‘ମୋ ବସ୍‌‌’ର ନୂଆ ମୋବାଇଲ୍‌‌ ଆପ୍‌‌ ଉନ୍ମୋଚିତ: ଟଙ୍କା ନୁହେଁ, କାର୍ଡରେ ମିଳିବ ଟିକଟ

The Sakala Picture
Published On

ଭୁବନେଶ୍ୱର: ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌‌ ରିଜିଅନ୍‌‌ ଅର୍ବାନ୍‌‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌‌)। ବସ୍‌‌ ଯାତ୍ର ପାଇଁ ଏଣିକି ଆଉ ସାଙ୍ଗରେ ଟଙ୍କା ନେଇ ଯିବାର ଆବଶ୍ୟକତା ନାହିଁ। ମୋ ବସ୍‌‌ ଯାତ୍ରୀ କାର୍ଡ ଦ୍ୱାରା ଟିକଟ୍‌‌ ନେଇ ପାରିବେ। ଆପ୍‌‌ ମାଧ୍ୟମରେ ମଧ୍ୟ ଟିକଟ ପାଇପାରିବେ। ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୁଟ୍‌‌ ଅଧ୍ୟକ୍ଷା ଏଭଳି ବ୍ୟବସ୍ଥାକୁ ଉନ୍ମୋଚନ କରିଛନ୍ତି। ମୋ ବସ୍‌‌ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, […]

ଭୁବନେଶ୍ୱର: ଟିକଟ ବ୍ୟବସ୍ଥାରେ ଆଉ ପାଦେ ଆଗକୁ ଗଲା କ୍ୟାପିଟାଲ୍‌‌ ରିଜିଅନ୍‌‌ ଅର୍ବାନ୍‌‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌‌)। ବସ୍‌‌ ଯାତ୍ର ପାଇଁ ଏଣିକି ଆଉ ସାଙ୍ଗରେ ଟଙ୍କା ନେଇ ଯିବାର ଆବଶ୍ୟକତା ନାହିଁ। ମୋ ବସ୍‌‌ ଯାତ୍ରୀ କାର୍ଡ ଦ୍ୱାରା ଟିକଟ୍‌‌ ନେଇ ପାରିବେ। ଆପ୍‌‌ ମାଧ୍ୟମରେ ମଧ୍ୟ ଟିକଟ ପାଇପାରିବେ। ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୁଟ୍‌‌ ଅଧ୍ୟକ୍ଷା ଏଭଳି ବ୍ୟବସ୍ଥାକୁ ଉନ୍ମୋଚନ କରିଛନ୍ତି। ମୋ ବସ୍‌‌ ସେବାରେ ଉନ୍ନତ ପ୍ରଯୁକ୍ତି ବିଦ୍ୟା ଓ ଯାତ୍ରୀମାନଙ୍କ ପାଇଁ ସହଜ, ସରଳ ଯାତ୍ରା ପାଇଁ ଏକ ନୂଆ ମୋ ବସ୍‌‌ ମୋବାଇଲ୍‌‌ ଆପ୍ଲିକେସନ୍‌‌ ଉନ୍ମୋଚନ ହୋଇଛି। ଯେଉଁଥିରେ ଚଳନ୍ତା ବସ୍‌‌ଗୁଡ଼ିକର ଟ୍ରାକିଂ ଏବଂ ବସ୍‌‌ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ। ଏହି ଆପ୍‌‌କୁ ବ୍ୟବହାର କରି ଯାତ୍ରୀମାନେ ଅନ୍‌‌ଲାଇନ୍‌‌ ଟିକଟ୍‌‌ ଏବଂ ପାସ୍‌‌ କରିବା ସହିତ ଏହାର ନବୀକରଣ କରିପାରିବେ। ମୋ ବସ୍‌‌ ମୋବାଇଲ୍‌‌ ଆପ୍ଲିକେସନ୍‌‌ର ଉଭୟ ଆଣ୍ଡ୍ରଏଡ୍‌‌ ଏବଂ ଆଇଓଏସ୍‌‌ ଭର୍ସନ ଉନ୍ମୋଚନ ହୋଇଛି। ଯେଉଁଥିରେ ଯାତ୍ରୀମାନେ ମୋ ବସ୍‌‌ ସେବା ଉପଲବ୍ଧ ଥିବା ପ୍ରତ୍ୟେକ ସହର ଓ ଏହାର ରୁଟ୍‌‌ ବିଷୟରେ ସେଥିରୁ ଜାଣିପାରିବେ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଏହି ନୂତନ ଆପ୍‌‌ ମାଧ୍ୟମରେ ମୋ ବସ୍‌‌ରେ ଯାତ୍ରା କରିବା ସମୟରେ ହିଁ ଜଣେ ଯାତ୍ରୀ ନିଜର ଟିକେଟ୍‌‌ ବୁକ୍‌‌ କରିପାରିବେ ଏବଂ ଆଗାମୀ ଯାତ୍ରାର ଯୋଜନା ସହଜରେ ପ୍ରସ୍ତୁତ କରିହେବ। ବସ୍‌‌ ପହଞ୍ଚିବା ପୂର୍ବରୁ ମୋ ବସ୍‌‌ ମଧ୍ୟରେ ଯାତ୍ରୀଙ୍କ ଉପସ୍ଥିତି ଜାଣିବା ସହିତ ଷ୍ଟପେଜ୍‌‌ରେ ବସ୍‌‌ ପହଞ୍ଚିବାର ଆନୁମାନିକ ସମୟ ମଧ୍ୟ ଜାଣିହେବ। ତାହା ସହିତ ଆପଣ ଆପଣଙ୍କ ଚତୁଃପାର୍ଶ୍ୱରେ ଉପସ୍ଥିତ ବସ୍‌‌କୁ ଦେଖିପାରିବେ। ଆପଣଙ୍କ ସହର ଓ ନିଜ ଭାଷା ଚୟନ କରି ଏହାକୁ ବ୍ୟବହାର କରିପାରିବେ। ଏହି ଅବସରରେ ଭୁବନେଶ୍ୱର ଉନ୍ନୟନ କମିସନର୍‌‌, ଅତିରିକ୍ତ ଶାସନ ସଚିବ ଏବଂ କ୍ରୁଟ୍‌‌ ଅଧ୍ୟକ୍ଷା ଅନୁ ଗର୍ଗ କହିଛନ୍ତି ଯେ, ବର୍ତ୍ତମାନ ଯାତ୍ରୀମାନେ ଏହି ନୂତନ ଆପ୍‌‌ ବ୍ୟବହାର କରି ସେମାନଙ୍କ ବସ୍‌‌ ଆଗମନର ଲାଇଭ୍‌‌ ଟ୍ରାକିଂ ତଥା ମୋ ବସ୍‌‌ ସେମାନଙ୍କ ଷ୍ଟପେଜ୍‌‌ରେ ପହଞ୍ଚିବାର ବାସ୍ତବିକ ସମୟ ଜାଣିବା ସହିତ ଆଗାମୀ ଯାତ୍ରାର ଯୋଜନା ପ୍ରସ୍ତୁତ କରିପାରିବେ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜି.ମାଥିଭାଥନନ୍‌‌ କହିଛନ୍ତି ଯେ, ନୂତନ ମୋବାଇଲ୍‌‌ ଆପ୍‌‌ ଏବଂ ମୋ ବସ୍‌‌ କାର୍ଡ ପ୍ରମୋସନାଲ୍‌‌ ଅଫର୍‌‌ ଡିଜିଟାଲ୍‌‌ ପେମେଣ୍ଟକୁ ଆହୁରି ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ନିରନ୍ତର ଯାତ୍ରା ସୁନିଶ୍ଚିତ କରିବ। ଶ୍ରୀମତୀ ଗର୍ଗ ମୋବାଇଲ୍‌‌ ଆପ୍‌‌ ଉନ୍ମୋଚନ ସହିତ ପୂର୍ବରୁ ଆରମ୍ଭ ହୋଇଥିବା ମୋ ବସ୍‌‌ କାର୍ଡର ଏକ ନୂଆ କାର୍ଡ ସହିତ ସ୍ୱତନ୍ତ୍ର ଅଫର୍‌‌ ମଧ୍ୟ ଘୋଷଣା କରିଛନ୍ତି। ୫୦ ଟଙ୍କା ଦେଇ କାର୍ଡ କ୍ରୟ କରିବା ପରେ, ୫୦୦ ଟଙ୍କାର ରିଚାର୍ଜ ଉପରେ ୪୦ ପ୍ରତିଶତ ଏବଂ ୧୦୦୦ ଟଙ୍କାର ରିଚାର୍ଜ ଉପରେ ୫୦ ପ୍ରତିଶତ ଲାଭାଂଶ ମୂୂଲ୍ୟ ସହିତ କାର୍ଡ ପାଇପାରିବେ। ଏହି ସ୍ୱତନ୍ତ୍ର ଅଫର୍‌‌ ୧ମାର୍ଚ୍ଚ ପର୍ଯ୍ୟନ୍ତ ରହିବ। ମୋ ବସ୍‌‌ର ପ୍ରତିଟି ରୁଟ୍‌‌ରେ ଗାଇଡ୍‌‌ମାନଙ୍କଠାରୁ କିମ୍ୱା ମାଷ୍ଟର୍‌‌କାଣ୍ଟିନ୍‌‌ ବସ୍‌‌ ଟର୍ମିନାଲ୍‌‌ ଏବଂ ପଟିଆ ମୋ ବସ୍‌‌ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଏହି ନୂତନ ମୋ ବସ୍‌‌ କାର୍ଡ କ୍ରୟ କରିପାରିବେ। କଟକ ନେତାଜୀ ବସ୍‌‌ ଟର୍ମିନାଲ୍‌‌ ଏବଂ ରାଉର୍‌‌କେଲା ବସ୍‌‌ ଷ୍ଟାଣ୍ଡ୍‌‌ରେ ମଧ୍ୟ ଏହା ବିକ୍ରୟ ହେବ। କ୍ୟାପିଟାଲ୍‌‌ ରିଜିଅନ୍‌‌ ଏବଂ ରାଉରକେଲାର ବିଭିନ୍ନ ସ୍ଥାନରେ ମଧ୍ୟ ଏହାର ବିକ୍ରୟ ପାଇଁ ବ୍ୟବସ୍ଥା କରାଯିବ। ଏହାକୁ କ୍ରୟ କରି ମୋ ବସ୍‌‌ ସେବା ଉପଲବ୍ଧ ଥିବା ସମସ୍ତ ସହରରେ ବ୍ୟବହାର ହୋଇପାରିବ। ଏହି କାର୍ଡରେ ମୋ ବସ୍‌‌ର ଗାଇଡ୍‌‌ ଏବଂ କ୍ୟାପ୍‌‌ଟେନ୍‌‌ଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଇ ମୋ ବସ୍‌‌ର ବ୍ରାଣ୍ଡ୍‌‌ ଆମ୍ୱାସଡର୍‌‌ ଭାବରେ ଗ୍ରହଣ କରି ତାଙ୍କର ଫଟୋ ବ୍ୟବହାର ହୋଇଛି। ଏହା ଫଳରେ ଜନସାଧାରଣଙ୍କୁ ଟିକଟ୍‌‌ ପାଇଁ ଟଙ୍କା ଧରି ଯାତ୍ରା କରିବାର ଚିନ୍ତା ରହିବନାହିଁ। ମୋ ବସ୍‌‌କୁ ନିରନ୍ତର ବ୍ୟବହାର ଏବଂ ଭଲପାଇବା ଦେଉଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଧନ୍ୟବାଦ ଜଣାଇ କ୍ରୁଟ୍‌‌ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଯେ, ଯାତ୍ରା ସମୟରେ ଯୋଗାଯୋଗ ବିହୀନ ଦେୟ ଏବଂ ମୋ ବସ୍‌‌ ସେବା ପୃଥିବୀର ସର୍ବୋତ୍ତମ ଜନ ପରିବହନ ସେବା ସହିତ ସମାନ କରିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର