ମିଶନ ଶକ୍ତି ଦେଲା ପରିଚୟ: ସୁରଟ ନୁହେଁ, ଓଡ଼ଗାଁରେ ପୂରଣ ହେଲା ସ୍ୱପ୍ନ

The Sakala Picture
Published On

ନୟାଗଡ଼ : ଦିନେ ସୁରଟରେ ଯାଇ ପେଟ ପୋଷୁଥିଲେ। ନିଜ ରାଜ୍ୟରେ ସୁବିଧା ଥାଇ ଅନ୍ୟ ରାଜ୍ୟରେ ଖଟିବା ତାଙ୍କୁ କଷ୍ଟ ଦେଇଥିଲା। ପୁଣି ଜିଏସ୍‍ଟି ଆସିବା ପରେ ସେଠାକାର ଲୋକମାନେ ତାଙ୍କୁ ହଇରାଣ କଲେ। ଫଳରେ ନିଜ ମାଟିକୁ ଫେରି ସ୍ୱପ୍ନ ପୂରଣ କରିବା ପାଇଁ ଚିନ୍ତା କଲେ ମିନତୀ ସାହୁ ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ମିଶନ ଶକ୍ତି ସହଯୋଗରେ ମିନତୀ ଓ ସ୍ୱାମୀ ଭାସ୍କର ସାହୁ ନିଜ ମାଟିରେ ପୋଷାକ ଉତ୍ପାଦନ […]

ନୟାଗଡ଼ : ଦିନେ ସୁରଟରେ ଯାଇ ପେଟ ପୋଷୁଥିଲେ। ନିଜ ରାଜ୍ୟରେ ସୁବିଧା ଥାଇ ଅନ୍ୟ ରାଜ୍ୟରେ ଖଟିବା ତାଙ୍କୁ କଷ୍ଟ ଦେଇଥିଲା। ପୁଣି ଜିଏସ୍‍ଟି ଆସିବା ପରେ ସେଠାକାର ଲୋକମାନେ ତାଙ୍କୁ ହଇରାଣ କଲେ। ଫଳରେ ନିଜ ମାଟିକୁ ଫେରି ସ୍ୱପ୍ନ ପୂରଣ କରିବା ପାଇଁ ଚିନ୍ତା କଲେ ମିନତୀ ସାହୁ ଏବଂ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ମିଶନ ଶକ୍ତି ସହଯୋଗରେ ମିନତୀ ଓ ସ୍ୱାମୀ ଭାସ୍କର ସାହୁ ନିଜ ମାଟିରେ ପୋଷାକ ଉତ୍ପାଦନ ୟୁନିଟ୍‍ ପ୍ରସ୍ତୁତ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟ ୨୦ରୁ ଊର୍ଦ୍ଧ୍ବଙ୍କୁ ଏଥିରେ ନିୟୋଜିତ ମଧ୍ୟ କରିପାରିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ନୟାଗଡ଼଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ବାଲିସିଂଶା ଗ୍ରାମର ଭାସ୍କର ସାହୁ ସୁରଟରେ କାମ କରୁଥିଲେ। ପ୍ରଥମେ କିଛି ବର୍ଷ କାମ କରିବା ପରେ ନିଜେ ସେଠାରେ ଗୋଟିଏ ପୋଷାକ ଉତ୍ପାଦନ ୟୁନିଟ୍‍ କରିବାର ସ୍ୱପ୍ନ ଦେଖିଥିଲେ। ସ୍ଥାନୀୟ ଲୋକଙ୍କ ଅସହଯୋଗ ଏବଂ ଜିଏସ୍‍ଟି ଆରମ୍ଭ ବେଳର ଝିନ୍‍ଝଟ ତାଙ୍କ ସ୍ୱପ୍ନ ପୂରଣ କରିବାରେ ବାଧକ ସାଜିଲା। ପତ୍ନୀ ମିନତୀ ଗାଁକୁ ଫେରି ନିଜ ମାଟିରେ ପରିଶ୍ରମ କରିବା ପାଇଁ ବୁଝାଇଥିଲେ। ଫଳରେ ସୁରଟରୁ ଫେରି ୩ ବର୍ଷ ତଳେ ମିନତୀ ଗାଁର ୧୧ ଜଣ ମହିଳାଙ୍କୁ ନେଇ ‘ଜୟ ଜଗନ୍ନାଥ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ’ ତିଆରି କଲେ। ମିଶନ ଶକ୍ତି ସହଯୋଗରେ ମହିଳାଙ୍କୁ ନେଇ ମିନତୀ ଏକ ପୋଷାକ ଉତ୍ପାଦନ ୟୁନିଟ୍‍ ସ୍ଥାପନ କଲେ। ମହିଳାମାନଙ୍କୁ ତାଲିମ ଦେବା ଏବଂ ସହଯୋଗ କରିବା ଦାୟିତ୍ୱ ନିଜେ ଭାସ୍କର ନେଇଥିଲେ। କିଛିମାସ ବାଲିସିଂଶା ଗ୍ରାମରେ ୟୁନିଟ୍‍ ଚାଲିବା ପରେ ବାରମ୍ବାର ବିଦ୍ୟୁତ୍‍ ସମସ୍ୟା ହେବାରୁ ଏହାକୁ ଓଡ଼ଗାଁ ସିନେମା ହଲ୍‍ ଛକଠାରେ ଏକ ଘର ଭଡ଼ା ନେଇ ପୁଣି କାମ ଆରମ୍ଭ ହେଲା। ପୋଷାକ ଉତ୍ପାଦନ ପାଇଁ ସିଲେଇ ମେସିନ୍‍, କପଡ଼ା କାଟିବା ମେସିନ୍‍, ଜିଗ୍‍ଜାଗ୍‍ ସିଲେଇ ମେସିନ୍‍ ଭଳି ମୋଟ୍‍ ୧୯ଟି ମେସିନ୍‍ ସ୍ଥାପନ କରି କାମ ଚାଲିଛି। ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମୋଟ ୩ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଦ୍ୱାରା ପୋଷାକ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ୧୧ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ବାଦ୍‍ ଆହୁରି ୧୦ରୁ ୧୫ ଜଣ ମହିଳା ଏହି ୟୁନିଟ୍‍ ରେ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

କରୋନା ମହାମାରୀ ସମୟରେ ତଥା ଗତବର୍ଷ ମିଶନ ଶକ୍ତି ଜରିଆରେ ଓଡ଼ଗାଁ ବ୍ଲକର ପ୍ରତ୍ୟେକ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ପୋଷାକ ଉତ୍ପାଦନ କାର୍ଯ୍ୟ ଭାର ‘ଜୟ ଜଗନ୍ନାଥ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ’ ପାଇଥିଲା। ମୋଟ୍‍ ୬ ହଜାର ଶିଶୁଙ୍କ ପାଇଁ ୧୧ ଲକ୍ଷ ଟଙ୍କାର ପୋଷାକ ଯୋଗାଣ ଦାୟିତ୍ୱ ସୁଚାରୂ ରୂପେ ସମ୍ପାଦନା କରିଥିବା ମିନତୀ ଏବଂ ଭାସ୍କର କହିଛନ୍ତି। ଏହା ବାଦ୍‍ ଅନେକ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ପୋଷାକ ଯୋଗାଣ ଦାୟିତ୍ୱ ମିଳିଥିବା ଜଣାଯାଇଛି। ନିଜେ ରୋଜଗାର କରିବା ସହିତ ଆହୁରି ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରୋଜଗାର ଦେଇପାରିଥିବାରୁ ମିନତୀ ଏବଂ ଭାସ୍କର ଆଜି ଖୁସି ଅନୁଭବ କରୁଛନ୍ତି। ଏନେଇ ଆଗାମୀ ଶିକ୍ଷା ବର୍ଷ ପାଇଁ ଅଙ୍ଗନବାଡ଼ି ଏବଂ ବିଦ୍ୟାଳୟକୁ ପୋଷାକ ଯୋଗାଣ କରିବା ପାଇଁ କାର୍ଯ୍ୟ ଚାଲିଥିବା ଜଣାଯାଇଛି। ଏହା ବାଦ୍‍ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ମଧ୍ୟ ପୋଷାକ ଯୋଗାଣ କରାଯାଉଥିବା ସୂଚନା ମିଳିଛି। ‘ଜୟ ଜଗନ୍ନାଥ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ’ର ସଭାପତି ରୀତା ନାଏକ ଏବଂ ସମ୍ପାଦକ ମୀନା ପ୍ରଧାନଙ୍କ ତତ୍ତ୍ୱାବଧାନରେ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ହେଉଥିବାବେଳେ ପୋଷାକ ଉତ୍ପାଦନ ଏବଂ ଏହାକୁ ବିକ୍ରି କରାଇବା ନେଇ ମିନତୀ ଏବଂ ଭାସ୍କର ସମସ୍ତ ଦାୟିତ୍ୱ ସମ୍ପାଦନ କରୁଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର