ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୫ କୋଟିରୁ ଅଧିକ ସୁନା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ

Madhusudan Das Picture
Published On

କେନ୍ଦୁଝର: ବନ୍ଧୁକ ମୁନରେ ବ୍ୟାଙ୍କ ଲୁଟ୍ । କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ମହାରାଷ୍ଟ୍ର ବ୍ୟାଙ୍କରୁ ହୋଇଛି ବଡ଼ ଧରଣର ଡ଼କାୟତି । ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର । ୫ଟି ବାଇକରେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଲେ । ଘଟଣାସ୍ଥଳରେ ପୋଲିସର ଛାନବିନ୍ ଜାରି । 

ଆହୁରି ପଢ଼ନ୍ତୁ: ୩୦ ହଜାର ଲାଞ୍ଚ ନେଇ ଧରାପଡିଲେ ଖଣି ଉପନିର୍ଦ୍ଦେଶକ: ଘରୁ ମିଳିଲା ୪ କୋଟି ଟଙ୍କା, ଟ୍ରଲି ବ୍ୟାଗ୍ ଓ ଆଲମିରାରେ ଥାକ ଥାକ ନୋଟ୍

ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଗ୍ରାହକ ଭାବେ ବ୍ୟାଙ୍କରେ ପହଞ୍ଚି ପ୍ରଥମେ ମ୍ୟାନେଜର୍ ଙ୍କ ନିକଟକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଅନ୍ୟ ଗ୍ରାହକମାନଙ୍କୁ ଏକ ଘରେ ବନ୍ଦ କରିଦେବା ପରେ ଲକର୍ ତାଲା ଆଣି ସେଠାରୁ ୫କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସୁନା ଏବଂ ନଗଦ ୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ । ଖବରପାଇ ବଡ଼ବିଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି  l

ଆହୁରି ପଢ଼ନ୍ତୁ: ତୋଷାଳୀ ଭବନରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ନିଆଁ ଲାଗି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ସୂଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp