ସରକାରୀ ସ୍କୁଲ ଚେହେରା ବଦଳାଇଛି ‘ମୋ ସ୍କୁଲ ଅଭିଯାନ’, ବିକାଶ ଧାରାରେ ସାମିଲ୍ ୩୦ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସରକାରୀ ସ୍କୁଲର ଚେହେରା ବଦଳାଇଛି ‘ମୋ ସ୍କୁଲ ଅଭିଯାନ’। ୩୦ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ବିଦ୍ୟାର୍ଥୀ ଓ ସରକାରଙ୍କ ମିଳିତ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଫଳସ୍ବରୂପ, ସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରତି ଅଭିଭାବକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ଏହାର ସ୍ପଷ୍ଟ ପ୍ରମାଣ ମିଳିଛି। ଉକ୍ତ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ […]
ଭୁବନେଶ୍ୱର: ସରକାରୀ ସ୍କୁଲର ଚେହେରା ବଦଳାଇଛି ‘ମୋ ସ୍କୁଲ ଅଭିଯାନ’। ୩୦ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ବିଦ୍ୟାର୍ଥୀ ଓ ସରକାରଙ୍କ ମିଳିତ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ଫଳସ୍ବରୂପ, ସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରତି ଅଭିଭାବକମାନେ ଅଧିକ ଆକୃଷ୍ଟ ହେଉଛନ୍ତି। ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ଏହାର ସ୍ପଷ୍ଟ ପ୍ରମାଣ ମିଳିଛି। ଉକ୍ତ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ କେବଳ ସରକାରୀ ବିଦ୍ୟାଳୟରେ ୫୧, ୮୩, ୬୬୧ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ୫୧୬୪୨୮୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ତେଣୁ ସରକାରୀ ବିଦ୍ୟାଳୟରେ ନାମଲେଖା ସଂଖ୍ୟା ବଢ଼ୁଥିବା ଜଣାପଡ଼ିଛି ଏବଂ ଏଥିରେ ‘୫-ଟି’ ରୂପାନ୍ତରୀକରଣ ଓ ମୋ’ ସ୍କୁଲ ଅଭିଯାନର ଏକ ବଡ଼ ଭୂମିକା ରହିଛି।
ସୂଚନାଯୋଗ୍ୟ, ୨୦୧୭ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ’ ସ୍କୁଲ ଯୋଜନାର ଶୁଭାରମ୍ଭ କରିଥିଲେ। ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକାଶଧାରାକୁ ବଜାୟ ରଖିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହ ସମ୍ମିଳିତ କରିବା ଏହି ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏହାସହ ସରକାରୀ ସ୍କୁଲଗୁଡ଼ିକରୁ ଅଭିଭାବକ ହରାଉଥିବା ଆସ୍ଥାକୁ ବଜାୟ ରଖିବା ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ପାଇଁ ସରକାର ଯୋଜନା କରିଥିଲେ। ସମ୍ପ୍ରତି ମୋ ସ୍କୁଲ ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସାମିଲ୍ ହୋଇଛି। ଏଥିରେ ୬୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଯୋଡ଼ି ହୋଇଥିବା ବେଳେ ୩୦ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୨୪୭ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବାବେଳେ ସିଏସ୍ଆର୍ ଅନୁଦାନ ଭାବେ ୧୦୨୧ କୋଟି ଟଙ୍କା ମିଳିଛି। ଏହି ରାଶିକୁ ଦ୍ୱିଗୁଣିତ କରି ରାଜ୍ୟ ସରକାରଙ୍କ ପକ୍ଷରୁ ୨୫୩୬ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଉନ୍ନତୀକରଣ ପାଇଁ ସମୁଦାୟ ୩୮୦୪କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି।
ମୋ’ ସ୍କୁଲ ଅଭିଯାନର ଏକ ବଡ଼ ସଫଳତା ଗାଥା ଗାନ କରୁଛି, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ଷଡ଼ଙ୍ଗୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲଟି ବର୍ତ୍ତମାନ ଜିଲ୍ଲାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ହୋଇପାରିଛି। ୨୦୧୮ ମସିହାରୁ ଏହି ବିଦ୍ୟାଳୟ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ୍ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁରାତନ ଛାତ୍ରଛାତ୍ରୀ, ଗ୍ରାମବାସୀ ଏବଂ ବିଦ୍ୟାଳୟ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ୩ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ ହୋଇଛି। ଏଥିସହ ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନକୁ ମିଶାଇ ବିଦ୍ୟାଳୟକୁ ସମୁଦାୟ ୯ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଛି। ଉକ୍ତ ଅର୍ଥରେ ପାଠାଗାର, ପାର୍କ, ଖେଳ ପଡ଼ିଆ ସହ ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ଭଳି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି। ଶତପ୍ରତିଶତ ପାସ୍ ହାର ସହିତ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ସମ୍ମାନିତ ହୋଇଛି।
ଅନୁରୂପ ଭାବେ କଟକ ପୁଲିସ ଉଚ୍ଚ ବିଦ୍ୟାଳୟ ମଧ୍ୟ ଯୋଜନାରେ ଅନ୍ତଭୁକ୍ତ ହୋଇ ଅଭୂତପୂର୍ବ ସଫଳତା ହାସଲ କରିଛି। ଅଭିଯାନ ଜରିଆରେ ବିଦ୍ୟାଳୟକୁ ସର୍ବମୋଟ୍ ୪୪ଲକ୍ଷ ୪୦ହଜାର ଟଙ୍କା ଆର୍ଥିକ ସହାୟତା ମିଳିଛି। ସରକାରଙ୍କ ପକ୍ଷରୁ ମିଳିଥିବା ଅନୁଦାନକୁ ମିଶାଇ ବିଦ୍ୟାଳୟକୁ ସମୁଦାୟ ୧ କୋଟି ୩୩ଲକ୍ଷ ୨୦ହଜାର ଟଙ୍କା ସହାୟତା ମିଳିଛି। ଭିତ୍ତିଭୂମିର ଉନ୍ନତୀକରଣ ପାଇଁ କୋଠା ନିର୍ମାଣ ଚାଲିଥିବା ବେଳେ ପାଠାଗାର ଓ ଶ୍ରେଣୀଗୃହ ମରାମତି କାର୍ଯ୍ୟ ସମାପ୍ତ ହୋଇଛି। ଫଳରେ ମୋ ସ୍କୁଲ ଅଭିଯାନ ଦ୍ୱାରା ବିଦ୍ୟାଳୟର ବ୍ୟାପକ ଉନ୍ନତି ସାଧିତ ହୋଇଛି।