ପିପିଲି ଉପନିର୍ବାଚନରେ ‘ଗେମ ଚେଞ୍ଜର’ ହେବ ମିଶନ ଶକ୍ତି

The Sakala Picture
Published On

ଭୁବନେଶ୍ବର: ପାଖେଇ ଆସୁଛି ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ। ଆସନ୍ତା ୨୦ ତାରିଖ ଠାରୁ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ ହେବ। ରାଜନୈତିକ ଦଳମାନେ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ନିଜ ଯୋଜନାର ସୁଫଳ ବଖାଣିବେ । ବିରୋଧୀ ଯୋଜନାରେ ଥିବା ଦୋଷ ତ୍ରୁଟିକୁ ଦେଖାଇବେ | ହେଲେ ଯୋଜନା ଦ୍ବାରା ଲୋକେ କେତେକ ସୁଫଳ ଏହା କେତେମାତ୍ରାରେ ଭୋଟରେ ପ୍ରଭାବ ପକାଇଛି ତାହା ବଖାଣିଛନ୍ତି ସ୍ଥାନୀୟ ଭୋଟର। ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କୁ […]

ଭୁବନେଶ୍ବର: ପାଖେଇ ଆସୁଛି ପୁରୀ ଜିଲ୍ଲା ପିପିଲି ବିଧାନସଭା ନିର୍ବାଚନ। ଆସନ୍ତା ୨୦ ତାରିଖ ଠାରୁ ଆନୁଷ୍ଠାନିକ ପ୍ରଚାର କାର୍ଯ୍ୟ ଆରମ୍ଭ ହେବ। ରାଜନୈତିକ ଦଳମାନେ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ନିଜ ଯୋଜନାର ସୁଫଳ ବଖାଣିବେ । ବିରୋଧୀ ଯୋଜନାରେ ଥିବା ଦୋଷ ତ୍ରୁଟିକୁ ଦେଖାଇବେ | ହେଲେ ଯୋଜନା ଦ୍ବାରା ଲୋକେ କେତେକ ସୁଫଳ ଏହା କେତେମାତ୍ରାରେ ଭୋଟରେ ପ୍ରଭାବ ପକାଇଛି ତାହା ବଖାଣିଛନ୍ତି ସ୍ଥାନୀୟ ଭୋଟର। ପୁରୁଷ ପ୍ରଧାନ ସମାଜରେ ମହିଳାମାନଙ୍କୁ ଆର୍ଥିକ ସ୍ବାଚ୍ଛନ୍ଦ୍ୟ ଦେଇଥିବା ଓ ସ୍ବାବଲମ୍ବୀ କରିଥିବା ମିଶନ ଶକ୍ତି ପିପିଲି ଉପନିର୍ବାଚନରେ ‘ଗେମ୍ ଚେଞ୍ଜର ସାବ୍ୟସ୍ତ ହେବାର ସମ୍ଭାବନା ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଦିନ ଥିଲା ନିଜ ଘର, ବାରଣ୍ଡା ଡେଉଁ ନ ଥିବା ମହିଳାମାନେ ଗାଁରେ ସ୍ଵତନ୍ତ୍ର ଗୋଷ୍ଠୀ କେନ୍ଦ୍ର ତଥା ସଭା ଗୃହରେ ବସିପାରୁଛନ୍ତି। ବିଗତ ଦଶନ୍ଧିରେ ଏହା ବହୁ ପରିମାଣରେ ଦେଖିବାକୁ ମିଳିଛି। ପିପିଲି ନିର୍ବାଚନମଣ୍ଡଳୀରେ ମଧ୍ୟ ତାହାର ପ୍ରଭାବ ପଡ଼ିଛି। ମହିଳାମାନେ କେବଳ ବାହାରକୁ ବାହାରି ନାହାନ୍ତି ନିଜ ପରିବାରର ସମୃଦ୍ଧି ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପିପିଲି ଅଞ୍ଚଳର ଗାଁ ଗାଁରେ ହଜାର ହଜାର ମହିଳା ମହିଳା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମିଶନଶକ୍ତି ହାରା ଉପକୃତ ହୋଇଥିବା ମତ ରଖୁଛନ୍ତି । ପିପିଲି ବ୍ଲକ ପୋପରଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନ ଗୋଦା ଗାଁର ଦୀପ୍ତିମୟ ପାଣ୍ଡେ କହିଛନ୍ତି ଯେ, ପ୍ରାୟ ୫ ବର୍ଷ ହେବ ସ୍ଥାନୀୟ ଆଖଣ୍ଡଳମଣି ମହିଳା ସମିତିରେ ଯୋଡି ହୋଇଛି। ପ୍ରଥମେ ପ୍ରଥମେ ସ୍ଵଳ୍ପ ସଞ୍ଚୟରୁ ଖାତା ଖୋଲିବା ଆରମ୍ଭ କରୁଥିଲି। ଧୀରେଧୀରେ ଆଗ୍ରହ ବଢ଼ିଲା I ମହିଳା ସମିତିକୁ ଏକକାଳୀନ ୩ ଲକ୍ଷ ରୁ ୫ ଲକ୍ଷ ଟଙ୍କା ଅନୁଦାନ ଆସିଲା। ସଦସ୍ୟା ପିଛା ୫୦ ହଜାର ଟଙ୍କା ମିଳିଲା। ବିନା ସୁଧରେ ଚାଷ ଓ ଗୋପାଳନରେ ଲଗାଇବା ସହ ହାତଉଧାର ଶୁଝି ପାରିଥିଲୁ। ମିଶନ୍ ଶକ୍ତି ଆମକୁ ସାହା ହୋଇଥିବା ଶ୍ରୀମତୀ ପାଣ୍ଡେ କହିଛନ୍ତି। ପିପିଲି ବ୍ଲକ ଏବଂ ଏନ୍‌ଏସି ଅଞ୍ଚଳରେ ମିଶନ୍ ଶକ୍ତି କାର୍ଯ୍ୟ ତଦାରଖ କରୁଥିବା ନିରୂପମା ମହାପାତ୍ର କହିଛନ୍ତି ଯେ, ମିଶନ୍ ଶକ୍ତି ପିପିଲି ମା’ ଭଉଣୀମାନଙ୍କ ପରିଚୟ ହୋଇ ଗଲାଣି। ଦିନ ଥିଲା ଗାଁ ଦାଣ୍ଡରେ ସ୍ତ୍ରୀ ଲୋକ ଟିଏ ଅକାରଣରେ ଯିବା ଆସିବା କରୁ ନ ଥିଲା। ଟଙ୍କା, ପଇସା ହାନି ଲାଭ ପୁରୁଷଙ୍କ ବ୍ୟାପାର ଥିଲା। ହେଲେ ମିଶନ୍ ଶକ୍ତି ଏସଏଚଜି ଆଜି ଆମମାନଙ୍କୁ ସ୍ବାବଲମ୍ବୀ କରିଛି । ବିଗତ ଦଶନ୍ଧିରେ ଏହାର ଦ୍ରୁତ ଅଭିବୃଦ୍ଧି ହୋଇଥିବା ଶ୍ରୀମତୀ ମହାପାତ୍ର କହିଥିଲେ। ୮୨ଟି ଏସ୍ଏଚଜିକୁ ଚଳିତ ବର୍ଷ ଜାର ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା। ଏହାକୁ ସେମାନେ ବିଭିନ୍ନ ସାମୂହିକ ପ୍ରକଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟ ସାମଗ୍ରୀ ପ୍ରସ୍ତୁତିରେ ବିନିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ଏହି ୮୨ ଏସଏଚଜିକୁ ବାଦ୍ ଦେଇ ପିପିଲି ବ୍ଳକ ଓ ପୌରାଞ୍ଚଳର ପ୍ରାୟ ୨୫୦ ଏସଏଚ୍‌ଜିଙ୍କୁ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସ୍ଥାନୀୟ ବ୍ୟାଙ୍କ୍‌ଗୁଡିକ ଦ୍ବାରା ପ୍ରଦାନ କରାଯାଇଛି। ଲକ୍‌ଡାଉନ୍‌ରେ ଅଣ ସଙ୍ଗଠିତ ରୋଜଗାର ବନ୍ଦ ହୋଇଯାଇଥିବା ବେଳେ ମିଶନ୍ ଶକ୍ତି ମା’ ଭଉଣୀମାନେ ପ୍ରାୟ ୫ ଲକ୍ଷ ମାସ୍କ ପ୍ରସ୍ତୁତି ସହ ବଣ୍ଟନ ବି କରିଥିଲେ। ଏହା କେବଳ ମହାମାରୀରୁ ରକ୍ଷା କରି ନ ଥିଲା। ସେମାନଙ୍କୁ ଆର୍ଥିକ ସମୃଦ୍ଧ କରିଥିବା ନିରୂପମା କହିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତେଇଶିପୁର ଅଞ୍ଚଳର ଉମାମଣି ରଥ ନିକଟରେ ରାଜ୍ୟ ସରକାର ବ୍ଲକୱାରୀ ମିଶନ୍ ଶକ୍ତି ଗୃହ ନେଇ ଅନୁଦାନ ପ୍ରଦାନ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଶ୍ରୀମତୀ ରଥ କହିଛନ୍ତି ଯେ, ପିପିଲି ଆଇସିଡିଏସ୍ ପରିସର ନିକଟରେ ନୂଆ ମିଶନ୍ ଶକ୍ତି ଗୃହ ହୋଇଛି। ଏଥିପାଇଁ ୫୦ ଲକ୍ଷ ଟଙ୍କାର ଅନୁଦାନ ମିଳିଛି । ବ୍ଲକୱାରୀ ଏହି ଗୃହ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସାମଗ୍ରୀ ରଖିବା ଏବଂ ମହିଳାମାନଙ୍କ ସଭାସମିତି ନେଇ ଉପାଦେୟ ହେବ । ଅନୁରୂପ ଭାବେ ପୋପରଙ୍ଗାର ସତ୍ୟଭାମା ବେହେରା କୁହନ୍ତି ଯେ, ମିଶନ୍ ଶକ୍ତି ଖାଲି ଋଣ କିମ୍ବା ଅନୁଦାନ ଦେଉନାହିଁ । କେତେକ ଚାଷ ଏବଂ କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଦେଉଛି । ଏହି ପ୍ରଶିକ୍ଷଣ ମହିଳାଙ୍କୁ ଅଧୂକ ସ୍ବାବଲମ୍ବୀ କରୁଛି। ନିକଟରେ ପିପିଲି ଅଞ୍ଚଳର ୪୦ଟି ଏସ୍ଏଚଜିକୁ ସ୍ଵତନ୍ତ୍ର ଭାବେ ଚିହ୍ନଟ କରାଯାଇ ଛତୁ ଚାଷ ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିପାଇଁ ଆବଶ୍ୟକ ଜ୍ଞାନ କୌଶଳ ଏବଂ ଆର୍ଥିକ ସହାୟତା ନେଇ ମଧ୍ୟ ବ୍ୟାଙ୍କ୍ ଗୁଡିକ ସହ ଆଲୋଚନା କରାଯାଇଥିବା ଶ୍ରୀମତୀ ବେହେରା କହିଛନ୍ତି। ସେହିପରି କୁକୁଡ଼ା ଚାଷ କ୍ଷେତ୍ରରେ ମହିଳାମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପମସରାର ଜ୍ୟୋତ୍ସ୍ନା ପୃଷ୍ଟି କହିଛନ୍ତି ଯେ ନିକଟରେ ୨୦୦ ଏସଏଚଜି ମହିଳାମାନଙ୍କୁ କୁକୁଡା ପାଳନ ନିମିତ୍ତ ସହାୟତା ଓ ପ୍ରଶିକ୍ଷଣ ଦିଆଯାଇଛି। ଉଣା ଅଧିକେ ଆଗରୁ କୁକୁଡା ପାଳିବା ଅଭିଜ୍ଞତା ରହିଥିଲା। ହେଲେ ପ୍ରଶିକ୍ଷଣ ବଡ ଓ ମଧ୍ୟମ ଧରଣର ଫାର୍ମ କରି କୁକୁଡା ପାଳନକୁ କିପରି ସମୃଦ୍ଧ କରିହେବ, ତାହା ଶିଖିବାକୁ ମିଳିଥିଲା | କୁକୁଡା ପାଳନ ସହ ଗ୍ରାମାଞ୍ଚଳରେ ଫାଷ୍ଟଫୁଡ୍ ଦୋକାନ ଓ ଅଣ୍ଡା ଦୋକାନ ଲାଗି ମିଶନ ଶକ୍ତି “ପ୍ରୋତ୍ସାହିତ କରିଛି ବୋଲି ଶ୍ରୀମତୀ ପୃଷ୍ଟି କହିଛନ୍ତି।

19 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର