ଆମାଜନ୍ ରେ ଉପଲବ୍ଧ ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ବିଭିନ୍ନ ପ୍ରକାର ବ୍ୟାଗ୍ ଓ ଘର ସଜ୍ଜା ଜିନିଷ

The Sakala Picture
Published On

ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ଉତ୍ପାଦକ ଗୋଷ୍ଠୀ ମହିଳାଙ୍କ ହାତ ତିଆରି ସାମଗ୍ରୀ ଏବେ ଆମାଜୋନ୍ ରେ ଉପଲବ୍ଧ ହେଉଛି। ବିଶେଷକରି ମ୍ୟାକ୍ରୋମ୍, ଲାକ୍ୟୁର(ଲାଖ), ଟସର୍, ଝୋଟ, ସବାଇ, ଟେରାକୋଟା ଆଦିରେ ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ବ୍ୟାଗ୍, ଥାଳି ଏବଂ ଘର ସଜ୍ଜା ଜିନିଷ ଅନଲାଇନ୍ ରେ ବିକ୍ରି ହେଉଛି। ବାଲେଶ୍ଵର ଜିଲ୍ଲାରେ ଓରମାସ୍ ଓ ମିଶନ ଶକ୍ତି ଦ୍ବାରା ୨୯ଟି ଉତ୍ପାଦକ ଗୋଷ୍ଠୀ ଗଠିତ ହୋଇଛି। ଯେଉଁଥିରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ […]

ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ଉତ୍ପାଦକ ଗୋଷ୍ଠୀ ମହିଳାଙ୍କ ହାତ ତିଆରି ସାମଗ୍ରୀ ଏବେ ଆମାଜୋନ୍ ରେ ଉପଲବ୍ଧ ହେଉଛି। ବିଶେଷକରି ମ୍ୟାକ୍ରୋମ୍, ଲାକ୍ୟୁର(ଲାଖ), ଟସର୍, ଝୋଟ, ସବାଇ, ଟେରାକୋଟା ଆଦିରେ ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ବ୍ୟାଗ୍, ଥାଳି ଏବଂ ଘର ସଜ୍ଜା ଜିନିଷ ଅନଲାଇନ୍ ରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ଵର ଜିଲ୍ଲାରେ ଓରମାସ୍ ଓ ମିଶନ ଶକ୍ତି ଦ୍ବାରା ୨୯ଟି ଉତ୍ପାଦକ ଗୋଷ୍ଠୀ ଗଠିତ ହୋଇଛି। ଯେଉଁଥିରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଯାହାର ଉନ୍ନତମାନର ପ୍ରଶିକ୍ଷଣ ତଥା ବିକ୍ରି ନିମନ୍ତେ ବାଲେଶ୍ଵର ସହର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳଙ୍କ ସମେତ ଡିଆରଡିଏ ପିଡି ଏବଂ ଓରମାସ୍ ଡେପୁଟି ସିଇଓ ଉପସ୍ଥିତ ଥିଲେ। ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସେମାନଙ୍କୁ ସହାୟତା, ନୂଆ ମେସିନ୍, ବୈଷୟିକ ଜ୍ଞାନ ଓ ଶିକ୍ଷା, ଉନ୍ନତମାନର ଜିନିଷ ତିଆରି ପ୍ରଶିକ୍ଷଣ ଦିଆଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ନିଜର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଗୋଷ୍ଠୀମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ଏବଂ ଜିଲ୍ଲାପାଳ ଏଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର