ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟିଲେ ଦୁର୍ବୁତ୍ତ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରେ ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଲୁଟ୍ ର ଶିକାର ହୋଇଛନ୍ତି ଢେଙ୍କାନାଳ ଦେବୀ ମେଡ଼ିକାଲ ଷ୍ଟୋରର କର୍ମଚାରୀ ଜ୍ଞାନରଞ୍ଜନ ସାହୁ । ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ପ୍ରଥମେ ବନ୍ଧୁକ ଦେଖାଇ ଜ୍ଞାନରଞ୍ଜନ ସାହୁଙ୍କ ଗାଡିକୁ ଅଟକାଇ ମାଡ଼ ମାରିଥିଲେ । ଏବଂ ତାଙ୍କ ବ୍ୟାଗରେ […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରେ ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ଲୁଟ୍ ର ଶିକାର ହୋଇଛନ୍ତି ଢେଙ୍କାନାଳ ଦେବୀ ମେଡ଼ିକାଲ ଷ୍ଟୋରର କର୍ମଚାରୀ ଜ୍ଞାନରଞ୍ଜନ ସାହୁ । ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ପ୍ରଥମେ ବନ୍ଧୁକ ଦେଖାଇ ଜ୍ଞାନରଞ୍ଜନ ସାହୁଙ୍କ ଗାଡିକୁ ଅଟକାଇ ମାଡ଼ ମାରିଥିଲେ । ଏବଂ ତାଙ୍କ ବ୍ୟାଗରେ ବିଭିନ୍ନ ଔଷଧ ଦୋକାନରୁ କଲେକ୍ସନ ହୋଇଥିବା ୮୦ ହଜାର ଟଙ୍କାକୁ ଲୁଟି ନେଇ ଚମ୍ପଟ ମାରିଥିଲେ । ଏ ନେଇ ଜ୍ଞାନରଞ୍ଜନ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି କାମାକ୍ଷାନଗର ପୋଲିସ ଅଧିକ ତନାଘନା ଜାରି ରଖିଛି

ଆହୁରି ପଢ଼ନ୍ତୁ: ଓଡ଼ିଶାରେ କାହିଁକି ପାଳନ କରାଯାଏ ଦୋଳ ପୂର୍ଣ୍ଣିମା? ଜାଣନ୍ତୁ ଏହାର ପୌରାଣିକ ଓ ସାମାଜିକ ମହତ୍ତ୍ୱ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp