ମା’ ଶାରଳାଙ୍କ ପୀଠରେ ନିଷେଧ ହେଲା ମୋବାଇଲ ଓ କ୍ୟାମେରା, ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେନି ଅବିବାହିତ ସେବକ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁରର ଆରାଧ୍ୟଦେବୀ ମା’ ଶାରଳାଙ୍କ ପୀଠରେ ଲାଗୁ ହୋଇଛି ନୂଆ ନିୟମ । ମନ୍ଦିର ଭିତରକୁ ଆଉ ନେଇପାରିବେନି ମୋବାଇଲ ଓ କ୍ୟାମେରା । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନେବା ନିଷେଧ କରାଯାଇଛି । ମା’ ଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ ଗର୍ଭଗୃହକୁ […]

ଜଗତସିଂହପୁର: ଜଗତସିଂହପୁରର ଆରାଧ୍ୟଦେବୀ ମା’ ଶାରଳାଙ୍କ ପୀଠରେ ଲାଗୁ ହୋଇଛି ନୂଆ ନିୟମ । ମନ୍ଦିର ଭିତରକୁ ଆଉ ନେଇପାରିବେନି ମୋବାଇଲ ଓ କ୍ୟାମେରା । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନେବା ନିଷେଧ କରାଯାଇଛି । ମା’ ଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ ଗର୍ଭଗୃହକୁ ଯିବା ଉପରେ କଟକଣା ଲଗାଯାଇଛି । ଏହି ନିୟମକୁ କଠୋର ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଏମିତି କି ମନ୍ଦିର ପରିସରରେ ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର କୋର କମିଟିର ନିଷ୍ପତ୍ତି ଅନୁସାରେ କଟକଣା ଜାରି କରାଯାଇଛି । ଏନେଇ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ମୋଟ ୧୮ଟି ପ୍ରସ୍ତାବକୁ ସ୍ବୀକୃତି ମିଳିଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

09 Jul 2023 By The Sakala

ମା’ ଶାରଳାଙ୍କ ପୀଠରେ ନିଷେଧ ହେଲା ମୋବାଇଲ ଓ କ୍ୟାମେରା, ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିପାରିବେନି ଅବିବାହିତ ସେବକ

ଜଗତସିଂହପୁର: ଜଗତସିଂହପୁରର ଆରାଧ୍ୟଦେବୀ ମା’ ଶାରଳାଙ୍କ ପୀଠରେ ଲାଗୁ ହୋଇଛି ନୂଆ ନିୟମ । ମନ୍ଦିର ଭିତରକୁ ଆଉ ନେଇପାରିବେନି ମୋବାଇଲ ଓ କ୍ୟାମେରା । ମଝି ଦେଉଳ ଓ ଗର୍ଭଗୃହକୁ ମୋବାଇଲ ନେବା ନିଷେଧ କରାଯାଇଛି । ମା’ ଙ୍କ ବିଗ୍ରହର ଫଟୋ କିମ୍ବା ବେଢ଼ା ପରିସରର ଫଟୋ ଉଠାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଥିସହିତ ମନ୍ଦିର ଭିତରକୁ ପଲିଥିନ ମଧ୍ୟ ନିଷେଦ୍ଧ କରାଯାଇଛି । ଅବିବାହିତ ବା ବ୍ରତ ହୋଇନଥିବା ସେବାୟତଙ୍କୁ ମଧ୍ୟ ଗର୍ଭଗୃହକୁ ଯିବା ଉପରେ କଟକଣା ଲଗାଯାଇଛି । ଏହି ନିୟମକୁ କଠୋର ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି ।

ଏମିତି କି ମନ୍ଦିର ପରିସରରେ ଅପରିଷ୍କାର କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ମନ୍ଦିର ପ୍ରଶାସନ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ସ୍ବତନ୍ତ୍ର କୋର କମିଟିର ନିଷ୍ପତ୍ତି ଅନୁସାରେ କଟକଣା ଜାରି କରାଯାଇଛି । ଏନେଇ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ଅବଗତ କରାଯାଇଛି । ମୋଟ ୧୮ଟି ପ୍ରସ୍ତାବକୁ ସ୍ବୀକୃତି ମିଳିଛି । ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

https://www.thesakala.in/latest-odisha-news/mobile-phone-and-camera-not-allowed-in-sarala-temple/article-23342
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର