ଏପ୍ରିଲ ୧ରୁ ଶ୍ରୀକ୍ଷେତ୍ରରେ ଗଡ଼ିବ ମୋ ବସ୍

The Sakala Picture
Published On

ଭୁବନେଶ୍ୱର: ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଗଡ଼ିବ ମୋ ବସ। ପୁରୀର ପ୍ରତି ଗଳି କନ୍ଦିରେ ଗଡିବ ରାଜ୍ୟ ସରକାରଙ୍କ ମୋ ବସ। ଏପ୍ରିଲ ୧ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ବସ ସେବା। କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ୱର, […]

ଭୁବନେଶ୍ୱର: ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀରେ ଗଡ଼ିବ ମୋ ବସ। ପୁରୀର ପ୍ରତି ଗଳି କନ୍ଦିରେ ଗଡିବ ରାଜ୍ୟ ସରକାରଙ୍କ ମୋ ବସ। ଏପ୍ରିଲ ୧ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଏହି ସେବା ଆରମ୍ଭ ହେବା ନେଇ କ୍ରୁଟ ପକ୍ଷରୁ ସୂଚନା ଜାରି ହୋଇଛି। ଭୁବନେଶ୍ୱର ଓ କଟକ ପରେ ପୁରୀରେ ଆରମ୍ଭ ହେବାକୁ ଯାଉଛି ସାଧାରଣ ଯାତ୍ରୀଙ୍କ ନିମନ୍ତେ ଏହି ବସ ସେବା। କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଦୀର୍ଘ ୪ବର୍ଷ ଧରି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଭଳି ପ୍ରମୁଖ ସହରାଞ୍ଚଳରେ ମୋ ବସ୍ ସେବା ଯୋଗାଇଆସୁଛି। ଯାହାଦ୍ୱାରା ଜନସାଧାରଣଙ୍କ ନିତିଦିନିଆ ଯାତ୍ରାରେ ବେଶ୍ ସହାୟକ ହେଉଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାରେ ୨ଟି ରୁଟ୍‌ରେ ଏକ୍ସପ୍ରେସ୍ ସେବା ଜାରୀ ରହିଛି କିନ୍ତୁ ଏଥର ପୁରୀ ସହର ମଧ୍ୟରେ ମୋ ବସ୍ ଚଳାଚଳ ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ରୁଟ୍ ନଂ- ୫୨ ପୁରୀ ବସ୍ ଷ୍ଟାଣ୍ଡ୍‌ରୁ ରେଳ ଷ୍ଟେସନ୍‌, ସସୁଦ୍ର କୂଳ, ସ୍ୱର୍ଗଦ୍ୱାର ଦେଇ ଲାଇଟ୍ ହାଉସ୍ ପର୍ଯ୍ଯନ୍ତ ଚାଲିବାକୁ ଥିବାବେଳେରୁଟ୍ ନଂ-୫୩ ମାଳତୀପାଟପୁରଠୁ ଅଠରନଳା ରୋଡ଼୍ ଦେଇ ପୁରୀ ବସ୍‌ଷ୍ଟାଣ୍ଡ ଯାଏ ଗତି କରିବ । ଏହାଦ୍ୱାରା ପୁରୀବାସୀଙ୍କସମେତପୁରୀ ପର୍ୟ୍ୟଟକଙ୍କ ପାଇଁ ଯାତ୍ରା କରିବା ଦିଗରେ ସହାୟକ ହେବ। ଜଗନ୍ନାଥ ଧାମ ପୁରୀରେ ଏହି ସେବା ଅପ୍ରେଲ ୧ତାରିଖରୁ ଆରମ୍ଭହେବ । ଏଥିରେ ମୁଖ୍ୟତଃ ୫୨ ଏବଂ ୫୩ ନମ୍ବର ଦୁଇଟି ନୁଆ ରୁଟ୍ ଯୋଡ଼ା ହୋଇଛି । ଯାତ୍ରୀଙ୍କ କ୍ରମାଗତ ଅନୁରୋଧପରେକ୍ରୁଟ୍ ପକ୍ଷରୁ ପ୍ରଥମଥର ସହର ମଧ୍ୟରେ ମୋ ବସ୍ ସେବା ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, “ପୁରୀ ଭଳି ଏକ ପର୍ଯ୍ଯଟକ ବହୁଳ ସ୍ଥାନରେକ୍ରୁଟ୍ ପକ୍ଷରୁ ମୋ ବସ୍ ସେବା ଆରମ୍ଭ ହେଉଛି ଏହା ନିଶ୍ଚୟ ଖୁସିର ଖବର । ଆଶା କରୁଛୁ ଯେ, ପୁରୀ ଜିଲ୍ଲା ଏବଂ ପୁରୀକୁ ଆସୁଥିବା ଦୈନିକହଜାର ହଜାର ପର୍ଯ୍ଯଟକମାନଙ୍କ ପାଇଁ ମୋ ବସ୍ ସେବା ବେଶ୍ ସହାୟକ ହେବ।“ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ତିର୍ଥକ୍ଷେତ୍ର ଭାବେ ବିଶ୍ୱବିଦିତ । ଏହି ରୁଟ୍‌ମାନଙ୍କରେ ମୋ ବସ୍ ସେବା ପାଇଁ ବହୁଦିନରୁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଆସୁଥିଲେ ।

ଭୁବନେଶ୍ୱରରୁ ସିଧାସଳଖ ପୁରୀ ଏବଂ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହୋଇଥିଲା । ଓଡ଼ିଶାର ବିଭିନ୍ନ ସହର ଏବଂ ବାହାର ରାଜ୍ୟରୁ ଆସୁଥିବା ଲକ୍ଷାଧିକ ପର୍ଯ୍ଯଟକ ଦୈନିକ ଯାତାୟତରେ ଏହି ସେବା ଦ୍ୱାରା ଲାଭାନ୍ୱିତ ହେବେ। ପୁରୀରେ ଏହି ସାଧାରଣ ବସ୍‌ସେବା ଅପ୍ରେଲ ୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହେବ ବୋଲି କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଶ୍ରୀମତି ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ଏହି ରୁଟ ଦ୍ୱୟରେ ଯାତ୍ରୀମାନେ ସହଜ ଯାତାୟତ ପାଇଁ ମୋ ବସ୍ କାର୍ଡ଼ ବ୍ୟବହାର କରିପାରିବେ। ପ୍ରତ୍ୟେକ ବସ୍ ଯାତ୍ରା ପୂର୍ବରୁ ପ୍ରତିଥର ସାନିଟାଇଜ୍ କରାଯିବାର ବ୍ୟବସ୍ଥା ରହିଛି । ଉଭୟ ରୁଟ୍‌ର ବସ୍‌ଗୁଡ଼କି ମାଳତୀପାଟପୁରରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଗତି କରିବ ବୋଲି ସୂଚନା ଦିଆଯାଇଛି।

29 Mar 2022 By The Sakala

https://www.thesakala.in/latest-odisha-news/mobus-is-now-in-puri-from-1st-april/article-10357
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର