କୁଆଡ଼େ ଯାଉଛି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ହାତପାଣ୍ଠି, ଚାରି ବର୍ଷ ହେଲା ଅଞ୍ଚଳ ମାଡ଼ିନାହାନ୍ତି ବିଧାୟକ

The Sakala Picture
Published On

ନୟାଗଡ଼: ବିଧାନସଭାକୁ ନିର୍ବାଚିତ ହେବା ପାଇଁ ବାରମ୍ବାର ବିଫଳ ହେବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ଖଣ୍ଡପଡ଼ାବାସୀ ବିଶ୍ୱାସ କରୁ ନ ଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବିଜେଡି ପ୍ରାର୍ଥୀ ସୌମ୍ୟଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ। ମାତ୍ର ବିଧାୟକ ରୂପେ ନିର୍ବାଚିତ ହେବା ପରେ ସୌମ୍ୟରଞ୍ଜନ କେବଳ ଦଳର ନେତା ନୁହନ୍ତି, ଖଣ୍ଡପଡ଼ାବାସୀଙ୍କ […]

ନୟାଗଡ଼: ବିଧାନସଭାକୁ ନିର୍ବାଚିତ ହେବା ପାଇଁ ବାରମ୍ବାର ବିଫଳ ହେବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ଖଣ୍ଡପଡ଼ାବାସୀ ବିଶ୍ୱାସ କରୁ ନ ଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବିଜେଡି ପ୍ରାର୍ଥୀ ସୌମ୍ୟଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ। ମାତ୍ର ବିଧାୟକ ରୂପେ ନିର୍ବାଚିତ ହେବା ପରେ ସୌମ୍ୟରଞ୍ଜନ କେବଳ ଦଳର ନେତା ନୁହନ୍ତି, ଖଣ୍ଡପଡ଼ାବାସୀଙ୍କ ପ୍ରତି ମଧ୍ୟ ବିଶ୍ୱାସଘାତକତା କରିଛନ୍ତି। ସ୍ଥାନୀୟ ଲୋକଙ୍କ ବିଶ୍ୱାସକୁ ଖଣ୍ଡଖଣ୍ଡ କରି ଭାଙ୍ଗି ଦେଇଛନ୍ତି। ୪ ବର୍ଷ ବିତିଥିବା ସତ୍ତ୍ବେ ବିଧାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଗାଁ ମାଟି ମାଡ଼ି ନାହାନ୍ତି। ଏପରିକି ଖଣ୍ଡପଡ଼ା ଓ ଭାପୁର ବ୍ଲକବାସୀ ବିଧାୟକଙ୍କୁ ଦେଖିବାକୁ ମଧ୍ୟ ପାଇ ନାହାନ୍ତି। ନିଜର ପୁରୁଣା ରାଜନୈତିକ ଦଳ ‘ଆମ ଓଡ଼ିଶା’ରୁ ଯେଉଁମାନଙ୍କୁ ଆଣି ବିଜୁ ଜନତା ଦଳରେ ମିଶାଇଥିଲେ; ସେମାନଙ୍କ ମଧ୍ୟରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ହାତରେ ନିଜ ହାତପାଣ୍ଠି ଅନୁଦାନକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ବିଧାୟକଙ୍କ ହାତପାଣ୍ଠିରେ କେଉଁଠି ଉନ୍ନୟନମୂଳକ କାର୍ଯ୍ୟ ହୋଇଛି, ତାହା ଖୋଜିଲେ ବି ମିଳୁନାହିଁ। ଭାପୁର ବ୍ଲକରେ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଇବାଠାରୁ ଆରମ୍ଭ କରି ବିଭିନ୍ନ ଅନିୟମିତତାରେ ଜଡ଼ିତ ଲୋକଙ୍କୁ ବିଧାୟକ କେବଳ ସୁରକ୍ଷା ଦେବା ବ୍ୟତୀତ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ କିଛି କରି ନ ଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଲିପ୍ଟ ଦେବା ବାହାନାରେ ଯୁବତୀଙ୍କୁ ଅପହରଣ କରି ଦୁଷ୍କର୍ମ ଉଦ୍ୟମ

କରୋନା ମହାମାରୀ କାଳରେ ସାଧାରଣ ଲୋକମାନେ ଯେତେବେଳେ କଲବଲ ହେଉଥିଲେ, ସେତେବେଳେ ଭୋଟ ନେଇଥିବା ବିଧାୟକଙ୍କ ଭେଟ ମିଳିଲା ନାହିଁ। ବନ୍ୟା ସମୟରେ ଲୋକଙ୍କ ସୁଖଦୁଃଖ ବୁଝିବା ବଦଳରେ ‘ଭଗବାନଙ୍କୁ ଡାକ’ ପରାମର୍ଶ ଦେଇ ଦାୟିତ୍ୱରୁ ନିଜକୁ ଦୂରେଇ ରଖିବା ଖଣ୍ଡପଡ଼ାବାସୀଙ୍କୁ ଉତ୍‌‌କ୍ଷିପ୍ତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯାହାଙ୍କ ଅନୁକମ୍ପାରୁ ସୌମ୍ୟ ଖଣ୍ଡପଡ଼ାରୁ ବିଧାୟକ ରୂପେ ନିର୍ବାଚିତ ହେଲେ ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶକୁ ଲୋକମାନେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କୁ ଆଉ ଦଳୀୟ ଟିକେଟ ନ ଦେବାକୁ ସ୍ଥାନୀୟ ବିଜେଡି କର୍ମୀ ଓ ଜନସାଧାରଣ ଦାବି କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କର ଧୃତରାଷ୍ଟ୍ର ସମ କାର୍ଯ୍ୟକୁ ନେଇ ଦଳୀୟ କର୍ମୀ ଓ ନେତା କ୍ଷୁବ୍ଧ। ବିଗତ ଦିନରେ ଖଣ୍ଡପଡ଼ା ବ୍ଲକର ଅନେକ ନେତା ସୌମ୍ୟଙ୍କ ବିରୋଧରେ ବୈଠକ କରିଥିବା ଦେଖାଯାଇଛି। ଯିଏ ଜିତିଲା, ସିଏ ମୋର ନୀତି ଆପଣେଇଥିବା ବିଧାୟକଙ୍କ କାର୍ଯ୍ୟ ଦଳରେ ଅସନ୍ତୋଷ ସୃଷ୍ଟି କରିଛି। ସେହିପରି ପଞ୍ଚାୟତ ନିର୍ବାଚନରେ କଣ୍ଟିଲୋ ଜିଲ୍ଲା ପରିଷଦ ଜୋନ୍‌‌ରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ, ସମବାୟ ବ୍ୟାଙ୍କ ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ଓ ଖୋଦ ଖଣ୍ଡପଡ଼ା ଏନ୍‌‌ଏସି ନିର୍ବାଚନରେ ଦଳୀୟ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ପରାଜୟ ତାଙ୍କ ରାଜନୈତିକ ଅଦୂରଦର୍ଶିତା ଯୋଗୁଁ ଘଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ନବୀନଙ୍କ ନେତୃତ୍ୱକୁ ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପ୍ରଶଂସା

ନିର୍ବାଚନ ମଣ୍ଡଳୀର ମାଟି ନ ମାଡ଼ି ଟାଉଟର ଓ ଦଲାଲଙ୍କ ମାଧ୍ୟମରେ ଲୋକଙ୍କ ମୁହଁ ବନ୍ଦ କରାଇବା ପାଇଁ ବିଧାୟକଙ୍କ ଉଦ୍ୟମ ଏବଂ ନିର୍ବାଚନମଣ୍ଡଳୀରେ ପାନୀୟ ଜଳ, ଆବାସ, ଭତ୍ତା, ଜଳସେଚନ ଆଦି ପ୍ରସଙ୍ଗରେ ତାଙ୍କର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ପାଇଁ ବିଧାୟକ ରହିଥିବା ବେଳେ ସୌମ୍ୟ ଏସବୁ ଠାରୁ ବହୁ ଦୂରରେ ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନ ମାଧ୍ୟମରେ ଯେଉଁ ବିକାଶମୂଳକ କାର୍ଯ୍ୟ କରାଯାଉଛି, ସେଥିରେ ମଧ୍ୟ ସୌମ୍ୟ ବାଧକ ହେଉଥିବା ଅଭିଯୋଗ ହେଉଛି। ସର୍ବାଧିକ ଭୋଟ ଦେଇଥିବା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀକୁ ସୌମ୍ୟ ଅଣଦେଖା କରି ମିଥ୍ୟା ଆସ୍ଫାଳନ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ନିଜର ସ୍ୱାଭିମାନକୁ ବିକ୍ରି କରୁଥିବା ଏବଂ ସ୍ୱାର୍ଥ ପାଇଁ ତଳସ୍ତରକୁ ଖସି ଯାଉଥିବା ନେତାଙ୍କୁ ପୁନଃ ଖଣ୍ଡପଡ଼ା ଦାୟିତ୍ୱ ନ ଦିଆଯାଉ ବୋଲ କର୍ମୀମାନେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

08 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର