କଂଗ୍ରେସରୁ ବହିଷ୍କୃତ ପରେ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ, କହିଲେ ‘ମୋ ପ୍ରତି ଏହା ଘୋର ଅନ୍ୟାୟ’

The Sakala Picture
Published On

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି ଏଆଇସିସି । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଶାସ୍ତି ଦେଇଛି ଦଳ । ତେବେ କଂଗ୍ରେସର ଏପରି କାର୍ଯ୍ୟାନୁଷ୍ଠାନ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି, ‘ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ତେବେ ମୋ ପ୍ରତି ଏହା ଘୋର ଅନ୍ୟାୟ। କିଛି ଭୁଲ୍ ନକରି କଂଗ୍ରେସରୁ ମୋତେ ବହିଷ୍କାର କରାଯାଇଛି । ୫୦ ବର୍ଷ ଧରି […]

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କୁ ୬ ବର୍ଷ ପାଇଁ ବହିଷ୍କୃତ କରିଛି ଏଆଇସିସି । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଶାସ୍ତି ଦେଇଛି ଦଳ । ତେବେ କଂଗ୍ରେସର ଏପରି କାର୍ଯ୍ୟାନୁଷ୍ଠାନ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି, ‘ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ତେବେ ମୋ ପ୍ରତି ଏହା ଘୋର ଅନ୍ୟାୟ। କିଛି ଭୁଲ୍ ନକରି କଂଗ୍ରେସରୁ ମୋତେ ବହିଷ୍କାର କରାଯାଇଛି । ୫୦ ବର୍ଷ ଧରି ମୁଁ କଂଗ୍ରେସରେ କାମ କରିଛି। ମୋ ପୁଅ ଅନ୍ଯ ଦଳରୁ ଟିକେଟ ପାଇଛି ।’ ମୋର କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସୁର। ‘‘ମୁଁ ଦଳ ଛାଡ଼ି ନଥିଲି। ବହିଷ୍କାର ସତ୍ତ୍ବେ ମୁଁ କଂଗ୍ରେସରେ ଅଛି ଓ ଜୀବନ ଥିବା ଯାଏ କଂଗ୍ରେସରେ ରହିବି ବୋଲି ବିଧାୟକ ସୁରେଶ ରାଉତରାୟ ପୁଣି ଥରେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ତାଙ୍କୁ ଶେଷ ଥର ଯେତେବେଳେ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାକୁ ନେଇ ସେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ତାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ଓ ଆସନ୍ତାକାଲି ସେ ଏ ନେଇ ହାଇକମାଣ୍ଡଙ୍କ ପାଖରେ ଆପତ୍ତି କରିବେ ବୋଲି ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ପ୍ରାୟ ୫୦ ବର୍ଷ ଧରି ଦଳ ପାଇଁ କାମ କରିଥିବା ସୁର କଂଗ୍ରେସରୁ ବିଦା। ଦଳ ବିରୋଧୀ କାମ ଅଭିଯୋଗରେ ସୁରେଶ ବହିଷ୍କୃତ ହୋଇଛନ୍ତି । ଜଟଣୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁର।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର