ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ‘ମୋ ସାଇକେଲ’: ବସ୍ତିର ପାଠପଢା ପିଲା ଓ ଏସଏଚଜିର ମହିଳାଙ୍କୁ ଦିଆଯିବ ମୋ ସାଇକେଲ

The Sakala Picture
Published On

ଭୁବନେଶ୍ବର: ଖୁବଶୀଘ୍ର ‘ମୋ ସାଇକେଲ’ର ହେବ ସଦୁପଯୋଗ। ଏଣିକି ରାସ୍ତାକଡରେ ନୁହେଁ ବରଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ମୋ ସାଇକେଲ। ମୋ ସାଇକେଲର ମାଲିକ ହେବେ ବସ୍ତିର ପାଠପଢା ପିଲା ଓ ଏସଏଚଜିର ମହିଳା। ଏନେଇ ବିଏମସିର କର୍ପୋରେସନ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବାସହ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ମୋଟ ୨ ହଜାର ମୋ ସାଇକେଲ ଥିବାବେଳେ ଏହାର ପରିଚାଳନା ଦାୟିତ୍ବ ହେକ୍ସି, ୟେନା ଓ ୟୁଲୁ ଭଳି […]

ଭୁବନେଶ୍ବର: ଖୁବଶୀଘ୍ର ‘ମୋ ସାଇକେଲ’ର ହେବ ସଦୁପଯୋଗ। ଏଣିକି ରାସ୍ତାକଡରେ ନୁହେଁ ବରଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ମୋ ସାଇକେଲ। ମୋ ସାଇକେଲର ମାଲିକ ହେବେ ବସ୍ତିର ପାଠପଢା ପିଲା ଓ ଏସଏଚଜିର ମହିଳା। ଏନେଇ ବିଏମସିର କର୍ପୋରେସନ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବାସହ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଲେ

ଭୁବନେଶ୍ୱରରେ ମୋଟ ୨ ହଜାର ମୋ ସାଇକେଲ ଥିବାବେଳେ ଏହାର ପରିଚାଳନା ଦାୟିତ୍ବ ହେକ୍ସି, ୟେନା ଓ ୟୁଲୁ ଭଳି ୩ଟି କମ୍ପାନୀକୁ ଦିଆଯାଇଥିଲା। ତେବେ କରୋନା ସମୟରେ ମୋ ସାଇକେଲର ରକ୍ଷଣାବେକ୍ଷଣ କାର୍ଯ୍ଯ ସଠିକ ଭାବେ ତୁଲାଇ ନ ଥିବା ଦର୍ଶାଇ ହେକ୍ସି କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଇଥିଲା। ୟେନା ଓ ୟେଲୁ କମ୍ପାନୀକୁ ସମସ୍ତ ମୋ ସାଇକେଲର ଦାୟିତ୍ୱ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ କରିବା ଓ ସାଇକେଲ ଚାଳନା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟରେ ୨୦୧୮ ମସିହାରେ ପ୍ରଥମ ବିଶ୍ୱକପ ହକି ଆୟୋଜନ ସମୟରେ ମୋ ସାଇକେଲ ଆରମ୍ଭ ହୋଇଥିଲା। ଏଥିପାଇଁ ସ୍ୱତନ୍ତ୍ର ସାଇକେଲ ଟ୍ରାକ ମଧ୍ୟ କରାଯାଇଥିଲା। ତେବେ ପରିଚାଳନାଗତ ତ୍ରୁଟି ହେଉ ଅଥବା ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ହେଉ ସାଇକେଲଗୁଡିକର ଚୋରି ଓ ଅପବ୍ୟବହାର ହେବାର ଦେଖିବାକୁ ମିଳିଥିଲା। ଏସବୁକୁ ଦୃଷ୍ଟିରେ ରଖି ସାଇକେଲ ଗୁଡିକର ସଦୁପଯୋଗ କରିବାକୁ ବିଏମସି ନିଷ୍ପତ୍ତି ନେଇଛି। ସମସ୍ତ ମୋ ସାଇକେଲର ଆବଶ୍ୟକ ମରାମତି କରି ସେଗୁଡିକୁ ବସ୍ତି ଅଞ୍ଚଳର ପାଠ ପଢା ପିଲାଙ୍କୁ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କ ଯାତାୟାତରେ ସୁବିଧା ପାଇଁ ବଣ୍ଟନ କରିବାକୁ ନିଷ୍ପତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସିର ବରିଷ୍ଠ କର୍ପୋରେଟର ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

14 Feb 2023 By The Sakala

ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ‘ମୋ ସାଇକେଲ’: ବସ୍ତିର ପାଠପଢା ପିଲା ଓ ଏସଏଚଜିର ମହିଳାଙ୍କୁ ଦିଆଯିବ ମୋ ସାଇକେଲ

ଭୁବନେଶ୍ବର: ଖୁବଶୀଘ୍ର ‘ମୋ ସାଇକେଲ’ର ହେବ ସଦୁପଯୋଗ। ଏଣିକି ରାସ୍ତାକଡରେ ନୁହେଁ ବରଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ମୋ ସାଇକେଲ। ମୋ ସାଇକେଲର ମାଲିକ ହେବେ ବସ୍ତିର ପାଠପଢା ପିଲା ଓ ଏସଏଚଜିର ମହିଳା। ଏନେଇ ବିଏମସିର କର୍ପୋରେସନ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବାସହ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ୱରରେ ମୋଟ ୨ ହଜାର ମୋ ସାଇକେଲ ଥିବାବେଳେ ଏହାର ପରିଚାଳନା ଦାୟିତ୍ବ ହେକ୍ସି, ୟେନା ଓ ୟୁଲୁ ଭଳି ୩ଟି କମ୍ପାନୀକୁ ଦିଆଯାଇଥିଲା। ତେବେ କରୋନା ସମୟରେ ମୋ ସାଇକେଲର ରକ୍ଷଣାବେକ୍ଷଣ କାର୍ଯ୍ଯ ସଠିକ ଭାବେ ତୁଲାଇ ନ ଥିବା ଦର୍ଶାଇ ହେକ୍ସି କମ୍ପାନୀକୁ କଳା ତାଲିକା ଭୁକ୍ତ କରାଯାଇଥିଲା। ୟେନା ଓ ୟେଲୁ କମ୍ପାନୀକୁ ସମସ୍ତ ମୋ ସାଇକେଲର ଦାୟିତ୍ୱ ଦିଆଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ କରିବା ଓ ସାଇକେଲ ଚାଳନା ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟରେ ୨୦୧୮ ମସିହାରେ ପ୍ରଥମ ବିଶ୍ୱକପ ହକି ଆୟୋଜନ ସମୟରେ ମୋ ସାଇକେଲ ଆରମ୍ଭ ହୋଇଥିଲା। ଏଥିପାଇଁ ସ୍ୱତନ୍ତ୍ର ସାଇକେଲ ଟ୍ରାକ ମଧ୍ୟ କରାଯାଇଥିଲା। ତେବେ ପରିଚାଳନାଗତ ତ୍ରୁଟି ହେଉ ଅଥବା ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ହେଉ ସାଇକେଲଗୁଡିକର ଚୋରି ଓ ଅପବ୍ୟବହାର ହେବାର ଦେଖିବାକୁ ମିଳିଥିଲା। ଏସବୁକୁ ଦୃଷ୍ଟିରେ ରଖି ସାଇକେଲ ଗୁଡିକର ସଦୁପଯୋଗ କରିବାକୁ ବିଏମସି ନିଷ୍ପତ୍ତି ନେଇଛି। ସମସ୍ତ ମୋ ସାଇକେଲର ଆବଶ୍ୟକ ମରାମତି କରି ସେଗୁଡିକୁ ବସ୍ତି ଅଞ୍ଚଳର ପାଠ ପଢା ପିଲାଙ୍କୁ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କ ଯାତାୟାତରେ ସୁବିଧା ପାଇଁ ବଣ୍ଟନ କରିବାକୁ ନିଷ୍ପତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସିର ବରିଷ୍ଠ କର୍ପୋରେଟର ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର