ସମ୍ପର୍କୀୟଙ୍କ ଶବଦାହ ପାଇଁ ଆସିଥିଲେ, ଯୁକ୍ତିତର୍କରୁ ଯୁବକଙ୍କ ବେକ କାଟି ହତ୍ୟା କଲେ ଦୁର୍ବୃତ୍ତ

Madhusudan Das Picture
Published On

ପୁରୀ: ସମ୍ପର୍କୀୟଙ୍କ ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ । ସାମାନ୍ୟ ଯୁକ୍ତିତର୍କକୁ କେନ୍ଦ୍ରକରି ଜଣେ ଯୁବକଙ୍କ ବେକ କାଟି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । ଗୁରୁବାର ବିଳମ୍ବିତ ରାତିରେ ପୁରୀ ସ୍ୱର୍ଗଦ୍ବାର ନିକଟ ଚୈତନ୍ୟ ଛକ ଠାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗ୍ରାମର ରଞ୍ଜନ କୁମାର ଦାସ । ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ  ଆସିଥିଲେ ମୃତ ଯୁବକଜଣକ । ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ମୃତକଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ଆହତ ଯୁବକ ହେଉଛନ୍ତି ମାନସ ରଞ୍ଜନ ନାୟକ । 

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

09 Jan 2026 By Madhusudan Das

ସମ୍ପର୍କୀୟଙ୍କ ଶବଦାହ ପାଇଁ ଆସିଥିଲେ, ଯୁକ୍ତିତର୍କରୁ ଯୁବକଙ୍କ ବେକ କାଟି ହତ୍ୟା କଲେ ଦୁର୍ବୃତ୍ତ

ପୁରୀ: ସମ୍ପର୍କୀୟଙ୍କ ଶବଦାହ ପାଇଁ ଆସି ଶବ ପାଲଟିଲେ ଯୁବକ । ସାମାନ୍ୟ ଯୁକ୍ତିତର୍କକୁ କେନ୍ଦ୍ରକରି ଜଣେ ଯୁବକଙ୍କ ବେକ କାଟି ବୀଭତ୍ସ ହତ୍ୟା କଲେ ଦୁର୍ବୃତ୍ତ । ଗୁରୁବାର ବିଳମ୍ବିତ ରାତିରେ ପୁରୀ ସ୍ୱର୍ଗଦ୍ବାର ନିକଟ ଚୈତନ୍ୟ ଛକ ଠାରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ଥାନା ଆପଣ୍ଡା ଗ୍ରାମର ରଞ୍ଜନ କୁମାର ଦାସ । ସମ୍ପର୍କୀୟଙ୍କ ଶେଷକୃତ୍ୟ ପାଇଁ  ଆସିଥିଲେ ମୃତ ଯୁବକଜଣକ । ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି । ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି । ମୃତକଙ୍କ ସାଙ୍ଗରେ ଥିବା ଆଉ ଜଣେ ଯୁବକଙ୍କୁ ମଧ୍ୟ ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ଆହତ ଯୁବକ ହେଉଛନ୍ତି ମାନସ ରଞ୍ଜନ ନାୟକ । 

https://www.thesakala.in/latest-odisha-news/miscreants-killed-a-youth-over-argument-in-puri/article-44003
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର