ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ନେଇ ଆସିପାରେ ସ୍ବତନ୍ତ୍ର ନୀତି

The Sakala Picture
Published On

ଭୁବନେଶ୍ବର: ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ନେଇ ଆସିପାରେ ସ୍ବତନ୍ତ୍ର ନୀତି। ଦ ଗଭର୍ନାନସ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରୁ ଆସିଥିବା ମତାମତ ନେଇ ଏହି ନୀତି ପ୍ରସ୍ତୁତ କରାଯିବ। ଯାହା ଝିଅ ଓ ମହିଳାଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟକାରୀ ହେବ। ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ଅଭିଯାନ ବଡ଼ ଭୂମିକା ଗ୍ରହଣ କରିଛି। ଗତ ଦୁଇ ଦଶନ୍ଧୀରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯାହା ଭିତରୁ ମିଶନ ଶକ୍ତି ମୁଖ୍ୟମନ୍ତ୍ରୀ […]

ଭୁବନେଶ୍ବର: ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତୀକରଣ ନେଇ ଆସିପାରେ ସ୍ବତନ୍ତ୍ର ନୀତି। ଦ ଗଭର୍ନାନସ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରୁ ଆସିଥିବା ମତାମତ ନେଇ ଏହି ନୀତି ପ୍ରସ୍ତୁତ କରାଯିବ। ଯାହା ଝିଅ ଓ ମହିଳାଙ୍କ ସଶକ୍ତୀକରଣ ଦିଗରେ କାର୍ଯ୍ୟକାରୀ ହେବ। ମହିଳା ସଶକ୍ତୀକରଣ ଦିଗରେ ମିଶନ ଶକ୍ତି ଅଭିଯାନ ବଡ଼ ଭୂମିକା ଗ୍ରହଣ କରିଛି। ଗତ ଦୁଇ ଦଶନ୍ଧୀରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯାହା ଭିତରୁ ମିଶନ ଶକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନସ ସନ୍ତାନ। ଏଥିରେ ମହିଳାଙ୍କୁ ଆର୍ଥିକ ସ୍ତରର ବିକାଶ ସହ ମିଶନ ଶକ୍ତି ମାଆମାନଙ୍କୁ ପରିଚୟ ଦେଇ ପାରିଛି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଦେଶର ପ୍ରଥମ ରାଜ୍ୟ ଭାବେ ମହିଳାମାନଙ୍କୁ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରିବାର ସୁଯୋଗ ଦିଆଯାଇଛି। ଯେଉଁଥି ପାଇଁ ମହିଳାମାନେ ନେତୃତ୍ବ ନେଇ ପାରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରିବାକୁ ୫ ଲକ୍ଷ ଟଙ୍କା ଯାଏ ବିନା ସୁଧ ଋଣ ପ୍ରଦାନ କରୁଛନ୍ତି ସରକାର। ଏହି ଅବସରରେ ମହିଳାମାନଙ୍କୁ ସବୁ କ୍ଷେତ୍ରରେ ସଶକ୍ତ କରି ସାମାଜିକ ରୂପାନ୍ତର କରିବା ପାଇଁ ଯୁବ ସମାଜକୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମିଶନ ଶକ୍ତି ସଚିବ ସୂଜାତା ରାଉତ କାର୍ତ୍ତିକେୟନ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

ରାଜ୍ୟ ସରକାର ଓ ସମଗ୍ର ପକ୍ଷରୁ ଆୟୋଜିତ ଦ ଗଭର୍ନାନସ ଚ୍ୟାଲେଞ୍ଜ କାର୍ଯ୍ୟକ୍ରମରେ ବିଟସୋମ, ଦିଲ୍ଲୀ ଏଫଏମଏସ୍, ଆଇଆଇଏମ ବ୍ୟାଙ୍ଗଲୋର, ଆଇଆଇଏମ କାଲକାଟା, ଆଇଆଇଏମ ଲକ୍ଷ୍ନୌ ଓ ଏକ୍ସଆଇଏମ ଭୁବନେଶ୍ବର ଭାଗ ନେଇଥିଲେ। ଓଡ଼ିଶାର ସାମଗ୍ରିକ ଚିତ୍ର ଦେଖି ମହିଳା ସଶକ୍ତୀକରଣ ନେଇ ମତମତା ଦେଇଥିଲେ। ମହିଳାଙ୍କ ସୁରକ୍ଷା ପାଇଁ ସେଫଟି ବ୍ୟାଣ୍ଡ, ମିଶନ ଶକ୍ତି ମହିଳାଙ୍କୁ ଉଦ୍ୟୋଗୀ କରିବା ପାଇଁ ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା, ଘରୋଇ ସଂସ୍ଥା ସହ ଲିଙ୍କ ପରି ଅନେକ ପରାମର୍ଶ ଆସିଥିଲା । ଯାହାକୁ ତର୍ଜମା କରି ସ୍ବତନ୍ତ୍ର ନୀତି କାର୍ୟ୍ୟକାରୀ ଦିଗରେ କାମ କରାଯିବ। ଏସଡିଜି-୫ ପାଇଁ ହୋଇଥିବା ଏହି କାର୍ୟ୍ୟକ୍ରମରେ ଆଇଆଇଏମ ବାଙ୍ଗାଲୋର ପ୍ରଥମ, ଏକ୍ସଆଇଏମ ଭୁବନେଶ୍ବର ଦ୍ବିତୀୟ ଓ ଏଫଏମଏସ୍ ଦିଲ୍ଲୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

ମହିଳା ସଶକ୍ତୀକରଣରେ ଓଡ଼ିଶାର ପ୍ରୟାସକୁ ସାରା ଦେଶ ପ୍ରଶଂସା କରୁଛି। ସେମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ତରରେ ଆଗକୁ ଆଣିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ଯାହା ଆଜି ଉପାନ୍ତ ମହିଳାଙ୍କ ଆର୍ଥିକ ବିକାଶର ପଥ ସୁଗମ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର