ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

The Sakala Picture
Published On

କଟକ : ଟାଟା ମୋଟର୍ସରେ ଚାକିରି କରାଇଦେବା ନେଇ ଠକେଇ ମାମଲାରେ ଗିରଫ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଗମ କୁମାର ସାହୁ ଏହି ଜାମିନ ଆବେଦନର ଶୁଣାଣି କରି ଡ. ପାଣିଗ୍ରାହୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗୋଳନ୍ଥରା ଥାନାରେ ଡ. ପାଣିଗ୍ରାହୀଙ୍କ ବିରୋଧରେ ଏକାଧିକ ଠକେଇ ମାମଲା ରୁଜୁ ହୋଇଥିଲା। ଟାଟା ମୋଟର୍ସରେ ଚାକିରି କରାଇଦେବା ପାଇଁ ଡ. ପାଣିଗ୍ରାହୀ ବିଭିନ୍ନ […]

କଟକ : ଟାଟା ମୋଟର୍ସରେ ଚାକିରି କରାଇଦେବା ନେଇ ଠକେଇ ମାମଲାରେ ଗିରଫ ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ସଂଗମ କୁମାର ସାହୁ ଏହି ଜାମିନ ଆବେଦନର ଶୁଣାଣି କରି ଡ. ପାଣିଗ୍ରାହୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗୋଳନ୍ଥରା ଥାନାରେ ଡ. ପାଣିଗ୍ରାହୀଙ୍କ ବିରୋଧରେ ଏକାଧିକ ଠକେଇ ମାମଲା ରୁଜୁ ହୋଇଥିଲା। ଟାଟା ମୋଟର୍ସରେ ଚାକିରି କରାଇଦେବା ପାଇଁ ଡ. ପାଣିଗ୍ରାହୀ ବିଭିନ୍ନ ବ୍ୟକ୍ତି ବିଶେଷଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାଗୁଡିକରେ ଜାମିନ ପାଇଁ ଆବେଦନକାରୀ ବ୍ରହ୍ମପୁର ସେସନ ଜଜ୍‍ ଙ୍କ ନିକଟରେ ଆବେଦନ କରିଥିଲେ ମଧ୍ୟ ଅଦାଲତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହାକୁ ଡ. ପାଣିଗ୍ରାହୀ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ତେବେ ହାଇକୋର୍ଟ ତାଙ୍କୁ ତିନିଗୋଟି ମାମଲାରେ ଯଥାକ୍ରମେ ୬ଲକ୍ଷ, ୫ଲକ୍ଷ ଓ ୩ଲକ୍ଷ ଟଙ୍କା ଅମାନତ ଅର୍ଥ ସହ ୨ଲକ୍ଷ ଟଙ୍କା ଜମାନତ ଅର୍ଥ ଡିପୋଜିଟ ଓ ଦୁଇ ଜଣ ଲେଖାଏ ସାକ୍ଷୀ ବଦଳରେ ଜାମିନ ଆବେଦନ ମଞ୍ଜୁର କରିଛନ୍ତି। ତେବେ ଜାମିନରେ ମୁକୁଳିବା ପରେ ଆବେଦନକାରୀ ଗଣମାଧ୍ୟମରେ ଏହି କେସ ସଂକ୍ରାନ୍ତରେ ଅଥବା ଅନ୍ୟ ସହ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ଅଦାଲତ ବାରଣ କରିଛନ୍ତି। ଅନ୍ୟପଟରେ ଡ. ପାଣିଗ୍ରାହୀଙ୍କ ଦ୍ୱାରା ଠକେଇ ଅର୍ଥ ଡିପୋଜିଟ କରାଯିବା ପରେ ନିମ୍ନ ଅଦାଲତ ଅଭିଯୋଗକାରୀଙ୍କୁ ନୋଟିସ କରି ଏହି ଅର୍ଥ ପ୍ରଦାନ କରାଯିବାକୁ ହାଇକୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ତେବେ ନିମ୍ନ ଅଦାଲତରେ ଠକେଇ ଅଭିଯୋଗ ପ୍ରମାଣିତ ହୋଇନପାରିଲେ ଅର୍ଥ ଗ୍ରହଣ କରିଥିବା ଅଭିଯୋଗକାରୀ ଏକ ସପ୍ତାହ ମଧ୍ୟରେ ଅର୍ଥ ଫେରସ୍ତ କରିବେ ଓ ପରେ ଏହି ଅର୍ଥ ପୁନଃ ଆବେଦନକାରୀଙ୍କୁ ଫେରସ୍ତ କରିଦିଆଯିବ ବୋଲି ହାଇକୋର୍ଟ ଉପରୋକ୍ତ ଜାମିନ ଆବେଦନର ଶୁଣାଣି କରି କହିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ। ସୂଚନାଥାଉକି ଏହି ମାମଲାରେ ଡ. ପାଣିଗ୍ରାହୀ ଗତ ଫେବୃଆରୀ ୪ତାରିଖରୁ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି। ପୂର୍ବରୁ ଡ. ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚର ଏକ ମାମଲାରେ ଜାମିନ ମିଳିଥିଲା। ତେବେ ଏସବୁ ମାମଲାରେ ଜାମିନ ମିଳିଥିବା ସତ୍ତ୍ବେ ଡ. ପାଣିଗ୍ରାହୀଙ୍କ ଏକାଧିକ ଜାମିନ ମାମଲା ବିଚାରାଧୀନ ରହିଥିବାରୁ ସେ ଏବେ ଜେଲ୍‌ରୁ ମୁକୁଳିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର