ବୈଠକ ଶେଷ ହୋଇଛି। ଗଜପତି ମହାରାଜାଙ୍କ ଅଧ୍ଯକ୍ଷତାରେ ଏହି ବୈଠକଟି ବସିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏ ନେଇ ଏମଓୟୁ ସ୍ୱାକ୍ଷର ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ଏମଓୟୁ ସାକ୍ଷର ହୋଇଛି। ୧୯.୩୮ ଏକର ଜାଗାରେ ହେବ ଆଦର୍ଶ ଗୁରୁକୂଳ। ଗୁରୁକୂଳ ପ୍ରତିଷ୍ଠା ପାଇଁ ମାନ୍ଯବର ସୁପ୍ରିମକୋର୍ଟ ପ୍ରଦାନ କରିଥିବା ୬ କୋଟି ଏବଂ ରାଜ୍ୟ ସରକାରଙ୍କ ଅଭଡା ଯୋଜନାରେ ଅବଶିଷ୍ଟ ଟଙ୍କା ବ୍ଯୟରେ ଗୁରୁକୂଳ ନିର୍ମାଣ ହେବ। ମାଟିତୋଟା ଅଞ୍ଚଳରେ ୧୯ ଏକର ପରିମିତ ଯାଗାରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ପ୍ରାଥମିକ ପର୍ଯ୍ୟାୟରେ ସେବାୟତ ପିଲାଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ରହିବ। ୨୦୨୪ ଆରମ୍ଭରୁ ୪ଟି ଭାଷାରେ ପାଠ୍ଯକ୍ରମ ଆରମ୍ଭ ହେବ। ଏଥିରେ ପିଲାମାନଙ୍କୁ କେବଳ ଲିଟରେଟ ନୁହେଁ ଜଗନ୍ନାଥ ସଂସ୍କୃତି ପରମ୍ପରା , ଗ୍ଲୋବାଲ ଶିଶୁ, ହୋଲିଷ୍ଟିକ ଏଜୁକେସନ ଆଦି ଶିକ୍ଷା ଦିଆଯିବ। ଆସନ୍ତା ଅକ୍ଷୟ ତୃତୀୟା ଦିନ ଗୁରୁକୁଳର ଭୂମିପୂଜନ କରାଯିବ ବୋଲି ବିର୍ଲ୍ଲା ଫାଉଣ୍ଡେସନ ଅଧିକାରୀ ଓ ପରିଚାଳନା କମିଟି ସଦସ୍ଯ ପ୍ରତିକ୍ରିୟା ରଖିଛନ୍ତି।

https://www.thesakala.in/latest-odisha-news/model-gurukul-to-be-built-in-puri-courses-to-be-started-in-4-languages/article-16602
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର