ଆଜିଠୁ ରାଜଧାନୀରେ ଆଉ ଦୁଇ ରୁଟ୍‌‌ରେ ଗଡ଼ିବ ‘ମୋ ବସ୍‌‌’

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଆଉ ୨ଟି ରୁଟ୍‌‌ରେ ‘ମୋ ବସ୍‌‌’ ଗଡ଼ିବ। ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ଓ ନନ୍ଦନକାନ ଆଦି ୨ଟି ରୁଟ୍‌‌ରେ ଆଜିଠାରୁ ବସ୍‌‌ ସେବା ଆରମ୍ଭ ହେବ। ରୁଟ୍‌‌ ୪୧ରେ ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ପର୍ଯ୍ୟନ୍ତ ବସ୍‌‌ ଗଡ଼ିବ। ଏହି ରୁଟ୍‌‌ରେ ବସ୍‌‌ ଏନ୍‌‌ଏଚ୍‌‌ ହୋଇ ଲିଙ୍କ ରୋଡ୍‌‌ ଓ ବାଦାମବାଡ଼ି ଦେଇ ବସ୍‌‌ ଟାଙ୍ଗିରେ ପହଞ୍ଚିବ। ସେହିପରି ରୁଟ୍‌‌ ୪୨ରେ ବରମୁଣ୍ଡାରୁ ବସ୍‌‌ ବାହାରି ଚନ୍ଦକା ହୋଇ ବସ୍‌‌ ନନ୍ଦନକାନନ ପର୍ଯ୍ୟନ୍ତ ଯିବ। ନାଗରିକଙ୍କ […]

ଭୁବନେଶ୍ୱର: ରାଜଧାନୀରେ ଆଉ ୨ଟି ରୁଟ୍‌‌ରେ ‘ମୋ ବସ୍‌‌’ ଗଡ଼ିବ। ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ଓ ନନ୍ଦନକାନ ଆଦି ୨ଟି ରୁଟ୍‌‌ରେ ଆଜିଠାରୁ ବସ୍‌‌ ସେବା ଆରମ୍ଭ ହେବ। ରୁଟ୍‌‌ ୪୧ରେ ବରମୁଣ୍ଡା ବସ୍‌‌ଷ୍ଟାଣ୍ଡରୁ ଟାଙ୍ଗି ପର୍ଯ୍ୟନ୍ତ ବସ୍‌‌ ଗଡ଼ିବ। ଏହି ରୁଟ୍‌‌ରେ ବସ୍‌‌ ଏନ୍‌‌ଏଚ୍‌‌ ହୋଇ ଲିଙ୍କ ରୋଡ୍‌‌ ଓ ବାଦାମବାଡ଼ି ଦେଇ ବସ୍‌‌ ଟାଙ୍ଗିରେ ପହଞ୍ଚିବ। ସେହିପରି ରୁଟ୍‌‌ ୪୨ରେ ବରମୁଣ୍ଡାରୁ ବସ୍‌‌ ବାହାରି ଚନ୍ଦକା ହୋଇ ବସ୍‌‌ ନନ୍ଦନକାନନ ପର୍ଯ୍ୟନ୍ତ ଯିବ। ନାଗରିକଙ୍କ ଦୈନନ୍ଦିନ ଗମନାଗମନକୁ ଦୃଷ୍ଟିରେ ରଖି ‘ମୋ ବସ୍‌‌’ ପରିଚାଳନା ସଂସ୍ଥା କ୍ରୁଟ୍‌‌ ଏହି ନିଷ୍ପତ୍ତି ନେଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଟାଙ୍ଗି ଓ ଚନ୍ଦକାକୁ ‘ମୋ ବସ୍‌‌’ ସେବାର ସମ୍ପ୍ରସାରଣ କରିବା ଲାଗି ଦୀର୍ଘଦିନରୁ ଲୋକମାନେ ଦାବିକରି ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ରୁଟ୍‌‌ ଏହି ନିଷ୍ପତ୍ତି ନେଇଛି। ସବୁଜ ଓ ନିରନ୍ତର ଗମନାଗମନ ଉପରେ କ୍ରୁଟ୍‌‌ ପଦକ୍ଷେପ ନେଉଥିବା ବେଳେ ଏବେ ସହରରେ ୩୫ଟି ଇ-ବସ୍‌‌ ଗଡ଼ୁଛି। ଯାହା ସହରର ବିଭିନ୍ନ ରୁଟ୍‌‌ରେ ଚଳାଚଳ କରୁଛି। ଘଟଣା ସମ୍ପର୍କରେ ସୂଚନା ଦେଇ କ୍ରୁଟ୍‌‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ଏହି ରୁଟ୍‌‌ରେ ‘ମୋ ବସ୍‌‌’ ଚଳାଚଳର ଶୁଭାରମ୍ଭ କରିବା ଲାଗି ବହୁ ସଂଖ୍ୟକ ଅନୁରୋଧ ରହିଥିଲା। ଯାତ୍ରୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଏହି ନୂଆ ରୁଟ୍‌‌ ଆରମ୍ଭ ହୋଇଛି। ୨୪ରୁ ଏହି ସେବା ଆରମ୍ଭ ହେବାକୁ ଥିବା ବେଳେ ଏହା ଲୋକଙ୍କ ଯିବା ଆସିବାରେ ବେଶ ସହାୟକ ହେବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର