ବିଜେପି ସରକାରକୁ ଗୃହରେ କଡ଼ା ସମାଲୋଚନା କଲେ ବିଧାୟକ ଅରୁଣ ସାହୁ

The Sakala Picture
Published On

ଭୁବନେଶ୍ବର: ୩ୟ ଦିନରେ ସୁରୁଖୁରୁରେ ଚାଲିଛି ବିଧାସଭାର ଶୀତକାଳୀନ ଅଧିବେଶନ। ବିଜେଡ଼ି ବିଧାୟକ ଅରୁଣ ସାହୁ ମୁଲତବି ଆଲୋଚନାରେ ଭାଗ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ୧୦୦ ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ। ହେଲେ ୧୫୦ ଦିନ ବିତିବାକୁ ବସିଲାଣି। ଶ୍ରୀମନ୍ଦିର ୪ ଦ୍ଵାରା ଖୋଲିଦେଲେ, ମହିଳାମାନେ ଦଳାଚକଟାର ଶିକାର ହେଲେ। ଆଜି୪ ଦ୍ଵାର କଣ ଖୋଲା ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ଅରୁଣ ସାହୁ। ରଥଯାତ୍ରା […]

ଭୁବନେଶ୍ବର: ୩ୟ ଦିନରେ ସୁରୁଖୁରୁରେ ଚାଲିଛି ବିଧାସଭାର ଶୀତକାଳୀନ ଅଧିବେଶନ। ବିଜେଡ଼ି ବିଧାୟକ ଅରୁଣ ସାହୁ ମୁଲତବି ଆଲୋଚନାରେ ଭାଗ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ୧୦୦ ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ। ହେଲେ ୧୫୦ ଦିନ ବିତିବାକୁ ବସିଲାଣି। ଶ୍ରୀମନ୍ଦିର ୪ ଦ୍ଵାରା ଖୋଲିଦେଲେ, ମହିଳାମାନେ ଦଳାଚକଟାର ଶିକାର ହେଲେ। ଆଜି୪ ଦ୍ଵାର କଣ ଖୋଲା ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ଅରୁଣ ସାହୁ। ରଥଯାତ୍ରା ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ ପ୍ରସଙ୍ଗରେ କୁଆଡେ ଗଲା ତଦନ୍ତ ରିପୋର୍ଟ ବୋଲି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: ନବୀନଙ୍କୁ ଭେଟିଲେ ସ୍ୱର୍ଣ୍ଣପଦକ ବିଜେତା ଜିତେନ୍ଦ୍ର କୁମାର

ଜୁନରୁ ଅକ୍ଟୋବର ମଧ୍ୟରେ ୧୨୫୦ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଚୋରି ଲୁଟ ଛିନ ତାଇରେ ଭୁବନେଶ୍ବର ଏକ ନମ୍ବର। ଏହା କେବଳ ଦାୟିତ୍ଵ ହୀନ ମନ୍ତବ୍ୟର ପ୍ରତିଫଳନ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି । ଡକାୟତିରେ ସମ୍ବଲପୁର ପ୍ରଥମ। ଭରତପୁର ଥାନା ଘଟଣାରେ ଦିଲ୍ଲୀରୁ ଯେତେବେଳେ ନିର୍ଦ୍ଦେଶ ଆସିଲା, ଆମେ ଯେତେବେଳେ ଭୁବନେଶ୍ବର ବନ୍ଦ ଡାକରା ଦେଲୁ ସେତେବେଳେ ରାତି ଅଧରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ। ନାବାଳିକା ବିବାହ, ଶିଶୁ ବିକ୍ରି ବଢୁଛି। ମୟୁରଭଞ୍ଜ ଭଳି ଶାନ୍ତ ଜିଲ୍ଲାରେ ଗତ ପାଞ୍ଚ ମାସରେ ୫୨ଟି ଦୁଷ୍କର୍ମ ଘଟଣା ଘଟିଛି। ଆମ୍ବ ଟାକୁଆ ଯାଉ ଖଣି ମହିଳାଙ୍କ ଜୀବନ ଗଲା। ଭିଆଇପି ସୁରକ୍ଷାରେ ବର୍ତ୍ତମାନ୍ ପୁରା ବ୍ୟବସ୍ଥା ଲାଗିଛି। କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଆଗକୁ DG ସମ୍ମିଳନୀ ଅଛି, ସେଥିରେ ବିଜେପି ସଦସ୍ୟମାନେ ଏକଥା ଉଠାନ୍ତୁ। ତାସହ ଦିଲ୍ଲୀରୁ ରିମୋର୍ଟ କଣ୍ଟ୍ରୋଲ କାଢି ଓଡିଶାକୁ ଦିଅନ୍ତୁ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ ଚିଙ୍ଗୁଡ଼ି କାରଖାନାକୁ ଚାଲାଣ ବେଳେ ୩ ନାବାଳିକା ଉଦ୍ଧାର, ଦଲାଲ ଅଟକ

28 Nov 2024 By The Sakala

ବିଜେପି ସରକାରକୁ ଗୃହରେ କଡ଼ା ସମାଲୋଚନା କଲେ ବିଧାୟକ ଅରୁଣ ସାହୁ

ଭୁବନେଶ୍ବର: ୩ୟ ଦିନରେ ସୁରୁଖୁରୁରେ ଚାଲିଛି ବିଧାସଭାର ଶୀତକାଳୀନ ଅଧିବେଶନ। ବିଜେଡ଼ି ବିଧାୟକ ଅରୁଣ ସାହୁ ମୁଲତବି ଆଲୋଚନାରେ ଭାଗ ନେଇ ବିଜେପି ସରକାରକୁ କଡ଼ା ସମାଲୋଚନା କରିଛନ୍ତି। ୧୦୦ ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ। ହେଲେ ୧୫୦ ଦିନ ବିତିବାକୁ ବସିଲାଣି। ଶ୍ରୀମନ୍ଦିର ୪ ଦ୍ଵାରା ଖୋଲିଦେଲେ, ମହିଳାମାନେ ଦଳାଚକଟାର ଶିକାର ହେଲେ। ଆଜି୪ ଦ୍ଵାର କଣ ଖୋଲା ଅଛି କି ବୋଲି ପ୍ରଶ୍ନ କରିଥିଲେ ବିଜେଡ଼ି ବିଧାୟକ ଅରୁଣ ସାହୁ। ରଥଯାତ୍ରା ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ ପ୍ରସଙ୍ଗରେ କୁଆଡେ ଗଲା ତଦନ୍ତ ରିପୋର୍ଟ ବୋଲି ପ୍ରଶ୍ନ କରିଥିଲେ।

ଜୁନରୁ ଅକ୍ଟୋବର ମଧ୍ୟରେ ୧୨୫୦ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଚୋରି ଲୁଟ ଛିନ ତାଇରେ ଭୁବନେଶ୍ବର ଏକ ନମ୍ବର। ଏହା କେବଳ ଦାୟିତ୍ଵ ହୀନ ମନ୍ତବ୍ୟର ପ୍ରତିଫଳନ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି । ଡକାୟତିରେ ସମ୍ବଲପୁର ପ୍ରଥମ। ଭରତପୁର ଥାନା ଘଟଣାରେ ଦିଲ୍ଲୀରୁ ଯେତେବେଳେ ନିର୍ଦ୍ଦେଶ ଆସିଲା, ଆମେ ଯେତେବେଳେ ଭୁବନେଶ୍ବର ବନ୍ଦ ଡାକରା ଦେଲୁ ସେତେବେଳେ ରାତି ଅଧରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ। ନାବାଳିକା ବିବାହ, ଶିଶୁ ବିକ୍ରି ବଢୁଛି। ମୟୁରଭଞ୍ଜ ଭଳି ଶାନ୍ତ ଜିଲ୍ଲାରେ ଗତ ପାଞ୍ଚ ମାସରେ ୫୨ଟି ଦୁଷ୍କର୍ମ ଘଟଣା ଘଟିଛି। ଆମ୍ବ ଟାକୁଆ ଯାଉ ଖଣି ମହିଳାଙ୍କ ଜୀବନ ଗଲା। ଭିଆଇପି ସୁରକ୍ଷାରେ ବର୍ତ୍ତମାନ୍ ପୁରା ବ୍ୟବସ୍ଥା ଲାଗିଛି। କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଆଗକୁ DG ସମ୍ମିଳନୀ ଅଛି, ସେଥିରେ ବିଜେପି ସଦସ୍ୟମାନେ ଏକଥା ଉଠାନ୍ତୁ। ତାସହ ଦିଲ୍ଲୀରୁ ରିମୋର୍ଟ କଣ୍ଟ୍ରୋଲ କାଢି ଓଡିଶାକୁ ଦିଅନ୍ତୁ ବୋଲି ବିଜେଡ଼ି ବିଧାୟକ ଅରୁଣ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର