ମିଶନ୍‍ ଶକ୍ତି ଦେଖାଇଛି ରୋଜଗାରର ରାହା, ଏସ୍‌ଏଚ୍‌ଜି ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ‘ଚାନ୍ଦୁଆ’

The Sakala Picture
Published On

ଭୁବନେଶ୍ୱର: ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ବିଦେଶରେ ଆଦୃତ। ଏବେ ମା’ମାନଙ୍କ ହସ୍ତକଳା କାରିଗରୀକୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‍ଏଚ୍‍ଜି) ମହିଳାମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଚାନ୍ଦୁଆ କାମକୁ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଦେଶବିଦେଶରେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି। ପିପିଲିର ଚାନ୍ଦୁଆ ଦେଶ ବିଦେଶରେ ଆଦୃତି ଲାଭ କରିଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି କରାଯାଉଛି […]

ଭୁବନେଶ୍ୱର: ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ବିଦେଶରେ ଆଦୃତ। ଏବେ ମା’ମାନଙ୍କ ହସ୍ତକଳା କାରିଗରୀକୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‍ଏଚ୍‍ଜି) ମହିଳାମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଚାନ୍ଦୁଆ କାମକୁ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନେ ଦେଶବିଦେଶରେ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛନ୍ତି। ପିପିଲିର ଚାନ୍ଦୁଆ ଦେଶ ବିଦେଶରେ ଆଦୃତି ଲାଭ କରିଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି କରାଯାଉଛି ଚାନ୍ଦୁଆ। ମିଶନ୍‍ଶକ୍ତି ମାଧ୍ୟମରେ ମହିଳାମାନେ ଏହି ହସ୍ତକଳାକୁ ଆପଣାଇ ରୋଜଗାରର ରାହା ପାଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଆଧୁନିକ ଯୁଗରେ ଅତ୍ୟାଧୁନିକ କାରୁକାର୍ଯ୍ୟ ଓ ଚିତ୍ରକଳା ବ୍ୟବହାର ବଢ଼ିବାରେ ଲାଗିଛି। ହାତତିଆରି ସାମଗ୍ରୀ ଏବେ କିଛି ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି। ପରିବାରର ବୋଝ ଉଠାଇବା ପାଇଁ ହେଉ ଅବା ସ୍ୱାବଲମ୍ବୀ ହେବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ମହିଳା। ଏହାର ଉଦାହରଣ ହେଉଛନ୍ତି ସୁନ୍ଦରପଦା ମା’ କାଳିଆଶନି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। ଏହି ମହାସଂଘର ୧୫ଜଣ ମହିଳା ଚାନ୍ଦୁଆ କାମ କରୁଛନ୍ତି। ଦିନକୁ ଦିନ ଆଧୁନିକତାର ଛାପରେ ଚାନ୍ଦୁଆର ଡିଜାଇନ୍‍ ବଦଳୁଥିବାରୁ ଏବେ ସେମାନେ ଲୋକଙ୍କ ଚାହିଦାକୁ ଦେଖି ଚାନ୍ଦୁଆ ତିଆରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

ଚାନ୍ଦୁଆରେ ୱାଲ୍‍ ହ୍ୟାଙ୍ଗିଙ୍ଗ୍‍, ମୟୂର, ସିଂହାସନ, ଆଦିବାସୀ କଳାକୃତି, ଓଡ଼ିଶୀ ନୃତ୍ୟ ଭଙ୍ଗୀ, ଜଗନ୍ନାଥ କାମ, ରାଧାକୃଷ୍ଣ, ହାତୀ, ବଡ଼ ସୂର୍ଯ୍ୟମୁଖୀ ଫୁଲ ଆଦି ଡିଜାଇନ୍‍ କରି ବିକ୍ରି କରୁଛନ୍ତି। ଏହିସବୁ ସାମଗ୍ରୀ ପ୍ରସ୍ତୁତ କରି ବିଭିନ୍ନ ମେଳା ମହୋତ୍ସବରେ ଯୋଗଦେଇ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି କରୁଛନ୍ତି। ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ମହିଳା ଏସ୍‍ଏଚ୍‍ଜିର ସଦସ୍ୟାମାନେ ମିଶନ୍‍ ଶକ୍ତି ମାଧ୍ୟମରେ ଋଣ ଆଣି ବିଭିନ୍ନ ସମୟରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଏଥିପାଇଁ ସେମାନଙ୍କର ଏହି କଳାକୃତି ଏବେ କେବଳ ରାଜ୍ୟରେ ସୀମିତ ରହିନାହିଁ ବିଭିନ୍ନ ସ୍ଥାନରେ ଆଦୃତି ଲାଭ କରିଛି। ଏହାସହିତ ସାଇଡ଼୍‍ ବ୍ୟାଗ୍‍, କୁସନ୍‍, ବେଡ଼୍‍ସିଟ୍‍, ପୋଷ୍ଟର, ମନ୍ଦିର ପାଇଁ ଚାନ୍ଦୁଆ, ଛତା, ଟେଣ୍ଟ ହାଉସ୍‍ କାମ, ପର୍ସ ଏବଂ ମାସ୍କ ଇତ୍ୟାଦି କରି ବିକ୍ରି କରୁଛନ୍ତି। ବର୍ତ୍ତମାନ ଏହି ଚାନ୍ଦୁଆ କାରିଗରୀକୁ ଅନ୍‍ଲାଇନ୍‍ ମାଧ୍ୟମରେ ବିକ୍ରି କରିବାର ଯୋଜନା କରୁଛନ୍ତି। ଏକାମ୍ରହାଟରେ ଷ୍ଟଲ୍‍ ଦେଇଥିବା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ନିଆରା ଢଙ୍ଗର ଚାନ୍ଦୁଆ ବେଶ୍‍ ଆଦୃତ ହୋଇପାରିଛି। ଏସମ୍ପର୍କରେ ଗୋଷ୍ଠୀର ସଦସ୍ୟା ବିଜୟଲକ୍ଷ୍ମୀ ସେଠୀ ଓ ଝୁନା ସେଠୀ କୁହନ୍ତି, ପୂର୍ବରୁ ଝୋଟରେ ତିଆରି କାରୁକାର୍ଯ୍ୟ ପ୍ରସ୍ତୁତ କରି ରୋଜଗାରର ବାଟ ପାଇଥିଲୁ। କାରିଗରୀ କାମ ଯୋଗୁଁ ଘରେ ବସି ଚାନ୍ଦୁଆ ସିଲେଇ କରିବାଠାରୁ ଆରମ୍ଭ କରି ବେଡ଼୍‍ସିଟ୍‍ ଏବଂ କୁସନ୍‍, ଆଦିବାସୀ ଚିତ୍ର ଇତ୍ୟାଦି ତିଆରି କରୁଛୁ। ଏଥିରେ କିଛି ମହିଳା ନିଜ ଘର ଚଳାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଅର୍ଡର ଦେଖି ବଡ଼ ବଡ଼ ଚାନ୍ଦୁଆ ତିଆରି କରାଯାଏ। ପ୍ରତିମାସରେ ମହିଳାମାନେ ୫ହଜାରରୁ ୬ହଜାର ଟଙ୍କା ରୋଜଗାର କରୁଛନ୍ତି। ଅର୍ଡର ଅନୁଯାୟୀ କାମ କରାଯାଇ ପଠାଯାଉଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର