ଆଗେଇଲା ଭିକାରିମୁକ୍ତ ଅଭିଯାନ, ଭିକ୍ଷାବୃତ୍ତି ଛାଡ଼ି ନିଜ ଘରକୁ ଫେରିବେ ବନ୍ଜାରା
ଭୁବନେଶ୍ୱର: ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ଅଭିଯାନକୁ ବିଏମ୍ସି ଆଉ ପାଦେ ଆଗେଇଛି। ବିଏମ୍ସିର ବରିଷ୍ଠ ଅଧିକାରୀଙ୍କ ସହ କମିସନରେଟ୍ ପୁଲିସର ଅଧିକାରୀମାନେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଭିକ୍ଷାବୃତ୍ତିରେ ନିବୃତ ଲୋକଙ୍କୁ ବୁଝାସୁଝା କରିଛନ୍ତି। ଦୀର୍ଘଦିନ ହେବ ରାଜଧାନୀରେ କିଛି ବନ୍ଜାରା ରହି ଆସୁଛନ୍ତି। ଏମାନେ ଭିକ୍ଷାବୃତ୍ତି କରୁଥିବା ବେଳେ ଛୋଟଛୋଟ ଶିଶୁଙ୍କୁ ବି ଏହି କାମରେ ଲଗାଉଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ବନ୍ଜାରାମାନେ ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଇ ଦେଉଥିବାରୁ ଅନ୍ୟ କୌଣସି […]
ଭୁବନେଶ୍ୱର: ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ଅଭିଯାନକୁ ବିଏମ୍ସି ଆଉ ପାଦେ ଆଗେଇଛି। ବିଏମ୍ସିର ବରିଷ୍ଠ ଅଧିକାରୀଙ୍କ ସହ କମିସନରେଟ୍ ପୁଲିସର ଅଧିକାରୀମାନେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଭିକ୍ଷାବୃତ୍ତିରେ ନିବୃତ ଲୋକଙ୍କୁ ବୁଝାସୁଝା କରିଛନ୍ତି।
ଦୀର୍ଘଦିନ ହେବ ରାଜଧାନୀରେ କିଛି ବନ୍ଜାରା ରହି ଆସୁଛନ୍ତି। ଏମାନେ ଭିକ୍ଷାବୃତ୍ତି କରୁଥିବା ବେଳେ ଛୋଟଛୋଟ ଶିଶୁଙ୍କୁ ବି ଏହି କାମରେ ଲଗାଉଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ବନ୍ଜାରାମାନେ ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଇ ଦେଉଥିବାରୁ ଅନ୍ୟ କୌଣସି କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଏମ୍ସିର ସର୍ଭେ ଅନୁସାରେ, ଭୁବନେଶ୍ୱରରେ ବର୍ତ୍ତମାନ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବନ୍ଜାରା ରହୁଛନ୍ତି। ଏମାନେ କିପରି ଏହି କାର୍ଯ୍ୟରୁ ବିରତ ରହିବେ ସେନେଇ ବିଏମ୍ସି ପ୍ରକ୍ରିୟା ଆରମ୍ଭ କରିଛି। ଏହିକ୍ରମରେ ଶୁକ୍ରବାର ବିଏମ୍ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଉପଆୟୁକ୍ତ କମଳାକାନ୍ତ ବେହେରା, ଏସ୍ିପି ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ସାମାଜିକ ସଂଗଠନ ବିକାଶ ଓ ଓପିୟୁଏସ୍ ସଂସ୍ଥାର କର୍ମକର୍ତ୍ତାମାନେ ବନ୍ଜାରାଙ୍କୁ ସଚେତନ କରାଇଥିଲେ। ବନ୍ଜାରା ଗ୍ରୁପ୍ର ଲିଡର୍ମାନେ ପଦାଧିକାରୀଙ୍କ କଥାକୁ ବୁଝିବା ପରେ ଆଉ ଆଗକୁ ଭିକ୍ଷାବୃତ୍ତି ନ କରି ନିଜର କୌଳିକ ବୃତ୍ତିରେ ଗୁଜୁରାଣ ଚଳାଇବେ ଏବଂ ନିଜ ନିଜ ଗ୍ରାମକୁ ଫେରିଯିବେ ବୋଲି କହିଥିବା ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।





