ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଯୁବକ ଗିରଫ

The Sakala Picture
Published On

ନନ୍ଦନକାନନ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅର୍ଜିତ ଜେନା ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ସୋମବାର ଇନ୍ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅର୍ଜିତଙ୍କ ଘର ଖୋର୍ଦ୍ଧା ଜିଲ୍ଲା, ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁରରେ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଅର୍ଜିତ କ୍ୟାପିଟାଲ ହସପିଟାଲରେ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲା। ଏନେଇ ସେ ପଟିଆସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରକୁ […]

ନନ୍ଦନକାନନ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅର୍ଜିତ ଜେନା ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ସୋମବାର ଇନ୍ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅର୍ଜିତଙ୍କ ଘର ଖୋର୍ଦ୍ଧା ଜିଲ୍ଲା, ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁରରେ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଅର୍ଜିତ କ୍ୟାପିଟାଲ ହସପିଟାଲରେ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲା। ଏନେଇ ସେ ପଟିଆସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ୍ କାର୍ଯ୍ୟ ପାଇଁ ଆସୁଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ସେଠାରେ ଜୈନିକା ଯୁବତୀ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲେ। ଅର୍ଜିତଙ୍କ ଏହି ଯିବାଆସିବା ଭିତରେ ୨୦୨୦ ସେପ୍ଟେମ୍ବର ମାସରୁ ଉକ୍ତ ଯୁବତୀ ଓ ଅର୍ଜିତଙ୍କ ମଧ୍ୟରେ ପରିଚୟ ହୋଇଥିଲା । ପରିଚୟରୁ ଧୀରେ ଧୀରେ ଉଭୟ ଉଭୟଙ୍କୁ ପ୍ରେମ କରିବା ଆରମ୍ଭ ହୋଇଥିଲା । ପ୍ରେମ ସମ୍ପର୍କରୁ ଉଭୟଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଗଢିଉଠିଲା। ଶେଷରେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଯେତେବେଳେ ଝିଅ ଘରବାଲା ବିବାହ ପ୍ରସ୍ତାବ ନେଇ ଅଜିତଙ୍କ ଘରକୁ ଗଲେ ଅର୍ଜିତ ସେଠାରେ ବିବାହ ହେବାକୁ ମନାକଲା । ଉକ୍ତ ଝିଅଟି ଗତ ୧୦ ତାରିଖରେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଆଜି ଅର୍ଜିତ କ୍ୟାପିଟାଲ ହସ୍ପିଟାଲ କାର୍ଯ୍ୟକୁ ଆସୁଥିବାବେଳେ ପୁଲିସ ତାକୁ ଗିରଫ କରିଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

15 Jun 2021 By The Sakala

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଯୁବକ ଗିରଫ

ନନ୍ଦନକାନନ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅର୍ଜିତ ଜେନା ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ସୋମବାର ଇନ୍ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅର୍ଜିତଙ୍କ ଘର ଖୋର୍ଦ୍ଧା ଜିଲ୍ଲା, ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁରରେ ବୋଲି ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ, ଅର୍ଜିତ କ୍ୟାପିଟାଲ ହସପିଟାଲରେ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲା। ଏନେଇ ସେ ପଟିଆସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରକୁ କୋଭିଡ୍ କାର୍ଯ୍ୟ ପାଇଁ ଆସୁଥିଲା।

ସେଠାରେ ଜୈନିକା ଯୁବତୀ ଅସ୍ଥାୟୀ କର୍ମଚାରୀ ଭାବେ ଡାଟା ଏଣ୍ଟ୍ରି କାର୍ଯ୍ୟ କରୁଥିଲେ। ଅର୍ଜିତଙ୍କ ଏହି ଯିବାଆସିବା ଭିତରେ ୨୦୨୦ ସେପ୍ଟେମ୍ବର ମାସରୁ ଉକ୍ତ ଯୁବତୀ ଓ ଅର୍ଜିତଙ୍କ ମଧ୍ୟରେ ପରିଚୟ ହୋଇଥିଲା । ପରିଚୟରୁ ଧୀରେ ଧୀରେ ଉଭୟ ଉଭୟଙ୍କୁ ପ୍ରେମ କରିବା ଆରମ୍ଭ ହୋଇଥିଲା । ପ୍ରେମ ସମ୍ପର୍କରୁ ଉଭୟଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଗଢିଉଠିଲା। ଶେଷରେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଯେତେବେଳେ ଝିଅ ଘରବାଲା ବିବାହ ପ୍ରସ୍ତାବ ନେଇ ଅଜିତଙ୍କ ଘରକୁ ଗଲେ ଅର୍ଜିତ ସେଠାରେ ବିବାହ ହେବାକୁ ମନାକଲା । ଉକ୍ତ ଝିଅଟି ଗତ ୧୦ ତାରିଖରେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଆଜି ଅର୍ଜିତ କ୍ୟାପିଟାଲ ହସ୍ପିଟାଲ କାର୍ଯ୍ୟକୁ ଆସୁଥିବାବେଳେ ପୁଲିସ ତାକୁ ଗିରଫ କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର