ରଥ ଉପରେ ମୋବାଇଲ୍ ନିଷେଧ, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

The Sakala Picture
Published On

ପୁରୀ: ରଥ ଉପରେ ମୋବାଇଲ୍ ନିଷେଧ । ରଥ ଉପରକୁ ମୋବାଇଲ ନେଲେ ହେବ କଡା କାର୍ଯ୍ୟାନୁଷ୍ଠାନ । କଡ଼ା ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏହାସହିତ ରଥ ଉପରେ ଅନଧିକାର ପ୍ରବେଶ ଉପରେ ଲାଗିବ କଟକଣା । ସେବା ନଥିଲେ ରଥ ଉପରକୁ ଯାଇପାରିବେନି ସେବାୟତ । ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ। ଯାହାଦ୍ୱାରା ଆମ ସଂସ୍କୃତି ପ୍ରଚାର […]

ପୁରୀ: ରଥ ଉପରେ ମୋବାଇଲ୍ ନିଷେଧ । ରଥ ଉପରକୁ ମୋବାଇଲ ନେଲେ ହେବ କଡା କାର୍ଯ୍ୟାନୁଷ୍ଠାନ । କଡ଼ା ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏହାସହିତ ରଥ ଉପରେ ଅନଧିକାର ପ୍ରବେଶ ଉପରେ ଲାଗିବ କଟକଣା । ସେବା ନଥିଲେ ରଥ ଉପରକୁ ଯାଇପାରିବେନି ସେବାୟତ । ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ। ଯାହାଦ୍ୱାରା ଆମ ସଂସ୍କୃତି ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆସିବନି। ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ନେଇ ଏଭଳି କିଛି କଡ଼ା ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି କି, ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ସବୁ ନିଯୋଗ ସହ ଏନେଇ ଆଲୋଚନା କରାଯିବ । ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପାଳନ ନେଇ ପଦକ୍ଷେପ ନିଆଯିବ । ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ। ଏଥିପାଇଁ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ଯାଏ ଆମେ ଅପେକ୍ଷା କରିବା। ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ। ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଗୁଡ଼ିକ ସୁରୁଖୁରରେ ସମ୍ପାଦନ କରାଯିବ। ଶ୍ରୀଜିଉଙ୍କ ନୀତି କିପରି ଭାବ ଶୃଙ୍ଖଳିତ ଭାବେ ହେବା ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। କିଭଳି ସମସ୍ତ ନିୟମ ଅନୁସାରେ ନୀତିକାନ୍ତି ହେବ ତାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବ।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

12 Jul 2024 By The Sakala

ରଥ ଉପରେ ମୋବାଇଲ୍ ନିଷେଧ, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ରଥ ଉପରେ ମୋବାଇଲ୍ ନିଷେଧ । ରଥ ଉପରକୁ ମୋବାଇଲ ନେଲେ ହେବ କଡା କାର୍ଯ୍ୟାନୁଷ୍ଠାନ । କଡ଼ା ଚେତାବନୀ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଏହାସହିତ ରଥ ଉପରେ ଅନଧିକାର ପ୍ରବେଶ ଉପରେ ଲାଗିବ କଟକଣା । ସେବା ନଥିଲେ ରଥ ଉପରକୁ ଯାଇପାରିବେନି ସେବାୟତ । ଏଥିପାଇଁ ସେବାୟତମାନଙ୍କ ସହଯୋଗ କାମନା କରୁଛୁ। ଆମେ ଆଶା କରୁଛୁ ସେମାନେ ଆମକୁ ସହଯୋଗ କରିବେ। ଯାହାଦ୍ୱାରା ଆମ ସଂସ୍କୃତି ପ୍ରଚାର ପ୍ରସାର ପରିବର୍ତ୍ତେ ଯେପରି କୌଣସି ନିନ୍ଦା ଆସିବନି। ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ନେଇ ଏଭଳି କିଛି କଡ଼ା ଆଭିମୁଖ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଅରବିନ୍ଦ ଆହୁରି ମଧ୍ୟ କହିଛନ୍ତି କି, ସେବାୟତମାନେ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ସବୁ ନିଯୋଗ ସହ ଏନେଇ ଆଲୋଚନା କରାଯିବ । ରତ୍ନଭଣ୍ଡାର ଖୋଲିବା ପାଇଁ ଏସଓପି ପାଳନ ନେଇ ପଦକ୍ଷେପ ନିଆଯିବ । ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା ସେଥିପାଇଁ ଠାକୁରଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛୁ। ଏଥିପାଇଁ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ଯାଏ ଆମେ ଅପେକ୍ଷା କରିବା। ଏହି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ ଧ୍ୟାନ ଦେବ। ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଗୁଡ଼ିକ ସୁରୁଖୁରରେ ସମ୍ପାଦନ କରାଯିବ। ଶ୍ରୀଜିଉଙ୍କ ନୀତି କିପରି ଭାବ ଶୃଙ୍ଖଳିତ ଭାବେ ହେବା ତା’ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ। କିଭଳି ସମସ୍ତ ନିୟମ ଅନୁସାରେ ନୀତିକାନ୍ତି ହେବ ତାକୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର